Saturday, July 27, 2024
24.8 C
Odisha

    ଆକ୍ସନ ମୋଡ୍‌ରେ ସ୍ପେଶାଲ କ୍ରାଇମ ୟୁନିଟ୍; ଜୋରଦାର ଚଢ଼ାଉ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର:  ନିଶା ବେପାରୀଙ୍କ ଉପରେ ଚଢ଼ାଉ କରିଛି କମିଶନରେଟ ପୋଲିସ । ଭୁବନେଶ୍ବର ସିଆରପି ଛକରୁ ୬୬୦ ଗ୍ରାମ ବ୍ରାଉନସୁଗର ସହ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ ।  ବ୍ରାଉସୁଗାରର ଆନୁମାନିକ ମୂଲ୍ୟ ୬୦ ଲକ୍ଷ ଟଙ୍କାରୁ ଅଧିକ ହେବ । ଅତିରିକ୍ତ ଡିସିପି ସଞ୍ଜୀବ ଶତପଥୀଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଛି । ସିଆରପି ଫ୍ଲାଏ ଓଭର ନିକଟରେ ଏକ ପିକ ଅପ ବୋଲେରୋ ସାହାଯ୍ୟରେ ସେମାନେ ବ୍ରାଉନସୁଗାର ଚାଲାଣ କରୁଥିଲେ । ମୁଖ୍ୟତଃ ଏମାନେ ମାଛ ବେପାର ଜରିଆରେ ପାଉଡର ଡିଲ କରୁଥିଲେ ।

    ଆଜମେର ଖାଁ ଓ ଶେଖ ସାଦିରୁଦ୍ଦିନ ଆଗକୁ ବଡ଼ଦିନ ଓ ନୂଆବର୍ଷ ଥିବାରୁ ବିଭିନ୍ନ କ୍ଲବ ଓ ପବରେ ନିଶା ଡିଲ କରିବାର ଯୋଜନା କରୁଥିବା ଜାଣିବାକୁ ପାଇଛି ପୋଲିସ । ମେ’ ମାସରେ ଆରମ୍ଭ ହୋଇଥିବା ସ୍ପେଶାଲ କ୍ରାଇମ ୟୁନିଟ ସଫଳତାର ସହ ନିଶା ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି । ସ୍ପେଶାଲ କ୍ରାଇମ ୟୁନିଟ ପକ୍ଷରୁ ଏ ପର୍ଯ୍ୟନ୍ତ ୨ କେଜି ୮୦ ଗ୍ରାମ ବ୍ରାଉନସୁଗର ଚଳିତ ବର୍ଷ ଜବତ କରାଯାଇଛି । ୬୧ କେସ ଭୁବନେଶ୍ୱର ୟୁପିଡ଼ିରେ ରୁଜୁ କରାଯାଇଛି । ହ୍ବାଇଟ୍ ସ୍ପାଇଡର ଅପରେଶନକୁ ବ୍ୟାପକ କରାଯାଇଛି । ଆଗକୁ ମଧ୍ୟ ଏହି ଧାରା ବଜାୟ ରହିବ ବୋଲି କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    96 %
    1.2kmh
    100 %
    Sat
    26 °
    Sun
    27 °
    Mon
    30 °
    Tue
    30 °
    Wed
    25 °

    ସମ୍ବନ୍ଧିତ