Wednesday, October 14, 2026
23 C
Odisha

    ହୋଲିଲେ ୩ ଗ୍ରାମବାସୀଙ୍କୁ ହତ୍ୟା କଲେ ନକ୍ସଲ, ସୀମାରେ ଜବାବ ଦେଲେ ସୁରକ୍ଷାକର୍ମୀ

    ଆଗକୁ ପଢନ୍ତୁ

    ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଅଂଚଳରେ ନକ୍ସଲ ହୋଲି ଦିନ ରକ୍ତର ହୋଲି ଖେଳିଥିଲେ। ସୁକମା ଅଂଚଳର ବାସାଗୁଡା ଗ୍ରାମର ୩ ଜଣ ଗ୍ରାମବାସୀଙ୍କୁ ହତ୍ୟା କରିଥିଲେ। ଏହାପରେ ସିଆରପିଏଫ ଏବଂ ଡିଆରଜି ତଥା ସ୍ଥାନୀୟ ପୁଲିସ ବାସାଗୁଡା ଅଂଚଳରେ ଚଢାଉ କରିଥିଲେ। ନକ୍ସଲ ବାସାଗୁଡା ଥାନା ଅନ୍ତର୍ଗତ ଚିପୁରଭଟ୍ଟି ଅଂଚଳର ତାଲପେରୁ ନଦୀ ନିକଟରେ ନକ୍ସଲ କ୍ୟାମ୍ପ କରି ରହିଥିବା ପୁଲିସ ଖବର ପାଇବା ପରେ ଚଢାଉ କରିଥିଲା।
    ଏହି ଅଞ୍ଚଳଟି ସୁକମା ଓ ବିଜାପୁର ସୀମା୍ନ୍ତବର୍ତ୍ତୀ ଅଂଚଳ।ପୁଲିସକୁ ଦେଖି ନକ୍ସଲ ଅତର୍କିତ ଗୁଳି ଚଳାଇଥିଲେ। ଯବାନମାନେ ମଧ୍ୟ ପାଲଟା ଜବାବ ଦେଇଥିଲେ। ଦୀର୍ଘ ସମୟ ଧରି ଗୁଳିବିନିମୟ ହୋଇଥିଲା। ଏହି ଅପରେସନରେ ୨୧୦, ୨୦୫ କୋବ୍ରା ବାଟାଲିୟନ, ୨୨୯ ସିଆରପିଏଫ ବାଟାଲିୟନର ଯବାନ ସାମିଲ ଥିଲେ। ନକ୍ସଲ ପୁଲିସ ଗୁଳିର ସାମ୍ନା କରିନପାରି ଛତ୍ରଭଙ୍ଗ ଦେଇଥିଲେ। ପରେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ବେଳେ ଜଣେ ମହିଳା ନକ୍ସଲ ସହ ୬ ଜଣ ନକ୍ସଲଙ୍କ ଶବ ଜବତ କରାଯିବା ସହ ମାଓ ସାମଗ୍ରୀ ଜବତ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ଡେପୁଟି ମାଓ କମାଣ୍ଡର ରହିଥିବା ପୁଲିସ କହିଛି। ଘଟଣାସ୍ଥଳରେ ଏବେ ବି ପୁଲିସ ସର୍ଚ୍ଚ ଅପରେସନ ଜାରି ରଖିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23 ° C
    23 °
    23 °
    93 %
    1.6kmh
    5 %
    Wed
    23 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ