Friday, September 11, 2026
26.2 C
Odisha

    ସୋନମଙ୍କ ଘର କେଉଁ ରାଜପ୍ରସାଦଠାରୁ କମ୍‌ ନୁହେଁ; ୧୭୩ କୋଟିର ଘ‌ରର ପ୍ରବେଶ ଦ୍ବାରରେ ଅଛନ୍ତି ନନ୍ଦୀ

    ଆଗକୁ ପଢନ୍ତୁ

    ମୁମ୍ବାଇ: ଯଦିଓ ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର ଫିଲ୍ମ ସ୍କ୍ରିନରେ ଆଉ ସକ୍ରିୟ ନୁହଁନ୍ତି, ସୋସିଆଲ ମିଡିଆରେ ତାଙ୍କର ଚାହିଦା ସେପରି ରହିଛି। ସୋନମ ଇନଷ୍ଟାଗ୍ରାମରେ ଖୁବ୍ ସକ୍ରିୟ। ପାର୍ଟି ଓ ଫ୍ୟାସନ୍‌ର ଫଟୋ ସେୟାର କରି ସେ ତାଙ୍କ ପ୍ରଶଂସକଙ୍କୁ ମନୋରଞ୍ଜନ କରିବାରେ ଧୁରନ୍ଧର।ଅନିଲ କପୁରଙ୍କ ଝିଅ ସୋନମ ତାଙ୍କ ସ୍ୱାମୀ ଆନନ୍ଦ ଅହୁଜାଙ୍କ ସହ ତାଙ୍କ ଲଣ୍ଡନ ଘରେ ରୁହନ୍ତି, କିନ୍ତୁ ରବିବାର ଦିନ ସେ ଦିଲ୍ଲୀର ନିଜର ଏକ ବିଳାସପୂର୍ଣ୍ଣ ଘରର ଫଟୋ ସେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ କିଛି ଅତିଥିଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ହେଉଥିବାର ଦେଖିବାକୁ ମିଳିଛି।

    ସୋନମଙ୍କ ଶାଶୂଘରର ଭିତର ସାଜସଜ୍ଜା ଦେଖି ଲୋକେ ଏହାକୁ ଏକ ପ୍ରାସାଦ ସହିତ ତୁଳନା କରୁଛନ୍ତି। ବିଶେଷକରି ପ୍ରଶଂସକମାନେ ଏଥିରେ ଥିବା ‘ଆଧୁନିକ ଭାରତ’ର ସ୍ପର୍ଶ ଦେଖିବା ପରେ ବେଶ୍‌ ଖୁସି ହୋଇଛନ୍ତି।ଇନଷ୍ଟାଗ୍ରାମରେ ଏହି ଫଟୋଗୁଡ଼ିକୁ ସେୟାର କରି ସୋନମ କପୁର କ୍ୟାପସନରେ ଲେଖିଛନ୍ତି, ‘‘ଆମ ଅତିଥିମାନଙ୍କୁ ଭାରତର ପ୍ରଚୁରତା ବିଷୟରେ କହିବାକୁ ଏକ ମଧ୍ୟାହ୍ନ ଭୋଜନର ଆୟୋଜନ କରାଯାଇଥିଲା। ଅତିଥିମାନଙ୍କ ଆଗରେ ଆମ ଦେଶକୁ ସୁନ୍ଦର ଭାବରେ ପ୍ରଦର୍ଶନ କରିବାରେ ମୋତେ ସାହାଯ୍ୟ କରିଥିବାରୁ ସିଆ, ଇରା, କରଣ, ରଜନୀତ୍ ଏବଂ ମାରୁତଙ୍କୁ ଧନ୍ୟବାଦ।’’
    ଏହା ସହିତ ସୋନମ ତାଙ୍କ ପୋଷାକ ପାଇଁ ତାଙ୍କ ଡିଜାଇନର୍ ବନ୍ଧୁ କୁନାଲ ରାୱଲଙ୍କୁ ମଧ୍ୟ ବିଶେଷ ଧନ୍ୟବାଦ ଦେଇଛନ୍ତି। ସୋନମ କହିଛନ୍ତି ଯେ ଏହା ତାଙ୍କର ପ୍ରିୟ ପୋଷାକ ମଧ୍ୟରୁ ଗୋଟିଏ।
    ଗେ‌ାଟାଏ ଫଟୋରେ ସୋନମ ଘରର ପ୍ରବେଶ ପଥରେ ଏକ କନସୋଲ ଟେବୁଲ ପାଖରେ ପୋଜ୍ କରିଥିଲେ। ଟେବୁଲ ଉପରେ ନନ୍ଦୀଙ୍କ ଏକ ପ୍ରତିମୂର୍ତ୍ତି ଅଛି। କାଠ ଟେବୁଲଗୁଡିକୁ ସୁନ୍ଦର ଫୁଲ, ମହମବତୀ, ରୂପା ହାତୀ ମୂର୍ତ୍ତି ଏବଂ ବାସନରେ ସଜାଯାଇଛି।

    ଏହା ସହିତ ସୋନମ ଡାଇନିଂ ଟେବୁଲର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି, ଯାହା ଏକ ପ୍ରାସାଦର ସାଜସଜ୍ଜା ପରି ଲାଗୁଛି। ଏଥିରେ ଧଳା ଏବଂ ନାଲି ଫୁଲ, ମହମବତୀ ଏବଂ ରୂପା ବାସନ ଦେଖିବାକୁ ମିଳିଛି। ଦିଲ୍ଲୀର ପ୍ରୀତିରାଜ ରୋଡରେ ଅବସ୍ଥିତ ସୋନମ କପୁର ଏବଂ ଆନନ୍ଦ ଅହୁଜାଙ୍କ ଏହି ଘରର ମୂଲ୍ୟ ୧୭୩ କୋଟି ଟଙ୍କା। ସୋନମ କପୁରଙ୍କ ଏହି ଶାଶୂଘର ୩୧୭୦ ବର୍ଗଫୁଟ୍‌ ଅଞ୍ଚଳରେ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.2 ° C
    26.2 °
    26.2 °
    87 %
    2.3kmh
    99 %
    Fri
    27 °
    Sat
    28 °
    Sun
    29 °
    Mon
    31 °
    Tue
    31 °

    ସମ୍ବନ୍ଧିତ