Monday, September 14, 2026
23.8 C
Odisha

    ଟ୍ରକ୍-ଟ୍ୟାଙ୍କର ମଧ୍ୟରେ ଚାପି ଚାଲିଗଲା ଦମ୍ପତିଙ୍କ ଜୀବନ, ବଞ୍ଚିଗଲେ ୫ବର୍ଷୀୟ ପୁଅ ଓ ୨ବର୍ଷୀୟ ଝିଅ

    ଆଗକୁ ପଢନ୍ତୁ

    ଚେନ୍ନାଇ: ଟ୍ରକ୍-ଟ୍ୟାଙ୍କର ମଧ୍ୟରେ ଚାପି ହୋଇ ଚାଲିଗଲା ଦମ୍ପତିଙ୍କ ଜୀବନ। ବଞ୍ଚିଗଲେ ୫ବର୍ଷୀୟ ପୁଅ ଓ ୨ବର୍ଷୀୟ ଝିଅ। ତାମିଲନାଡୁର ସାଲେମରେ ଆଜି ଏଭଳି ଘଟଣା ଘଟିଛି। ଜଣେ ଯୁବକ ୫ବର୍ଷୀୟ ପୁଅ ଓ ୨ବର୍ଷୀୟ ଝିଅ ସହ ପତ୍ନୀଙ୍କୁ ବାଇକରେ ବସାଇ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ଦମ୍ପତିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକମାନେ ହେ‌ଲେ ଆଲାଗାରସାନ୍(୩୦) ଓ ଇଲାମତି(୨୫)।

    ମିଳିଥିବା ସୂଚନା ମୁତାବକ, ଆଲାଗାରସାନ୍ ନିଜ ପତ୍ନୀଙ୍କ ସହ ପାଞ୍ଚ ବର୍ଷର ପୁଅ ଏବଂ ଦୁଇ ବର୍ଷର ଝିଅକୁ ବାଇକରେ ବସାଇ ପନ୍ନାବାଡି ଅଭିମୁଖେ ଯାତ୍ରା କରୁଥିଲେ। ରମଣନଗର ପାର ହେଉଥିବା ବେଳେ ତାଙ୍କୁ ଟ୍ରାଫିକରେ ଅଟକିବାକୁ ପଡ଼ିଥିଲା। ଏକ ଟ୍ୟାଙ୍କର ପଛପଟେ ଆଲାଗାରସାନ୍ ନିଜ ବାଇକକୁ ଛିଡ଼ା କରିଥିଲେ। ଏହି ସମୟ‌ରେ ନିୟନ୍ତ୍ରଣ ହରାଇ ତାଙ୍କ ବାଇକକୁ ପଛପଟୁ ଧକ୍କା ଦେଇଥିଲା ଧାନ ବୋଝେଇ ଟ୍ରକ୍। ଧକ୍କା ଖାଇ ଆଲାଗାରସାନ୍ ଓ ତାଙ୍କ ପତ୍ନୀ ବାଇକ ସହ ଟ୍ୟାଙ୍କର ଭିତରେ ଚାପି ହୋଇଯାଇଥିଲେ।  ଏହି ଦୁର୍ଘଟଣାରେ ଆଲାଗାରସାନ୍ ଓ ଇଲାମତିଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପୁଅ-ଝିଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

    ଏହା ପୂର୍ବରୁ ତାମିଲନାଡୁର ଆଉ ଏକ ଦୁର୍ଘଟଣା ଘଟିଥିବାର ଖବର ମିଳିଥିଲା, ଯେଉଁଥିରେ ୬ଜଣକ ମୃତ୍ୟୁ ହୋଇଥିଲା। ଛୁଟି କଟାଇ କାର୍ ଯୋଗେ ଘରକୁ ଫେରୁଥିବା ବେଳେ ଚାଳକଙ୍କୁ ନିଦ ଲାଗିବାରୁ ନିୟନ୍ତ୍ରଣ ହରାଇ କାରଟି ଟ୍ରକ୍ ପଛପଟେ ପିଟି ହୋଇଯାଇଥିଲା। ଏହା ଫଳରେ କାରରେ ଥିବା ସମସ୍ତ ୬ଜଣଙ୍କ ମୃତ୍ୟୁ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.8 ° C
    23.8 °
    23.8 °
    92 %
    1kmh
    83 %
    Mon
    31 °
    Tue
    31 °
    Wed
    31 °
    Thu
    31 °
    Fri
    31 °

    ସମ୍ବନ୍ଧିତ