Saturday, July 27, 2024
24.5 C
Odisha

    ସଂସଦର ସୁରକ୍ଷା ତ୍ରୁଟି ପ୍ରସଙ୍ଗ , ଆଉ ୩୩ ସାଂସଦ ନିଲମ୍ବିତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସଂସଦର ସୁରକ୍ଷା ତ୍ରୁଟି ନେଇ ହୋହଲ୍ଲା ପ୍ରସଙ୍ଗରେ ଆଉ ୩୩ ଲୋକସଭା ସାଂସଦ ନିଲମ୍ବିତ ହୋଇଛନ୍ତି।  ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କ ସମେତ ଅନ୍ୟାନ୍ୟ ସାଂସଦଙ୍କୁ ନିଲମ୍ବିତ  କରିଛନ୍ତି ବାଚସ୍ପତି । ଚଳିତ ଶୀତ ଅଧିବେଶନର ଅବଶିଷ୍ଟ ଦିନଗୁଡିକ ଲାଗି ଏହି ସାଂସଦମାନଙ୍କୁ ସସପେଣ୍ଡ କରାଯାଇଛି । ଲୋକସଭାରେ ସୁରକ୍ଷା ତ୍ରୁଟି କାରଣକୁ ନେଇ ଗତ କିଛି ଦିନ ଧରି ଚାଲିଛି ବିରୋଧୀଙ୍କ ହଙ୍ଗାମା । ସୁରକ୍ଷା ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ବିବୃତି ଦାବି କରି ସାଂସଦମାନେ ହଙ୍ଗାମା ଜାରି ରଖିଥିଲେ । ସସପେଣ୍ଡ ହୋଇଥିବା ସାଂସଦଙ୍କ ମଧ୍ୟରେ ଅଛନ୍ତି କଲ୍ୟାଣ ବାନାର୍ଜୀ, ଏ. ରାଜା, ଦୟାନିଧି ମାରାନ, ଟି.ଆର. ବାଲୁଙ୍କ ସମେତ ୩୩ ସାଂସଦଙ୍କୁ ସସପେଣ୍ଡ କରାଯାଇଛି । ଗତ ୧୩ ତାରିଖରେ ଦୁଇ ଯୁବକ ସଂସଦ ଭିତରେ ପ୍ରବେଶ କରି ଧୂଆଁ ଛାଡିବା ପ୍ରସଙ୍ଗକୁ ନେଇ ତଥା ସଂସଦର ସୂରକ୍ଷା ତ୍ରୁଟି ନେଇ ବିରୋଧୀ ସାଂସଦମାନେ ହଙ୍ଗାମା କରୁଛନ୍ତି । ପୂର୍ବରୁ ୧୪ ସାଂସଦଙ୍କୁ ଲୋକସଭା ବାଚସ୍ପତି ସସପେଣ୍ଡ କରିଥିବାବେଳେ ସେମାନେ ଗାନ୍ଧୀମୂର୍ତ୍ତି ତଳେ ଧାରଣା ଦେଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    97 %
    2.6kmh
    100 %
    Fri
    24 °
    Sat
    25 °
    Sun
    29 °
    Mon
    30 °
    Tue
    30 °

    ସମ୍ବନ୍ଧିତ