Monday, September 28, 2026
23.6 C
Odisha

    ଆଜି ଆସିପାରେ ବିଜେପିର ଦ୍ଵିତୀୟ ପ୍ରାର୍ଥୀ ତାଲିକା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଲୋକସଭା ଆସନକୁ ନେଇ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟରେ ଏବେ ବି ଆଲୋଚନା ଜାରି ରହିଛି | ରାଜ୍ୟର ୮୦ଟି ଲୋକସଭା ଆସନ ମଧ୍ୟରୁ ଦଳ ୫୧ଟି ଆସନ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ କରିସାରିଛି। ଏହା ବ୍ୟତୀତ ଏନଡିଏରେ ଅନ୍ତର୍ଭୁକ୍ତ ଦଳମାନଙ୍କୁ ବିଜେପି ୬ଟି ସିଟ୍ ଦେଇଛି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ଦଳ ୨୩ଟି ଆସନକୁ ନେଇ ଆଲୋଚନା ଚଳାଇଛି | ସେପଟେ କେସରଗଞ୍ଜ ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କ ନାମ ଉପରେ ଆଲୋଚନା ହେଉଛି। ଏଥି ସହିତ ଦେଓରିଆ, ବାଲିଆ, ଗାଜିପୁର, ମେରଠ, ଗାଜିଆବାଦ, ରାଏବରେଲିର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ମଧ୍ୟ ଚାଲିଛି। ଆଜି ନୂଆଦିଲ୍ଲୀରେ ବିଜେପି ଏକ ବୈଠକ କରିବାକୁ ଯାଉଛି।
    ଆଉ ବୈଠକ ପରେ ବିଜେପି ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିପାରେ। କେସରଗଞ୍ଜ ଲୋକସଭା ଆସନରୁ ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କୁ ପୁଣି ପ୍ରାର୍ଥୀ କରାଯିବ ନା ନାହିଁ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି | ସେହିପରି ରାଏବରେଲି, ପିଲିଭୀତ ଏବଂ ସୁଲତାନପୁର ଭଳି ସିଟକୁ ନେଇ ମଧ୍ୟ ଆଲୋଚନା ଜୋର ଧରିଛି |ସୁଲତାନପୁର ଏବଂ ପିଲିଭୀତରେ ମନେକା ଗାନ୍ଧୀ ଏବଂ ତାଙ୍କ ପୁଅ ବରୁଣ ଗାନ୍ଧୀ ସାଂସଦ ଥିବାବେଳେ ପୁଣି ସେମାନଙ୍କୁ ଟିକେଟ ଦିଆଯିବ ନା ନାହିଁ, ତାହା ଉପରେ ବି ଆଜି ଆଲୋଚନା ହେବ |

    ସୂଚନାଯୋଗ୍ୟ ଯେ ନିକଟରେ ବିଜେପି ୧୯୫ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ରାଜନାଥ ସିଂଙ୍କ ଭଳି ନେତାଙ୍କ ନାମ ଅନ୍ତର୍ଭୁକ୍ତ ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ବାରାଣାସୀରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏଥି ସହିତ ଗୃହମନ୍ତ୍ରୀ ଅମିତ ଶାହା ଗୁଜୁରାଟର ଗାନ୍ଧିନଗର ଆସନରୁ ନିର୍ବାଚନ ଲଢ଼ିବେ। ଏହା ବ୍ୟତୀତ ସ୍ମୃତି ଇରାନୀ ତୃତୀୟ ଥର ପାଇଁ ଆମେଥିରୁ ଟିକେଟ ପାଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଲଖନଉରୁ ନିର୍ବାଚନ ଲଢ଼ିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    88 %
    1.6kmh
    5 %
    Mon
    24 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ