Friday, February 20, 2026
34 C
Odisha

    ଟି-୨୦ ବିଶ୍ୱକପ ପାଇଁ ଆସିଲା ମ୍ୟାଚ ସୂଚୀ: ଜୁନ ୯ରେ ଭାରତ-ପାକିସ୍ତାନ ମ୍ୟାଚ

    ଆଗକୁ ପଢନ୍ତୁ

    ଚଳିତ ବର୍ଷ ହେବାକୁ ଥିବା ଟ-୨୦ ବିଶ୍ୱକପ ପାଇଁ ମ୍ୟାଚ ସୂଚୀ ପ୍ରକାଶ ପାଇଛି । ୨୦୨୪ ବିଶ୍ୱକପରେ ମୋଟ ୫୫ଟି ମ୍ୟାଚ ଖେଳାଯିବ । ଯାହା ୱେଷ୍ଟଇଣ୍ଡିଆ ଓ ୟୁଏସଏର ୯ଟି ଷ୍ଟାଡିୟମରେ ଖେଳାଯିବ । ଏହାର ପ୍ରଥମ ମ୍ୟାଚ ଜୁନ ୧ ତାରିଖରେ କାନାଡା ଓ ୟୁଏସଏ ମଧ୍ୟରେ ଖେଳାଯିବ । ସେହିପରି ୨୬ ଓ ୨୭ ଜୁନରେ ସେମିଫାଇନାଲ ମ୍ୟାଚ ଖେଳାଯିବ । ଆଉ ଫାଇନାଲ ମ୍ୟାଚ ୨୯ ଜୁନ୍ ବାରବାଡୋସରେ ଖେଳାଯିବ । ସେମିଫାଇନାଲ ଓ ଫାଇନାଲ ମ୍ୟାଚ ପାଇଁ ରିଜର୍ଭ ଡେ ମଧ୍ୟ ରଖାଯାଇଛି । ଟିମ ଇଣ୍ଡିଆ ଗ୍ରୁପ ଏରେ ରହିଛି । ଭାରତ ସହ ଏହି ଗ୍ରୁପରେ ଆୟର୍ଲାଣ୍ଡ, ପାକିସ୍ତାନ, ୟୁଏସଏ ଓ କାନାଡା ରହିଛନ୍ତି । ସେହିପରି ଭାରତ ତାର ପ୍ରଥମ ମ୍ୟାଚ ଜୁନ ୫ ତାରିଖରେ ଆୟର୍ଲାଣ୍ଡ ସହ ଖେଳିବ । ଆଉ ଦ୍ୱିତୀୟ ମୁକାବିଲା ଜୁନ ୯ରେ ପାକିସ୍ତାନ ସହ ରହିଛି । ଯେଉଁ ମ୍ୟାଚରେ କଡା ଟକ୍କର ଦେଖିବାକୁ ମିଳିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34 ° C
    34 °
    34 °
    14 %
    2.9kmh
    2 %
    Fri
    33 °
    Sat
    35 °
    Sun
    36 °
    Mon
    35 °
    Tue
    33 °

    ସମ୍ବନ୍ଧିତ