Wednesday, November 25, 2026
19.4 C
Odisha

    ଚାଷକାମରେ ଟେକ୍ନୋଲୋଜି ବ୍ୟବହାର କରି ଲାଭବାନ ହୁଅନ୍ତୁ: କେନ୍ଦ୍ରମନ୍ତ୍ରୀ

    ଆଗକୁ ପଢନ୍ତୁ

    ରାଉରକେଲା: ପାରଂପରିକ ଚାଷକାମରେ ଟେକ୍ନୋଲୋଜିର ବ୍ୟବହାର କରାଯାଉଛି। ସମୟ ଅନୁସାରେ ଚାଷ କାମର ଧାରା ମଧ୍ୟ ବଦଳିଛି। ଚାଷୀଭାଇମାନେ ସେୟମାନଙ୍କର ଚାଷକାମରେ ଟେକ୍ନୋଲୋଜିକୁ ବ୍ୟବହାର କରନ୍ତୁ। ଏହା ଦ୍ବାରା ସେମାନେ ଅଧିକ ଲାଭବାନ ହୋଇପାରିବେ। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ ଏହା କହିଛନ୍ତି। ରାଉରକେଲାର ବେଦବ୍ୟାସ ଠାରେ ଆୟୋଜିତ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ କହିଛନ୍ତି ଯେ, ମୁଁ ଏକ ଚାଷୀ ପରିବାରରୁ ଆସିଛି। ଚାଷକାମ ଶିଖିଛି ଓ ଏହା କରିଛି। ଚାଷରେ ବ୍ୟବହାର ହେଉଥିବା ବିଭିନ୍ନ ଟେକ୍ନୋଲୋଜି ସହିତ ଜଡ଼ିତ ଥିବାରୁ ଏହା ତାଙ୍କୁ ଚାଷରେ ସହଯୋଗ କରୁଛି। ନୂଆନୂଆ ଟେକ୍ନୋଲୋଜି ମାଧ୍ୟମରେ ଚାଷ କରି ଚାଷୀମାନେ ଲାଭ ବାନ ହୋଇ ପାରିବେ।

    ସୂଚନାଯୋଗ୍ୟ, ବେଦବ୍ୟାସ ପୀଠରେ ଚାଲିଥିବା ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳାରେ ଚାଷ ପାଇଁ ବ୍ୟବହାର ହେଉଥିବା କୃଷି ଯନ୍ତ୍ର ପାତି ସହିତ ବିଭିନ୍ନ ପ୍ରକାରର ଯାନ୍ତ୍ରିକ ସରଞ୍ଜାମ ପ୍ରଦର୍ଶିତ ହୋଇଛିl ଚାଷୀମାନେ ଏହି ମେଳାକୁ ଆସି କୃଷି ବିଭାଗର ଅଧିକାରୀଙ୍କ ଠାରୁ ଚାଷ ସଂପର୍କିତ ପରାମର୍ଶ ନେଉଛନ୍ତି। ଚାଷୀ ନିଜ ଚାଷ ପାଇଁ ବିଭିନ୍ନ ପ୍ରକାରର ଯାନ୍ତ୍ରିକ ସରଞ୍ଜାମ ନେଇ କିଭଳି ଚାଷ କାମକୁ ସହଜ କରିବା ସହ ଅଧିକ ଲାଭବାନ ହେବ ସେଇ ଲକ୍ଷ ନେଇ ପ୍ରତ୍ୟେକ ବର୍ଷ ଏହି କୃଷି ଯନ୍ତ୍ରପାତି ମେଳାର ଆୟୋଜନ ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜନ କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.4 ° C
    19.4 °
    19.4 °
    81 %
    1.1kmh
    7 %
    Wed
    19 °
    Thu
    26 °
    Fri
    26 °
    Sat
    25 °
    Sun
    24 °

    ସମ୍ବନ୍ଧିତ