Saturday, October 3, 2026
30.8 C
Odisha

    ଲାଞ୍ଚ ନେବା ମାମଲାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡାକ୍ତରଙ୍କୁ ୨ବର୍ଷ ଜେଲ୍‌

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଯାଜପୁର ଜିଲ୍ଲା ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି)ର ପୂର୍ବତନ ମେଡିକାଲ ଅଫିସର ତଥା ବର୍ତ୍ତମାନ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର କରୁଣାକର ରାଉତଙ୍କୁ ଲାଞ୍ଚ ନେବା ମାମଲାରେ ଆଜି କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି। ଭିଜିଲାନ୍ସ ଅଦାଲତ ତାଙ୍କୁ ଦୁର୍ନୀତି ନିବାରଣ ଆଇନ ଅନୁସାରେ ୨ବର୍ଷ ଜେଲଦଣ୍ଡ ଓ ୧୦ହଜାର ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅତିରିକ୍ତ ୬ମାସ ଜେଲ ଦଣ୍ଡ ଭୋଗିବାକୁ ହେବ ବୋଲି ଅଦାଲତ ରାୟରେ ଉଲ୍ଲେଖ କରିଛନ୍ତି। ପ୍ରକାଶ ଯେ ଗତ ୨୦୧୪ରେ ରାଜ୍ୟ ଟିମ ପକ୍ଷରୁ ମଧୁବନ ସିଏଚସିରେ ଏମଡିଏ ଯାଞ୍ଚ ସମୟରେ ଜନୈକା ଚୁକ୍ତିଭିତ୍ତିକ ସ୍ୱାସ୍ଥ୍ୟକର୍ମୀ ଅନୁପସ୍ଥିତ ଥିଲେ । ତାଙ୍କ ବିରୋଧରେ କୋଣସି କାର୍ଯ୍ୟାନୁଷ୍ଠାନ ନହେବା ନିମନ୍ତେ ସେହି ସମୟରେ ମେଡିକାଲ ଅଫିସର ଡା. ରାଉତ ସମ୍ପୃକ୍ତ ସ୍ୱାସ୍ଥ୍ୟ କର୍ମୀଙ୍କ ଠାରୁ ଲାଞ୍ଚ ଗ୍ରହଣ କରି ଭିଜିଲାନ୍ସ ହାତରେ ଧରାପଡିଥିଲେ। ତାଙ୍କ ବିରୋଧରେ ଭିଜିଲାନ୍ସ ଏକ ମାମଲା ରୁଜ୍ଜୁ କରିଥିଲା। ଏହି ମାମଲାରେ ଭିଜିଲାନ୍ସ ପକ୍ଷରୁ ଚାର୍ଜସିଟ ମଧ୍ୟ ଦାଖଲ ହୋଇଥିଲା। କଟକ ଭିଜିଲାନ୍ସ ଡିଭିଜନର ପ୍ରାକ୍ତନ ଡିଏସପି ଭରତ ଚନ୍ଦ୍ର ସେଠୀ ଏହି ମାମଲାର ତଦନ୍ତ କରିଥିଲେ। ପ୍ରଜିକ୍ୟୁସନ ପକ୍ଷରୁ ଭିଜିଲାନ୍ସର ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ସର୍ବେଶ୍ୱର ବାରିକ ଓ ଏପିପି ଦୀପକ କୁମାର ସ୍ୱାଇଁ ମାମଲା ପରିଚାଳନା କରୁଥିଲେ। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ସମ୍ପୃକ୍ତ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର ନିମନ୍ତେ ପାଇଁ ଭିଜିଲାନ୍ସ ପକ୍ଷରୁ ସରକାରଙ୍କୁ ଆବେଦନ କରାଯିବ ବୋଲି କୁହାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.8 ° C
    30.8 °
    30.8 °
    54 %
    2.9kmh
    5 %
    Sat
    31 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ