Sunday, October 11, 2026
28.3 C
Odisha

    ସ୍କୁଲ୍‌ ପରିସରରେ ମଦ୍ୟପର ଆକ୍ରମଣ, ୫ ଛାତ୍ର ଆହତ

    ଆଗକୁ ପଢନ୍ତୁ

    ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ବଙ୍କେଲ ସରକାରୀ ପ୍ରାଥମିକ ସ୍କୁଲ ପରିସରରେ ପଶି ଜଣେ ମଦ୍ୟପ ଆକ୍ରମଣ କରିବା ଯୋଗୁ ୫ ଜଣ ଛାତ୍ର ଆହତ ହୋଇଛନ୍ତି। ଟିଟିଲାଗଡ଼ ଡାକ୍ତରଖାନାରେ ସେମାନଙ୍କର ଚିକିତ୍ସା କରାଯାଇଛି। ବିଦ୍ୟାଳୟର ସହକାରୀ ଶିକ୍ଷକ ବିଭୀଷଣ ବାଗଙ୍କ ସୂଚନା ଅନୁଯାୟୀ, ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ କରି ଥାଳି ଧୋଇବାକୁ ଯାଉଥିବା ବେଳେ ଉକ୍ତ ମଦ୍ୟପ ଜଣଙ୍କ ସ୍କୁଲ ପରିସରକୁ ପଶି ଆସିଥିଲା। ସେ ଏକ ବାଡ଼ିରେ ପିଲାମାନଙ୍କୁ ଆକ୍ରମଣ କରିଥିଲା। ସେ ୧୫ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲା। ସେମାନଙ୍କ ମଧ୍ୟରୁ ୫ ଜଣ ଛାତ୍ର ଆହତ ହୋଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.3 ° C
    28.3 °
    28.3 °
    70 %
    1.4kmh
    0 %
    Sun
    26 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ