Saturday, September 26, 2026
23.9 C
Odisha

    ପ୍ରଭୁ ରାମଙ୍କ ମନ୍ଦିରକୁ ନେଇ ମୋଦୀଙ୍କୁ ଚିଠି ଲେଖିଲେ ଶିଳ୍ପା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି। ଉକ୍ତ ଚିଠିକୁ ସେ ବିଜେପିର ଅଫିସିଆଲ ଟୁଇଟର ଆକାଉଣ୍ଟରେ ସେୟାର ବି କରିଛନ୍ତି। ଏହି ଚିଠିରେ ଶିଳ୍ପା ପ୍ରଧାନମନ୍ତ୍ରୀଙ୍କ ରାମମନ୍ଦିର ନିର୍ମାଣକୁ ‌ନେଇ କୃତଜ୍ଞତା ଜଣାଇଛନ୍ତି। ଶିଳ୍ପାଙ୍କ ଏହି ଚିଠିକୁ ସେୟାର କରି ମହାରାଷ୍ଟ୍ର ବିଜେପି କହିଛି, ‘ଅଭିନେତ୍ରୀଙ୍କ ଭଳି ଅନ୍ୟମାନେ ବି ଏଭଳି ଚିଠି ଲେଖିପାରିବେ। ଏହି ଚିଠିକୁ ଆମେ ସୋସିଆଲ ମିଡିଆରେ ସେୟାର ବି କରିବୁ।’ ଶିଳ୍ପା ମୋଦୀଙ୍କୁ ଚିଠି ଲେଖି କୃତଜ୍ଞତା ଜଣାଇ କହିଛନ୍ତି, ‘ଆଦରଣୀୟ ମୋଦୀ, କିଛିଲୋକ ଇତିହାସ ପଢ଼ିଥାଆନ୍ତି। କିଛିଲୋକ ଇତିହାସ ଶିଖିଥାଆନ୍ତି ଓ ରଚିଥାଆନ୍ତି। କିନ୍ତୁ ଆପଣଙ୍କ ଭଳି ଲୋକ ଇତିହାସ ବଦଳାଇବା ସହିତ ଇତିହାସ ରଚିଦେଲେ। ୫୦୦ବର୍ଷ ପରେ ଅଯୋଧ୍ୟାରେ ଆପଣଙ୍କ ପାଇଁ ପ୍ରଭୁ ରାମଙ୍କ ଜନ୍ମଭୂମି‌ରେ ମନ୍ଦିର ନିର୍ମାଣ ହୋଇପାରିଲା। ଜାନୁଆରି ୨୨ ତାରିଖ‌‌ରେ ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା ବି ହେଲା। ଏଥିପାଇଁ ଆପଣଙ୍କୁ ମୋର ହୃଦୟରୁ ଧନ୍ୟବାଦ। ଏହି ଶୁଭକାମ ସହିତ ଅଯୋଧ୍ୟା ଶ୍ରୀରାମ ମନ୍ଦିର ସହିତ ଆପଣଙ୍କ ନାମ ସବୁଦିନ ପାଇଁ ଯୋଡ଼ି ହୋଇ ରହିଲା। ନମୋ ରାମ! ଜୟ ଶ୍ରୀ ରାମ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.9 ° C
    23.9 °
    23.9 °
    94 %
    2.6kmh
    100 %
    Sat
    30 °
    Sun
    29 °
    Mon
    29 °
    Tue
    30 °
    Wed
    29 °

    ସମ୍ବନ୍ଧିତ