Monday, October 12, 2026
22.3 C
Odisha

    ଇନଫୋସିସ୍ କର୍ମଚାରୀଙ୍କୁ ୱାର୍କ ଫ୍ରମ୍ ହୋମ୍ ନିର୍ଦ୍ଦେଶ, ବଦଳିଲା ଟିସିଏସ୍ କର୍ମଚାରୀଙ୍କ ଡ୍ୟୁଟି ସମୟ

    ଆଗକୁ ପଢନ୍ତୁ

    ବାଘ ଡରରେ ଆତଙ୍କିତ ସଫ୍ଟୱେର କମ୍ପାନୀ କର୍ମଚାରୀ । ମିନି ମୁମ୍ବାଇ କୁହାଯାଉଥିବା ଇନ୍ଦୋର ସ୍ଥିତ ଇଣ୍ଟରନ୍ୟାସନାଲ ସଫ୍ଟୱେର କମ୍ପାନୀ ଇନଫୋସିସ୍ ଓ ଟିସିଏସ୍ ତରଫରୁ ଜାରି କରାଯାଇଛି ନୂଆ ଆଡଭାଇଜରୀ । ଯେଉଁଥିରେ ଇନଫୋସସିସ୍ କର୍ମଚାରୀଙ୍କୁ ୱାର୍କ ଫ୍ରମ୍ ହୋମ୍ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଟିସିଏସ୍ କର୍ମଚାରୀଙ୍କୁ ମଙ୍ଗଳବାର ନିର୍ଦ୍ଧାରିତ ସମୟ ଠାରୁ ଭିନ୍ନ ସମୟରେ ଆସିବାକୁ କୁହାଯାଇଥିଲା । ଯେଉଁମାନେ ସକାଳ ସିଫ୍ଟରେ ଆସିବା କଥା ସେମାନଙ୍କୁ ଦିନ ଥାଇ ଅଫିସ ଛାଡିବାକୁ କୁହାଯାଇଥିବାବେଳେ ଯେଉଁମାନଙ୍କର ରାତି ସିଫ୍ଟ ସେମାନଙ୍କୁ ସନ୍ଧ୍ୟା ପୁର୍ବରୁ ଅଫିସରେ ପହଞ୍ଚିବାକୁ କୁହାଯାଇଛି ।ଇନ୍ଦୋର ସ୍ଥିତ ସୁପର କରିଡରରେ ମଙ୍ଗଳବାର କଲରାପତରିଆ ବାଘ ଦେଖାଯିବା ପରେ ସେଠାରେ କୋକୁଆ ଭୟ ଦେଖାଯାଇଛି । ତେବେ ବନ ବିଭାଗ ପହଞ୍ଚି ଖୋଜିବା ଆରମ୍ଭ କରିଛି । ବିଭାଗୀୟ ଅଧିକାରୀଙ୍କ ଠାରୁ କୌଣସି ନିର୍ଦ୍ଦେଶ ନପାଇବା ଯାଏ ଜାରି ହୋଇଥିବା ଆଡଭାଇଜରୀ ଅନୁସାରେ କାମ କରିବାକୁ କୁହାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.3 ° C
    22.3 °
    22.3 °
    82 %
    1.3kmh
    0 %
    Sun
    22 °
    Mon
    29 °
    Tue
    30 °
    Wed
    30 °
    Thu
    30 °

    ସମ୍ବନ୍ଧିତ