Monday, September 21, 2026
27.9 C
Odisha

    ସୋଆରେ ‘ବେଟି ବଚାଓ ବେଟି ପଢ଼ାଓ’ ନେଇ କର୍ମଶାଳା ଆୟୋଜିତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ୧୩/୦୧: ଝିଅମାନେ ପାଠ ପଢ଼ିଲେ, ସଶକ୍ତ ହେଲେ ଦେଶ ଆଗକୁ ଯିବ। ପରିବାର ସହିତ ଦେଶର ଅର୍ଥନୀତି ମଧ୍ୟ ମହିଳାଙ୍କ ସଶକ୍ତିକରଣ ଉପରେ ନିର୍ଭର କରେ। ଏହି ପ୍ରସଙ୍ଗ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍‌)ରେ ଶନିବାର ଏକ ଦିବସୀୟ କର୍ମଶାଳା ଆୟୋଜିତ ହୋଇଯାଇଛି । ଇଣ୍ଡିଆନ୍ କାଉନ୍‌ସିଲ୍ ଅଫ୍ ସୋସିଆଲ୍ ସାଇନ୍ସ ରିସର୍ଚ୍ଚ (ଆଇସିଏସ୍‌ଏସ୍‌ଆର୍‌) ଦ୍ୱାରା ପ୍ରାୟୋଜିତ ତଥା ରେଭେନ୍ସା ବିଶ୍ୱବିଦ୍ୟାଳୟ ଓ ବିଆଇଆଇଟିଏମ୍‌, ଭୁବନେଶ୍ୱରର ମିଳିତ ସହଯୋଗରେ ଏକ କର୍ମଶାଳା ଆୟୋଜନ କରାଯାଇଥିଲା ।
    ଭୁବନେଶ୍ୱର ଏବଂ କଟକର ବିଭିନ୍ନ ଅଂଚଳ ତଥା ବସ୍ତିରେ ଝିଅମାନଙ୍କର ଅଧାରୁ ପାଠ ପଢ଼ା ବନ୍ଦ ଓ ଖୁବ୍ କମ୍ ବୟସରୁ ବିବାହକୁ ନେଇ ଅନୁସନ୍ଧାନ କରାଯାଇଥିଲା । ଦୀର୍ଘ ୩ ରୁ ୪ ମାସ ଧରି ଏସ୍‌ଏଚ୍‌ଏମ୍‌ର ଟିମ୍ ଏ ନେଇ ଗବେଷଣା କରିଥିବା ବେଳେ ପ୍ରାୟ ୩୦୦୦ ବିଭିନ୍ନ ତଥ୍ୟ ସଂଗ୍ରହ କରିଥିଲେ । ସେହି ତଥ୍ୟ ସମ୍ପର୍କରେ ଏହି କର୍ମଶାଳାରେ ଆଲୋଚନା କରାଯାଇଥିଲା।
    ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କର୍ମଶାଳାକୁ ପ୍ରଶଂସା କରିବା ସହ ତୃଣମୂଳ ସ୍ତରରେ ଏହି ସବୁ ସମସ୍ୟା ବାହାର କରିବା ସହ ଝିଅ ମାନଙ୍କୁ ଶିକ୍ଷିତ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ଝିଅମାନେ ଶିକ୍ଷିତ ହେଲେ ଦେଶର ଅର୍ଥନୀତି ବଳିଷ୍ଠ ହେବ ବୋଲି ସେ କହିଥିଲେ। ସେହିପରି ଏସଏଚଏମ୍‌ର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି କହିଥିଲେ ଯେ ୩ -୪ ମାସ ମଧ୍ୟରେ କଟକ ଓ ଭୁବନେଶ୍ୱର ଅଂଚଳରୁ ଏହି ତଥ୍ୟ ସଂଗ୍ରହ କରାଯାଇଛି ଏବଂ ଏହା ସରକାରଙ୍କୁ ‘ବେଟି ବଚାଓ ବେଟି ପଢ଼ାଓ’ ନୀତି ପ୍ରସଙ୍ଗରେ ସାହାଯ୍ୟ କରିବ ।
    ଏହି ଅବସରରେ ଭୁବନେଶ୍ୱର ମହାନଗର ନିଗମର ଡେପୁଟି କମିଶନର ଡକ୍ଟର ରାଜଲକ୍ଷ୍ମୀ ନାୟକ ଓ ସୋଆର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଉଚ୍ଚ ଶିକ୍ଷା ବିଭାଗର ଅଣ୍ଡର ସେକ୍ରେଟାରୀ ଶ୍ରୀମତି ଗାୟତ୍ରୀ ସାମନ୍ତରାୟ ଓ କିଟ୍ ଲ ସ୍କୁଲର ଆସିଷ୍ଟାଂଟ ପ୍ରଫେସର (ଡକ୍ଟର) ବିନୀତା ବେହେରା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.9 ° C
    27.9 °
    27.9 °
    75 %
    1.5kmh
    98 %
    Mon
    29 °
    Tue
    28 °
    Wed
    28 °
    Thu
    24 °
    Fri
    24 °

    ସମ୍ବନ୍ଧିତ