Saturday, July 27, 2024
24.6 C
Odisha

    କେହି ଦଳ ଛାଡିଦେଲେ କାହାକୁ ଫରକ ପଡିବନି… ଆଇପିଏଲ ଆରମ୍ଭ ପୂର୍ବରୁ ମହମ୍ମଦ ସାମି ଦେଲେ ବଡ ବୟାନ

    ଆଗକୁ ପଢନ୍ତୁ

    ଆଇପିଏଲ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି ଫ୍ରାଞ୍ଚାଇଜ । ନିଲାମୀ ଶେଷ ହେବା ପୂର୍ବରୁ ଫ୍ରାଞ୍ଚାଇଜ ଗୁଡିକ ମଧ୍ୟରେ ହୋଇଥିବା ଟ୍ରେଡକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା । ଖାସକରି ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ହୋଇଥିବା ଟ୍ରେଡ ସମସ୍ତଙ୍କୁ ଚକିତ କରିଥିଲା । କାରଣ ଗୁଜୁରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟ୍ରେଡ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ହାର୍ଦ୍ଦିକଙ୍କୁ ଦଳରେ ପୁଣିଥରେ ସାମିଲ କରିବା ସହ ଅଧିନାୟକ ଦାୟିତ୍ୱ ମଧ୍ୟ ଦେଇଛି ମୁମ୍ବାଇ । ତେବେ ଏହି ଟ୍ରେଡକୁ ନେଇ ଏକ ସାକ୍ଷାତକାରରେ ମୁହଁ ଖୋଲିଛନ୍ତି ଗୁଜୁରାଟ ଟାଇଟନ୍ସର ବୋଲର ମହମ୍ମଦ ସାମି ।ହାର୍ଦ୍ଦିକ ଗୁଜୁରାଟ ଟାଇଟନ୍ସ ଛାଡିବା ପରେ ଶୁଭମନ ଗିଲଙ୍କୁ ମିଳିଛି ଦଳର ଅଧିନାୟକ ଭାର । ଏସବୁ ଭିତରେ ମହମ୍ମଦ ସାମି କହିଛନ୍ତି, କେହି ଦଳ ଛାଡିଦେଲେ କାହା ଉପରେ ଫରକ ପଡେନି । ହାର୍ଦ୍ଦିକ ଦଳ ଛାଡିବାକୁ ଚାହୁଁଥିଲେ ଏବଂ ସେ ଦଳ ଛାଡିଦେଲେ । ଅଧିନାୟକ ଭାବେ ଗୁଜୁରାଟ ଟାଇଟନ୍ସ ପାଇଁ ଦମଦାର ପ୍ରଦର୍ଶନ କରିଛନ୍ତି ହାର୍ଦ୍ଦିକ ଏବଂ ଦଳକୁ ଥରେ ଚାମ୍ପିୟନ ମଧ୍ୟ କରିଛନ୍ତି । ଜୀବନସାରା ଗୁଜୁରାଟ ଟିମରୁ ଖେଳିବାକୁ ସେ ଅନୁବନ୍ଧିତ ନଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୨୦୨୨ରେ ଗୁଜୁରାଟ ଟାଇଟନ୍ସକୁ ବିଜୟୀ କରିଥିଲେ । ଏହାପରେ ୨୦୨୩ରେ ଫାଇନାଲ ମୁକାବିଲା ଖେଳିଥିଲେ ମଧ୍ୟ ଦଳକୁ ରନର୍ସ ଅପରେ ସନ୍ତୁଷ୍ଟ ହେବାକୁ ପଡିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ