Wednesday, April 15, 2026
27.1 C
Odisha

    ସଂସଦର ସୁରକ୍ଷା ତ୍ରୁଟି ପ୍ରସଙ୍ଗ , ଆଉ ୩୩ ସାଂସଦ ନିଲମ୍ବିତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସଂସଦର ସୁରକ୍ଷା ତ୍ରୁଟି ନେଇ ହୋହଲ୍ଲା ପ୍ରସଙ୍ଗରେ ଆଉ ୩୩ ଲୋକସଭା ସାଂସଦ ନିଲମ୍ବିତ ହୋଇଛନ୍ତି।  ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କ ସମେତ ଅନ୍ୟାନ୍ୟ ସାଂସଦଙ୍କୁ ନିଲମ୍ବିତ  କରିଛନ୍ତି ବାଚସ୍ପତି । ଚଳିତ ଶୀତ ଅଧିବେଶନର ଅବଶିଷ୍ଟ ଦିନଗୁଡିକ ଲାଗି ଏହି ସାଂସଦମାନଙ୍କୁ ସସପେଣ୍ଡ କରାଯାଇଛି । ଲୋକସଭାରେ ସୁରକ୍ଷା ତ୍ରୁଟି କାରଣକୁ ନେଇ ଗତ କିଛି ଦିନ ଧରି ଚାଲିଛି ବିରୋଧୀଙ୍କ ହଙ୍ଗାମା । ସୁରକ୍ଷା ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ବିବୃତି ଦାବି କରି ସାଂସଦମାନେ ହଙ୍ଗାମା ଜାରି ରଖିଥିଲେ । ସସପେଣ୍ଡ ହୋଇଥିବା ସାଂସଦଙ୍କ ମଧ୍ୟରେ ଅଛନ୍ତି କଲ୍ୟାଣ ବାନାର୍ଜୀ, ଏ. ରାଜା, ଦୟାନିଧି ମାରାନ, ଟି.ଆର. ବାଲୁଙ୍କ ସମେତ ୩୩ ସାଂସଦଙ୍କୁ ସସପେଣ୍ଡ କରାଯାଇଛି । ଗତ ୧୩ ତାରିଖରେ ଦୁଇ ଯୁବକ ସଂସଦ ଭିତରେ ପ୍ରବେଶ କରି ଧୂଆଁ ଛାଡିବା ପ୍ରସଙ୍ଗକୁ ନେଇ ତଥା ସଂସଦର ସୂରକ୍ଷା ତ୍ରୁଟି ନେଇ ବିରୋଧୀ ସାଂସଦମାନେ ହଙ୍ଗାମା କରୁଛନ୍ତି । ପୂର୍ବରୁ ୧୪ ସାଂସଦଙ୍କୁ ଲୋକସଭା ବାଚସ୍ପତି ସସପେଣ୍ଡ କରିଥିବାବେଳେ ସେମାନେ ଗାନ୍ଧୀମୂର୍ତ୍ତି ତଳେ ଧାରଣା ଦେଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.1 ° C
    27.1 °
    27.1 °
    55 %
    2kmh
    0 %
    Tue
    27 °
    Wed
    42 °
    Thu
    44 °
    Fri
    44 °
    Sat
    43 °

    ସମ୍ବନ୍ଧିତ