Sunday, September 27, 2026
23.6 C
Odisha

    ରକ୍ତମୁଖା ହେଲା ମଦ୍ୟପ: ଛୁରି ଭୁସି ପୁଅର ଜୀବନ ନେଲା; ଭାଇ ଗୁରୁତର, ଅଭିଯୁକ୍ତ ଅଟକ

    ଆଗକୁ ପଢନ୍ତୁ

    ତେନ୍ତୁଳିଖୁଣ୍ଟି/ନନ୍ଦାହାଣ୍ଡି: ମଦ୍ୟପ ବାପାର ଉନ୍ମତ କାଣ୍ଡ। ମଦ୍ୟପାନ କରି ନିଜ ପୁଅକୁ ଛୁରି ଭୁସି ହତ୍ୟା କରିଛି। ଏହି ସମୟରେ ଦାଦା ଛଡ଼େଇବାକୁ ଆସିବାରୁ ତାଙ୍କୁ ମଧ୍ୟ ଛୁରି ମାଡ଼ କରିଛି। ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ତଥା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଧଣ୍ଡରା ଗ୍ରାମରେ ଏଭଳି ଘଟଣା ଘଟିଛି। ମୃତ ଯୁବକ ହେଲେ ଦେବ ନାୟକ(୨୨) ଓ ଗୁରୁତର ବ୍ୟକ୍ତି ଅଭିମନ୍ୟୁ ନାୟକ।

    ପୁଲିସ ସୂଚନା ମୁତାବକ ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଧଣ୍ଡରା ଗ୍ରାମର ଜଗେଶ୍ୱର ନାୟକ ଶନିବାର ରାତି ୮ଟାରେ ମଦ୍ୟପାନ କରି ନିଜ ଘର ସମ୍ମୁଖରେ ପାଟିତୁଣ୍ଡ କରୁଥିଲେ। ଏହି ସମୟରେ ବଡ଼ ପୁଅ ଦେବ ନାୟକ(୨୨) ନିଜ ବାପାଙ୍କୁ ବାହାରେ କାହିଁକି ପାଟିତୁଣ୍ଡ କରୁଛୁ ବୋଲି ଆକଟ କରିଥିଲେ। ଏହାକୁ ନେଇଁ ଉଭୟ ବାପା ଓ ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଜଗେଶ୍ୱର ନିଜ ପୁଅ ଦେବ ନାୟକଙ୍କ ଛାତିରେ ଛୁରି ଭୁସି ଦେଇଥିଲେ। ଏହି ସମୟରେ ଦାଦା ଅଭିମନ୍ୟୁ ନାୟକ ଛଡ଼େଇବାକୁ ଆସିଥିବା ବେଳେ ତାଙ୍କୁ ମଧ୍ୟ ଜଙ୍ଘରେ ଛୁରି ମାଡ଼ କରିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଭୟ ଦାଦା ପୁତୁରା ତଳେ ପଡ଼ି ଛଟପଟ ହୋଇଥିଲେ। ଏହାପରେ ଉଭୟ ଦାଦା ପୁତୁରାଙ୍କୁ ଆମ୍ବୁଲାନ୍ସ ଯୋଗେ ନେଇଁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

    ତେବେ ଚିକିତ୍ସାଧୀନ ଅବସ୍ଥାରେ ଦେବଙ୍କ ମୃତ୍ୟୁ ହୋଇଛି। ଅଭିମନ୍ୟୁଙ୍କ ଚିକିତ୍ସା ଚାଲିଛି। ଏନେଇଁ ସାନ ପୁଅ ପାର୍ଥ ନାୟକ ତେନ୍ତୁଳିଖୁଣ୍ଟି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆଇଆଇସି ଗୋପାଳ କୃଷ୍ଣ ଆଗୁପାତ୍ର,ଏସଆଇ ପ୍ରମୋଦ କୁମାର ଖଣ୍ଡୁଆଳ ଏବଂ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ। ହତ୍ୟା ମାମଲାରେ ବ୍ୟବହୃତ ଛୁରି ଜବତ କରାଯାଇଛି। ସେହିପରି ଜଗେଶ୍ୱର ନାୟକଙ୍କୁ ଥାନାକୁ ଆଣି ତଦନ୍ତ ଚାଲିଥିବା ପୁଲିସ ସୂଚନା ଦେଇଛି। ଏନେଇ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଆଇଆଇସି ଶ୍ରୀ ଆଗୁପାତ୍ର କେଶର ତଦନ୍ତ କରୁଛନ୍ତି। ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ପୁଲିସ ସୂଚନା ଦେଇଛି। ଦେବଙ୍କ ମୃତ୍ୟୁ ପରେ ଧଣ୍ଡରା ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.6 ° C
    23.6 °
    23.6 °
    94 %
    1.4kmh
    11 %
    Sat
    23 °
    Sun
    29 °
    Mon
    30 °
    Tue
    30 °
    Wed
    29 °

    ସମ୍ବନ୍ଧିତ