Wednesday, October 23, 2024
21.7 C
Odisha

    କ୍ଷମା କରିବ ବାପା, ମୁଁ ଜେଇଇ ପାସ କରିପାରିବି ନାହିଁ; ଏଭଳି ଲେଖି ଜୀବନ ହାରିଲେ ଯୁବକ

    ଆଗକୁ ପଢନ୍ତୁ

    କୋଟା: କ୍ଷମା କରିବ ବାପା, ମୁଁ ଜେଇଇ କରିପାରିବି ନାହିଁ | ଏଭଳି ଲେଖି ଜୀବନ ହାରିଲେ ଯୁବକ | ଶୁକ୍ରବାର ଦିନ ରାଜସ୍ଥାନର କୋଟାରେ ଘଟିଛି ଏଭଳି ଘଟଣା | ଛାତ୍ର ଜଣକ ବିହାରର ଭାଗଲପୁର ଜିଲ୍ଲାର ବାସିନ୍ଦା ଥିଲେ | ତାଙ୍କ ନାମ ଅଭିଷେକ କୁମାର ବୋଲି ଜଣାପଡିଛି। ଏବର୍ଷର ଏହା ଷଷ୍ଠ ଘଟଣା ହୋଇଥିବା ବେଳେ ଏଭଳି ଛାତ୍ରଛାତ୍ରୀମାନେ ଜୀବନ ହାରିବା ଘଟଣା ପୁଲିସ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି |ପୁଲିସର କହିବା ମୁତାବକ, ବିଜ୍ଞାନ ନଗର ଅଞ୍ଚଳରେ ରହୁଥିବା ଅଭିଷେକ ଜାନୁଆରି ୨୯ ଏବଂ ଫେବ୍ରୁଆରି ୧୯ରେ ଥିବା ୨ଟି ପରୀକ୍ଷା ଦେଇନଥିଲେ | ଏହା ପରେ ଆଜି ସକାଳେ ସେ ଏଭଳି ପଦକ୍ଷପ ନେଇଥିବା ଜଣାପଡିଥିଲା | ତାଙ୍କ ରୁମରୁ ବିଷ ବୋତଲ ଓ ସୁଇସାଇଡ ନୋଟ ମିଳିଛି, ଯେଉଁଥିରେ ଜେଇଇ କରିପାରିବି ନାହିଁ ବୋଲି ଲେଖିଛନ୍ତି ମୃତକ | ଏହା ସହିତ ସେ ନିଜ ବାପାଙ୍କୁ ମଧ୍ୟ କ୍ଷମା ମାଗିଛନ୍ତି | ଏବେ ତାଙ୍କ ମୃତଦେହକୁ ଶବଗୃହରେ ରଖାଯାଇଛି | ପରିବାର ଲୋକେ ପହଞ୍ଚିବା ପରେ ବ୍ୟବଚ୍ଛେଦ କରାଯିବ |

    ଉଲ୍ଲେଖଯୋଗ୍ୟ, ଗତବର୍ଷ ୨୯ଜଣ ଛାତ୍ର ଜୀବନ ହାରିଥିବା ବେଳେ ଏବର୍ଷ ୬ଜଣ ଜୀବନ ହାରିଲେଣି |

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    69 %
    1.8kmh
    100 %
    Wed
    22 °
    Thu
    25 °
    Fri
    26 °
    Sat
    25 °
    Sun
    22 °

    ସମ୍ବନ୍ଧିତ