Friday, April 17, 2026
37.6 C
Odisha

    ଅଯୋଧ୍ୟା ରାମ ମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବରେ ପରିବେଷଣ ହେବ ଆନ୍ଧ୍ରପ୍ରଦେଶର ‘ଶ୍ରୀବାରୀ ଲଡୁ’

    ଆଗକୁ ପଢନ୍ତୁ

    ତିରୁପତି: ଆଗାମୀ ୨୨ ତାରିଖରେ ଅଯୋଧ୍ୟାରେ ହେବାକୁ ଥିବା ରାମ ମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବରେ ଯୋଗ ଦେଉଥିବା ସମସ୍ତ ବ୍ୟକ୍ତିବିଶେଷଙ୍କୁ ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ‘ଶ୍ରୀବାରୀ ଲଡୁ’ ପରିବେଷଣ କରାଯିବ।ଶ୍ରୀବାରୀ ଲଡୁ’ ହେଉଛି ଆନ୍ଧ୍ରପ୍ରଦେଶସ୍ଥିତ ତିରୁପତିରେ ଥିବା ପ୍ରଭୁ ଭେଙ୍କଟେଶ୍ବରଙ୍କ ମନ୍ଦିର ପବିତ୍ର ପ୍ରସାଦ। ରାମ ମନ୍ଦିର ଉଦ୍‌ଘାଟନୀ ଉତ୍ସବରେ ଏକ ଲକ୍ଷ ‘ଶ୍ରୀବାରୀ ଲଡୁ’ ବଣ୍ଟାଯିବ ବୋଲି ପ୍ରଭୁ ଭେଙ୍କଟେଶ୍ବର ମନ୍ଦିର ପରିଚାଳନା କରୁଥିବା ‘ଦି ତିରୁମାଲା ତିରୁପତି ଦେବସ୍ଥାନମ୍‌ସ୍‌’ କହିଛି।‘ଦି ତିରୁମାଲା ତିରୁପତି ଦେବସ୍ଥାନମ୍‌ସ୍‌’ର ନିର୍ବାହୀ ଅଧିକାରୀ ଏ. ଭି. ଧର୍ମ ରେଡ୍ଡୀ ତିରୁମାଳାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ସଦ୍ଦିଚ୍ଛାସ୍ବରୂପ ଆମେ ‌ଅଯୋଧ୍ୟା କାର୍ଯ୍ୟକ୍ରମରେ ଭକ୍ତ ଓ ‘ଭିଭିଆଇପି’ମାନଙ୍କ ମଧ୍ୟରେ ଏକ ଲକ୍ଷ ଲଡୁ ବଣ୍ଟନ କରିବୁ। ସନାତନ ଧର୍ମବାଲମ୍ବୀମାନଙ୍କ ପାଇଁ ଏହି ପ୍ରାଣ ପ୍ରତିଷ୍ଠା ଉତ୍ସବ ଖୁବ୍‌ ସ୍ମରଣୀୟ। ‘ଦି ତିରୁମାଲା ତିରୁପତି ଦେବସ୍ଥାନମ୍‌ସ୍‌’ର ମୁଖ୍ୟ ଲକ୍ଷ୍ୟ ହିନ୍ଦୁଧର୍ମ, ସଂସ୍କୃତି ଓ ମୂଲ୍ୟବୋଧର ପ୍ରଚାର ପ୍ରସାର ହୋଇଥିବାରୁ ରାମ ଜନ୍ମଭୂମି ପୂଜାରେ ଅଂଶ ଗ୍ରହଣ କରି ଆମେ ଧନ୍ୟ ହେବୁ।
    ସୂଚନାଯୋଗ୍ୟ, ଏହି ଐତିହାସିକ କାର୍ଯ୍ୟକ୍ରମକୁ ମନ୍ଦିର ଟ୍ରଷ୍ଟ୍‌ ‘ଶ୍ରୀରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର’ ୭୦୦୦ରୁ ଅଧିକ ଲୋକଙ୍କୁ ନିମନ୍ତ୍ରିତ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.6 ° C
    37.6 °
    37.6 °
    21 %
    2.1kmh
    0 %
    Fri
    42 °
    Sat
    43 °
    Sun
    43 °
    Mon
    44 °
    Tue
    43 °

    ସମ୍ବନ୍ଧିତ