Tuesday, September 29, 2026
23.2 C
Odisha

    ଗଳାରେ ମଙ୍ଗଳସୂତ୍ର ପିନ୍ଧି ବଧୂ ବେଶରେ ନଜର ଆସିଲେ ସନ୍ନିଙ୍କ ଭାଣିଜୀ

    ଆଗକୁ ପଢନ୍ତୁ

    ମୁମ୍ବାଇ: ୨୦୨୩ ମସିହା ପରି ୨୦୨୪ ମସିହାରେ ବି ଦେଓଲ ପରିବାରରେ ବିବାହ ମାହୋଲ ଦେଖିବାକୁ ମିଳିଛି। କାରଣ ସନ୍ନି ଦେଓଲଙ୍କ ପୁଅର ବାହାଘର ପରେ ଘରେ ଅନ୍ୟ ଜଣଙ୍କର ବାହାଘର ହୋଇଛି। ରିପୋର୍ଟରୁ ପ୍ରକାଶ ଯେ ପ୍ରକାଶ କୌର୍‌ ଓ ଧର୍ମେନ୍ଦ୍ରଙ୍କ ନାତୁଣୀ ନିକିତା ଚୌଧୁରୀଙ୍କ ହାତରେ ମେହେ‌ନ୍ଦୀ ଲାଗିଛି।ସନ୍ନି ଦେଓଲଙ୍କ ଏହି ଭାଣିଜୀ ମଥାରେ ସିନ୍ଦୂର, ଗଳାରେ ମଙ୍ଗଳସୂତ୍ର ପିନ୍ଧିଥିବା ବେଳେ ତାଙ୍କର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ‌ହେଉଛି। ୩୧ ତାରିଖରେ ନିକିତାଙ୍କ ବିବାହ ହୋଇସାରିଛି।

    ନିକିତାଙ୍କ ବାହାଘର ଉଦୟପୁରରେ ସାହି ଅନ୍ଦାଜରେ ହୋଇଛି। ସନ୍ନି ଦେଓଲ, ଅଭୟ ଦେଓଲ ଓ ବବି ଦେଓଲ ଭାଣିଜୀର ବିବାହରେ ଯୋଗ ଦେବାକୁ ଯାଇ ଉଦୟପୁରରେ ପହଞ୍ଚିଛନ୍ତି।

    ନିକିତା ହେଉଛନ୍ତି ଧର୍ମେନ୍ଦ୍ରଙ୍କ ଝିଅ ଅଜିତା ଦେଓଲଙ୍କ ସାନ ଝିଅ। ସନ୍ନି ଦେଓଲ ଓ ବବି ଦେଓଲଙ୍କ ଭାଣିଜୀ ନିକିତା ଆମେରିକାରରେ ରହନ୍ତି। ସେ ବୃତ୍ତିରେ ଜଣେ ଦାନ୍ତ ଡାକ୍ତର। ତାଙ୍କ ବିବାହ ଉତ୍ସବରେ କିଛି ବିଦେଶି ଅତିଥି ବି ସାମିଲ୍‌ ହେବେ ବୋଲି ଶୁଣିବାକୁ ମିଳୁଛି।

    ଧର୍ମେନ୍ଦ୍ରଙ୍କ ଝିଅ ଅଜିତା ଆମେରିକାର ଏକ ସ୍କୁଲ୍‌ରେ ମନସ୍ତତ୍ବ ବିଜ୍ଞାନର ଶିକ୍ଷୟିତ୍ରୀ। ଅଜିତାଙ୍କ ଲୋକ ଡଲି ନାମରେ ବି ଜାଣନ୍ତି। ଅଜିତା କିରଣ ଚୌଧୁରୀ ନାମକ ଜଣେ ଭାରତୀୟ-ଆମେରିକୀୟ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି। ବାହାଘର ପରେ ହିଁ ସେ ସ୍ବାମୀଙ୍କ ସହ କାଲିଫର୍ଣ୍ଣିୟା ପଳାଇଥିଲେ। ଧର୍ମେନ୍ଦ୍ରଙ୍କ ଦୁଇ ଝିଅ ଅଜିତା ଓ ବିଜେତା ଲାଇମ୍‌ଲାଇଟ୍‌ରୁ ସର୍ବଦା ଦୂରରେ ରହିଥାନ୍ତି। ଦୁଇ ଝିଅଙ୍କ ପରି ତାଙ୍କ ନାତିନାତୁଣୀ ବି ଲାଇମ୍‌ଲାଇଟ୍‌ରୁ ଦୂରରେ ରହିଥାନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.2 ° C
    23.2 °
    23.2 °
    87 %
    1.3kmh
    4 %
    Mon
    23 °
    Tue
    30 °
    Wed
    30 °
    Thu
    29 °
    Fri
    30 °

    ସମ୍ବନ୍ଧିତ