Saturday, December 7, 2024
26 C
Odisha

    ବିଧାନସଭାରେ ଅତିରିକ୍ତ ବଜେଟ୍ ଉପସ୍ଥାପିତ : ରତ୍ନଭଣ୍ଡାର ପାଇଁ ୫କୋଟି, ସୁଭଦ୍ରା ପାଇଁ ୧୧୯୬ କୋଟି ବ୍ୟୟବରାଦ

    ଆଗକୁ ପଢନ୍ତୁ

    ଆସିଲା ଅତିରିକ୍ତ ବଜେଟ୍ । ବିଧାନସଭାରେ ଉପସ୍ଥାପିତ ହେଲା ଅତିରିକ୍ତ ବଜେଟ୍ । ୧୨ ହଜାର ୧୫୬ କୋଟିର ଟଙ୍କାର ଅତିରିକ୍ତ ବଜେଟରେ ବ୍ୟୟବରାଦ କରାଯାଇଛି ।
    –    ରତ୍ନଭଣ୍ଡାର ପାଇଁ ୫କୋଟି
    –    ସୁଭଦ୍ରା ପାଇଁ ୧୧୯୬ କୋଟି
    –    ପ୍ରଶାସନିକ କ୍ଷେତ୍ର ପାଇଁ ୧ହଜାର ୬୮୫ କୋଟି,
    –    ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ୧୨୦ କୋଟି ।
    –    ଧରତୀ ଆବା ଜନଜାତିୟ ଗ୍ରାମ ଉତ୍କର୍ଷ ଅଭିଯାନ ପାଇଁ ୯୨ କୋଟି
    –    ସର୍ବନିମ୍ନ ଆବଶ୍ୟକତା କାର୍ଯ୍ୟକ୍ରମ ଅଧୀନରେ ନିର୍ବାଚନ ମଣ୍ଡଳୀ ଅନୁଯାୟୀ ଆବଣ୍ଟନ ପାଇଁ ୧୪୨ କୋଟି
    –    CAPF ମୁତୟନ ପାଇଁ ୨୯୯ କୋଟି ଟଙ୍କା
    –    ପୋଲିସ ଷ୍ଟେସନ ଓ ଫାଣ୍ଡିରେ CCTV ତନଖି ବ୍ୟବସ୍ଥା ସ୍ଥାପନ ପାଇଁ ୫୧ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।
    –    ୨୨ ଟି ITi ରେ ଉତ୍କର୍ଷ କେନ୍ଦ୍ର (Centre of Excellence)  ପ୍ରତିଷ୍ଠା ପାଇଁ ୧୩୦ କୋଟି
    –    ଶ୍ରୀମନ୍ଦିର ପରିକ୍ରମାର ବିସ୍ତୃତ ସୁବିଧା ବିକାଶ ପାଇଁ ୨୬ କୋଟି
    –    ଅଗ୍ନିଶମ ସେବାର ଆଧୁନିକୀକରଣ ଓ ସମ୍ପ୍ରସାରଣ ପାଇଁ ୬୦ କୋଟି
    –    ବିଭିନ୍ନ ନିଯୁକ୍ତି ପରୀକ୍ଷା ଆୟୋଜନ ପାଇଁ ୧୫ କୋଟି
    –    ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ (GA&PG)  ଅଧୀନରେ ଥିବା ଅଣଆବାସିକ କୋଠାର ରକ୍ଷଣାବେକ୍ଷଣ ପାଇଁ ୧୩ କୋଟି
    –    କୋଠ ଭୋଗ ଦାନ ଯୋଜନା ପାଇଁ ୧୫ କୋଟି
    –    ଶ୍ରଦ୍ଧାଳୁମାନେ ରଥ ଚଢ଼ିନଥିବାରୁ ଦଇତାପତିଙ୍କୁ କ୍ଷତିପୂରଣ ବାବଦରେ ୧୨ କୋଟି
    –    ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀଙ୍କୁ ପାରିଶ୍ରମିକ ବ୍ୟବସ୍ଥା ପାଇଁ ଅନୁଦାନ ବାବଦରେ ୫ କୋଟି
    –    ଓଡ଼ିଶା ବିଧାନସଭାର କୋଠା ନିର୍ମାଣ ପାଇଁ ୬ କୋଟି
    –    ରାଜ୍ୟର ମାଧ୍ୟମିକ ବିଦ୍ୟାଳୟରେ ଅତିଥୁ ଅଧ୍ୟାପକଙ୍କ ଦରମା ବାବଦରେ ୨୦ କୋଟି
    –    ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦକୁ ୧୩ କୋଟି
    –    କର୍ମଚାରୀ ରାଜ୍ୟ ବୀମା ଯୋଜନାରେ ଔଷଧ ବାବଦରେ ୧୫ କୋଟି
    –    ଓଡ଼ିଶା ଉଠା ଜଳସେଚନ ନିଗମ (OLIC)କୁ ଅନୁଦାନ ବାବଦରେ ୨୦ କୋଟି
    –    ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସରକାରୀ ସାଧାରଣ ମହାବିଦ୍ୟାଳୟଗୁଡ଼ିକ ପାଇଁ ଅନୁଦାନ ବାବଦରେ ୩୭ କୋଟି
    –    ମହାବିଦ୍ୟାଳୟଗୁଡ଼ିକ ପାଇଁ ଅନୁଦାନ ବାବଦରେ ୧୭ କୋଟି
    –    ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ବବିଦ୍ୟାଳୟଗୁଡ଼ିକ ପାଇଁ ଅନୁଦାନ ବାବଦରେ ୨୭ କୋଟି ଟଙ୍କା ବ୍ୟବସ୍ଥା କରାଯାଇଥିବା ବେଳେ ସେଥିମଧ୍ୟରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପାଇଁ ୫ କୋଟି ଟଙ୍କା, ଉତ୍କଳ ବିଶ୍ୱ ବିଦ୍ୟାଳୟ ପାଇଁ ୧୩ କୋଟି ଟଙ୍କା ଏବଂ ରେଭେନ୍ସା ବିଶ୍ବବିଦ୍ୟାଳୟ ପାଇଁ ୨ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26 ° C
    26 °
    26 °
    58 %
    1.1kmh
    73 %
    Sat
    23 °
    Sun
    26 °
    Mon
    26 °
    Tue
    27 °
    Wed
    26 °

    ସମ୍ବନ୍ଧିତ