Thursday, September 24, 2026
23.9 C
Odisha

    ଟ୍ରମ୍ପ୍‌ଙ୍କ ଭୟରେ ବଢ଼ାଗଲା ହ୍ବାଇଟ୍‌ ହାଉସ୍‌ର ସୁରକ୍ଷା ବ୍ୟବସ୍ଥା

    ଆଗକୁ ପଢନ୍ତୁ

    ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ଆରମ୍ଭ ହୋଇଛି ମତଗଣନା । ସେପଟେ ନିର୍ବାଚନ ଫଳାଫଳ ପରେ ଅପ୍ରତିକର ପରିସ୍ଥିତିକୁ ଏଡାଇବା ପାଇଁ ହ୍ୱାଇଟ ହାଉସର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କାରଣ ଗତ ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ପରାଜିତ ହେବା ପରେ ତାଙ୍କ ସମର୍ଥକମାନେ ହ୍ୱାଇଟ ହାଉସ ଉପରେ ଜୋରଦାର ଆକ୍ରମଣ କରିଥିଲେ। ଏହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ହୋଇଥିଲା । ତାହାକୁ ନଜରରେ ରଖି ଏଥର ଯେଭଳି ସେଭଳି ପରିସ୍ଥିତି ନ ଉପୁଜେ ସେଥିପାଇଁ ହ୍ୱାଇଟ ହାଉସର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଏବେ ସୁଦ୍ଧା ଆଗରେ ରହିଛନ୍ତି ଟ୍ରମ୍ପ୍‌। ଆସୋସିଏଟେଡ୍ ପ୍ରେସ (ଏପି) ର ପୂର୍ବାନୁମାନ ଅନୁଯାୟୀ ୨୦୨୪ ମସିହାରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଏକ ପ୍ରତିଦ୍ୱନ୍ଦ୍ୱିତାକାରୀ ଦୌଡ଼ରେ ପରିଣତ ହେବାକୁ ଯାଉଛି। ଟେକ୍ସାସ ଏବଂ ଫ୍ଲୋରିଡା ସମେତ ୧୯ ଟି ରାଜ୍ୟରେ ଟ୍ରମ୍ପ ୧୯୮ଟି ଭୋଟ୍ ହାତେଇ କରିସାରିଥିବା ବେଳେ ହାରିସ୍ ଆଠଟି ରାଜ୍ୟରୁ ୧୦୯ ଟି ଭୋଟ୍ ହାସଲ କରିଛନ୍ତି। ଏବେ ସୁଦ୍ଧା ଟ୍ରମ୍ପ୍‌ ଆଗରେ ରହିଛନ୍ତି।

    ଏହି ନିର୍ବାଚନରେ ​​ଉଭୟ ପ୍ରାର୍ଥୀ ଇତିହାସ ରଚିବେ। ହ୍ୟାରିସ୍ର ରାଷ୍ଟ୍ରପତି ପଦ ଗ୍ରହଣ କରି ପ୍ରଥମ ଆମେରିକାର ମହିଳା ରାଷ୍ଟ୍ରପତି ହେବାର ସ୍ବପ୍ନ ଦେଖୁଥିବା ବେଳେ ଟ୍ରମ୍ପ କ୍ରମାଗତ ଦ୍ୱିତୀୟ ଥର ପାଇଁ ଗାଦିରେ ରହିବାକୁ ଉଦ୍ୟମରତ। ରାଷ୍ଟ୍ରପତି ପ୍ରାର୍ଥୀ ହେବା ପାଇଁ ଜଣେ ପ୍ରାର୍ଥୀ ୨୭୦ ନିର୍ବାଚନୀ ଭୋଟ୍ ଆବଶ୍ୟକ କରନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.9 ° C
    23.9 °
    23.9 °
    97 %
    3.6kmh
    100 %
    Thu
    24 °
    Fri
    27 °
    Sat
    29 °
    Sun
    29 °
    Mon
    30 °

    ସମ୍ବନ୍ଧିତ