Friday, October 2, 2026
29.9 C
Odisha

    କେକେଆର ଜିତିବା ପରେ ଷ୍ଟାଡିୟମରେ ତଳେ ପଡ଼ିଥିବା ଏହି ଜିନିଷ ଉଠାଇଲେ ଶାହରୁଖ

    ଆଗକୁ ପଢନ୍ତୁ

    କୋଲକାତା : କୋଲକାତାରେ ଖେଳାଯାଉଥିବା ଆଇପିଏଲ-୨୦୨୪ର ୨୮ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ(ଏଲଏସଜି)କୁ ୮ ଓ୍ବିକେଟରେ ପରାସ୍ତ କରିଥିଲା କୋଲକାତା ନାଇଟ ରାଇଡର୍ସ(କେକେଆର) । କୋଲକାତା ଆଗରେ ବିଜୟ ପାଇଁ ଲକ୍ଷ୍ନୌ ପକ୍ଷରୁ ୧୬୨ ରନର ଲକ୍ଷ୍ୟ ରଖାଯାଇଥିବାବେଳେ କୋଲକାତା ତାହାକୁ ୧୫.୪ ଓଭରରେ ୨ଟି ଓ୍ବିକେଟ ହରାଇ ହାସଲ କରିନେଇଥିଲା । ମ୍ୟାଚ୍ ଶେଷ ହେବା ପରେ ଲୋକେ ଷ୍ଟାଡିୟମରୁ ଘରକୁ ଯାଇଥି‌ଲେ। ଏହାପରେ କେକେଆରର ମାଲିକ ଶାହରୁଖ ଖାନ୍ ଯାହା କରିଥିଲେ, ତାହାର ଭିଡିଓ ଏବେ ଭାଇରାଲ ହୋଇଛି। ଭାଇରାଲ ଭିଡିଓରେ ଦେଖାଯାଇଛି ଯେ, ଶାହରୁଖ ଖାନ୍ ଷ୍ଟାଡିୟମରେ ପଡ଼ିଥିବା କେକେଆରର ପତାକା ଉଠାଉଛନ୍ତି। ଖେଳ ଚାଲିଥିବା ବେଳେ କେକେଆର ପ୍ରଶଂସକ ଉଡ଼ାଇଥିବା ପତାକା ତଳେ ପଡ଼ିଥିବା ଦେଖି ଶାହରୁଖ ଏହାକୁ ଉଠାଇଥିଲେ। ଏହାର ଭିଡିଓ ଏବେ ଭାଇରାଲ ହେବା ପରେ ଲୋକେ ତାଙ୍କର ପ୍ରଶଂସା କରିବା ଆରମ୍ଭ କରିଛନ୍ତି।

    ତେବେ ଏହି ମ୍ୟାଟରେ କୋଲକାତା ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଲକ୍ଷ୍ନୌ ଦଳର ଦୁଇ ଓପନର କ୍ବିଣ୍ଟନ ଡି’କକ୍ ଓ କେଏଲ ରାହୁଲ ସତର୍କତାର ସହ ଇନିଂସ ଆରମ୍ଭ କରିଥିଲେ ବି ଡି’କକ୍ ମାତ୍ର ୧୦ ରନ କରି ଆଉଟ ହୋଇଥିଲେ । ତେବେ ଅଧିନାୟକ ରାହୁଲ୍ ୩୯ ରନର ଏକ ଉପଯୋଗୀ ଇନିଂସ ଖେଳିଥିଲେ । କିନ୍ତୁ ଦିପକ୍ ହୁଦା ମାତ୍ର ୮ ରନ କରି ଆଉଟ ହୋଇଥିବାବେଳେ ଆୟୁଷ ବାଦୋନି ୨୯ ରନ କରିଥିଲେ । ମାର୍କସ ଷ୍ଟୋଇନିସ୍ ୧୦ ରନ କରି ଆଉଟ ହୋଇଥିଲେ । ତେବେ ଶେଷ ବେଳକୁ ନିକୋଲାସ ପୁରନ ୪୫ ରନର ଏକ ଉପଯୋଗୀ ଇନିଂସ ଖେଳିଥିଲେ ଓ ଦଳୀୟ ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେବାରେ ସହାୟକ ହୋଇଥିଲେ । ଲକ୍ଷ୍ନୌ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୬୧ ରନ କରିଥିଲା ।  କୋଲକାତା ପକ୍ଷରୁ ମିଚେଲ ଷ୍ଟାକ୍ ୨ଟି ଓ୍ବିକେଟ ନେଇଥିବାବେଳେ ସୁନୀଲ ନାରାୟଣ, ବରୁଣ ଚକ୍ରବର୍ତ୍ତୀ,ଆନ୍ଦ୍ରେ ରସେଲ ଓ ବୈଭବ ଆରୋରା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.9 ° C
    29.9 °
    29.9 °
    59 %
    1.3kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ