ବର୍ତ୍ତମାନର ଋତୁ ହେଉଛି ଶୀତ ଋତୁ । ଏହି ଋତୁରେ ଅନେକ ପ୍ରକାରର ସମସ୍ୟା ଦେଖା ଦେଇଥାଏ । ଖାସ୍ କରି ଶୀତ ଋତୁରେ ଲୋକେମାନେ ସୁନ୍ଦର ଦେଖାଯାଆନ୍ତି ନାହିଁ । କାରଣ ଏହି ଋତୁରେ ଫେସ୍ ଏବଂ ଗୋଡ, ହାତ ସବୁ ଡ୍ରାଏ ପଡିଯାଏ । ଶୀତ ଋତୁରେ ଶୁଖିଲା ପବନ ହେତୁ ସ୍କିନ୍ ଅଧିକ ଡ୍ରାଏ ପଡିଯାଏ ।
ଏହି ସମୟରେ ଲୋକେମାନେ ବହୁତ ପ୍ରକାର ଲୋସନ ବ୍ୟବହାର କରିଥାନ୍ତି । ଲୋସନକୁ ବ୍ୟବହାର କରିଥାନ୍ତି ସତ ହେଲେ ଏହି ଲୋସନ୍ ବହୁତ ଶୀଘ୍ର ଶୁଖିଯାଏ ଏବଂ ସ୍କିନକୁ ସଙ୍ଗେ ସଙ୍ଗେ ଡ୍ରାଏ ପକାଇଦିଏ । ଖାସ୍ କରି ଝିଅମାନେ ଅଧିକ ଟେନସନରେ ପଡିଯାଆନ୍ତି, କାରଣ ଏହି ଋତୁରେ ସମସ୍ତେ ପିକନିକ୍ ଜାଇଥାନ୍ତି । ବୁଲାବୁଲି କରିବା ସମୟରେ ଯଦି ଏଭଳି ସମସ୍ୟା ଦେଖାଦିଏ ତେବେ କଥା ସରିଲା । ସମସ୍ତେ ଚାହିଁଥାନ୍ତି ଯେ ସେମାନେ କିପରି ସୁନ୍ଦର ଦେଖାଯିବେ ହେଲେ ଏହି ଋତୁରେ ସ୍କିନ୍ ଡଲ ପଡିଯାଏ ଯେଉଁ କାରଣରୁ ଅନେକ ପ୍ରକାର ଅସୁବିଧା ସୃଷ୍ଟି ହୋଇଥାଏ ।
ଏପରି ସ୍ଥିତିରେ ଆପଣ, କିପରି ସୁନ୍ଦର ଦେଖାଯିବେ ଏବଂ ଆପଣଙ୍କ ସ୍କିନ୍ କିପରି ଗ୍ଲୋ କରିବ ତାହା ଜାଣନ୍ତିୁ ।
ସର୍ବପ୍ରଥମେ ଆପଣ ସ୍କିନରେ ଲହୁଣୀ ଲଗାନ୍ତୁ ଏବଂ ଏହାକୁ ଅନେକ ଉପାୟରେ ମଧ୍ୟ ବ୍ୟବହାର କରିପାରିବେ । ଯଦି ମହୁ ଏବଂ ଲହୁଣୀର ମିଶ୍ରଣକୁ ଫେସ କିମ୍ବା ହାତ, ଗୋଡରେ ଲଗାନ୍ତି ତେବେ ଏହା ବହୁତ ଚମକ ସୃଷ୍ଟି କରିଥାଏ । ଏହି ମିଶ୍ରଣଟି ଚର୍ମକୁ ପୁଷ୍ଟିକର ଏବଂ ଆଦ୍ରତା ଯୋଗାଇଥାଏ । ଏହି ପ୍ୟାକଟି ବହୁତ ଲାଭଦାୟକ ହୋଇଥାଏ । ଏହି ପ୍ୟକ୍ ଖାଲି ସ୍କିନକୁ ସୁନ୍ଦର କରି ନଥାଏ ବରଂ ଫେସ କଲରରେ ମଧ୍ୟ ଉନ୍ନତି ଆଣିଥାଏ ।
ଶୀତ ଋତୁରେ ଯଦି ଏହି ପ୍ୟାକକୁ ସବୁଦିନ ଲଗାଇବା ତେବେ ଆପଣଙ୍କ ସସମ୍ୟା ବହୁତ ଶୀଘ୍ର ଦୂର ହେବ । ଏହାକୁ ଆପଣ କିପରି ଫେସରେ ଲଗାଇବେ ଜାଣନ୍ତୁ । ୧ ଚାମଚ ଲହୁଣୀ ଆଣି ସେଥିରେ ୧ଚାମଚ ମହୁ ମଶାନ୍ତୁ । ଏହାପରେ କିଛି ସମୟ ଭଲ ଭାବରେ ମିକ୍ସ କରନ୍ତୁ ଏବଂ ପରେ ଏହାକୁ ଫେସରେ ଲଗାଇ କିଛି ସମସୟ ପାଇଁ ଛାଡି ଦିଅନ୍ତୁ । ୨୦ ମିନିଟ ପରେ ଫେସକୁ ଭଲ ପାଣିରେ ଧୋଇ ଦିଅନ୍ତୁ, ଦେଖିବେ ଆପଣଙ୍କ ସ୍କିନ କିପରି ନରମ ରହିବା ସହ ଗ୍ଲୋ ମଧ୍ୟ କରିବ । ଏହାସହ ଆପଣ ରାତିରେ ଶୋଇବା ସମୟରେ ମଧ୍ୟ ଖାଲି ଲହୁଣୀକୁ ଫେସରେ ଲଗାଇ ଶୋଇ ପାରିବେ । ଯାହା ସକାଳୁ ଉଠିବା ପରେ ଫେସ ବହୁତ ସୁନ୍ଦର ଦେଖାଯାଇଥାଏ ।
ତେଣୁ ଯଦି ଚାହୁଁଛନ୍ତି ଯେ ଶୀତ ଋତୁରେ ଆପଣଙ୍କ ସ୍କିନ୍ ଗ୍ଲୋ କରୁ ତେବେ ଏହି ଟିପ୍ସକୁ ନିୟମିତ ଭାବରେ ବ୍ୟବହାର କରନ୍ତୁ । ଦେଖିବେ ବହୁ ଶୀଘ୍ର ମିଳିଯିବ ଆପଣଙ୍କର ରେଜଲ୍ଟ ।