Saturday, October 3, 2026
23.8 C
Odisha

    ୪୪ ଜଣିଆ ପ୍ରାର୍ଥୀ ତାଲିକା ଫେରାଇ ନେଇ ‘ସ୍ପେଶାଲ୍-୧୫’ ପ୍ରକାଶ କଲା ବିଜେପି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ସୋମବାର ବିଜେପି ଏକ ନୂତନ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ୧୫ ଜଣ ପ୍ରାର୍ଥୀଙ୍କୁ ଟିକେଟ୍ ଦିଆଯାଇଛି।

    ପୂର୍ବାହ୍ନରେ ବିଜେପି ୪୪ ଜଣିଆ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଥିବା ବେଳେ ଏହି ତାଲିକା ମାତ୍ର ଦୁଇ ଘଣ୍ଟା ମଧ୍ୟରେ ପ୍ରତ୍ୟାହାର କରାଯାଇଥିଲା। ଏହା ପରେ ତାଲିକାରେ କିଛି ସଂଶୋଧନ ପରେ ଏହାକୁ ପୁନଃପ୍ରକାଶ କରାଯିବ ବୋଲି କୁହାଯାଇଥିଲା।

    ବାସ୍ତବରେ, ବିଜେପିର ପ୍ରଥମ ତାଲିକା ପୂର୍ବାହ୍ନ ପ୍ରାୟ ୧୦ଟାରେ ପ୍ରକାଶ ପାଇଥିଲା। ପରେ ମଧ୍ୟାହ୍ନ ୧୨ ଟାରେ ଏହାକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ପରିବର୍ତ୍ତନ ସହିତ ଏକ ନୂତନ ତାଲିକା ପ୍ରକାଶ କରିବା ବିଷୟରେ ଦଳ ପକ୍ଷରୁ ସୂଚନା ଦିଆଯାଇଥିଲା। ମାତ୍ର ୨ ଘଣ୍ଟା ମଧ୍ୟରେ ତାଲିକା ପ୍ରତ୍ୟାହାର କରାଯାଇଥିଲା।

    ତା’ପରେ ପ୍ରାୟ ଅଧ ଘଣ୍ଟା ପରେ ଏକ ନୂତନ ତାଲିକା ପ୍ରକାଶ ପାଇଥିଲା। ଯେଉଁଥିରେ ୧୫ ଜଣ ପ୍ରାର୍ଥୀଙ୍କ ନାମ ରହିଛି। ପୂର୍ବରୁ ପ୍ରକାଶ ପାଇଥିବା ତାଲିକାରେ ତିନିଟି ପର୍ଯ୍ୟାୟ ପାଇଁ ୪୪ ଜଣ ପ୍ରାର୍ଥୀଙ୍କ ନାମ ରହିଥିଲା। ନୂତନ ତାଲିକାରେ କେବଳ ପ୍ରଥମ ପର୍ଯ୍ୟାୟ ପାଇଁ ୧୫ ଜଣ ପ୍ରାର୍ଥୀଙ୍କ ନାମ ରହିଛି । ପ୍ରକାଶ ପାଇଥିବା ବିଜେପିର ୧୫ ଜଣିଆ ପ୍ରାର୍ଥୀଙ୍କ ନୂଆ ତାଲିକାରେ ୮ ଜଣ ମୁସଲମାନ ପ୍ରାର୍ଥୀଙ୍କୁ ମଧ୍ୟ ଟିକେଟ ଦିଆଯାଇଛି। ଇଞ୍ଜିନିୟର ସୟଦ ସୌକତ ମୟୂର ଆନ୍ଦ୍ରାବି, ଅର୍ଶିଦ ଭଟ୍ଟ, ଜାଭେଦ୍ ଅହମ୍ମଦ କାଦ୍ରି, ମହମ୍ମଦ ରଫିକ୍ ୱାନି, ଆଡଭୋକେଟ୍ ସୟଦ ୱଜାହତ, ସୋଫି ୟୁସୁଫ୍, ତାରିକ୍ କିନ୍ ଏବଂ ସଲିମ ଭଟ୍ଟଙ୍କୁ ବିଭିନ୍ନ ଆସନରେ ଟିକେଟ ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.8 ° C
    23.8 °
    23.8 °
    86 %
    1.5kmh
    72 %
    Fri
    23 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ