Thursday, May 9, 2024
25 C
Odisha

    ରୋଷେଇ ଗ୍ୟାସ ସିଲିଣ୍ଡର ପିଛା ୧୦୦ ଟଙ୍କା ହ୍ରାସ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କୁ ଧନ୍ୟବାଦ : ଡ.ଲେଖାଶ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୦୮/୦୨ : ଆଜି ହେଉଛି ବିଶ୍ୱ ଆର୍ନ୍ତଜାତୀୟ ମହିଳା ଦିବସ । ୨୦୧୪ ମସିହାରେ ଶାସନ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶର ମହିଳାମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ସବୁବେଳେ ଚେଷ୍ଟିତ ଓ ପ୍ରୟାସରତ । ସମସ୍ତ କେନ୍ଦ୍ରୀୟ ଯୋଜନାରେ ମହିଳାମାନଙ୍କୁ ପ୍ରାଧାନ୍ୟ ଦିଆଯାଇଛି । ବିଶେଷ ଭାବେ ମହିଳାମାନଙ୍କ ସ୍ୱାସ୍ଥ୍ୟ ଓ ମାନସିକ ବିକାଶ ସହ ସମାଜ ଗଠନରେ ଭାଗିଦାରୀତା ଓ ଆର୍ଥିକ ଦୃଷ୍ଟିରୁ ସ୍ୱାଭାଲମ୍ବୀ କରି ଦେଶର ବିକାଶରେ ନେତୃତ୍ୱ ନେବା ପାଇଁ ମୋଦିଜୀ ପ୍ରେରିତ କରିଆସୁଛନ୍ତି । ମୋଦିଜୀଙ୍କ ନେତୃତ୍ୱରେ ଓଡିଶାର ମହିଳାଙ୍କ ବିକାଶ ପାଇଁ ପ୍ରଚୁର ମାତ୍ରାରେ ଅର୍ଥ ଆସିଛି ବୋଲି ରାଜ୍ୟ ଉପସଭାପତି ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।
    ଐତିହାସିକ ‘ନାରୀ ଶକ୍ତି ବନ୍ଦନ ବିଧେୟକ’ ପାରିତ ହୋଇ ଉଭୟ ସଂସଦ ଓ ବିଧାନସଭାରେ ମହିଳାମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି । ପକ୍କା ଘର, ପାଇଖାନା, ଘରେ ଘରେ ବିଜୁଳି, ପାନୀୟ ଜଳ, ରୋଷେଇ ଗ୍ୟାସ ଆଦି ଭଳି ମହିଳାମାନଙ୍କ ମୈାଳିକ ସମସ୍ୟାର ସମାଧାନ କରି ତାଙ୍କୁ ଆଶ୍ୱସ୍ଥି ପ୍ରଦାନ କରିଛନ୍ତି ମୋଦିଜୀ । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ପ୍ରଥମ ଥର ପାଇଁ ମାଁମାନଙ୍କୁ ଚୁଲି ମୁଣ୍ଡର ଧୂଆଁରୁ ମୁକ୍ତି ଦେଇ ଗରୀବ ଘରେ ମାଗଣା ଗ୍ୟାସ ଚୁଲାର ବ୍ୟବସ୍ଥା କରାଇଲେ ମୋଦିଜୀ । ଆଜି ଦେଶର ୧୦ କୋଟି ଏବଂ ଓଡିଶାର ୫୬ ଲକ୍ଷ ମହିଳା ଉଜ୍ଜ୍ୱଳା ଯୋଜନାରେ ମାଗଣା ରୋଷେଇ ଗ୍ୟାସ ପାଇ ଉପକୃତ ହୋଇଛନ୍ତି । ସେହିପରି ଦେଶରେ ୧୨ କୋଟି ଏବଂ ଓଡିଶାରେ ୭୮ ଲକ୍ଷ ଶୈାଚାଳୟ ନିର୍ମାଣ ହୋଇଛି । ଟ୍ୟାପ ଯୋଗେ ଓଡିଶାରେ୫୭ ଲକ୍ଷ ପରିବାର ବିଶୁଦ୍ଧ ପାନୀୟ ଜଳ ପାଉଛନ୍ତି । ମହିଳାମାନଙ୍କ ଆର୍ଥିକ ଅଭିବୃଦ୍ଧି ପରିପ୍ରେକ୍ଷୀରେ ଦେଶରେ ଖୋଲାଯାଇଥିବା ୫୦ କୋଟି ଜନଧନ ଖାତାରୁ ୨୮ କୋଟି ମହିଳା ବ୍ୟାଂକ ଆକାଂଉଟ ଏବଂ ଓଡିଶାରେ ୧ କୋଟିରୁ ଉର୍ଦ୍ଧ୍ୱ ମହିଳା ଉପକୃତ ହୋଇଛନ୍ତି । ସେହିପରି ସୁକନ୍ୟା ସମୃଦ୍ଧି ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ, ମାତୃବନ୍ଦନା ଯୋଜନା, ପୋଷଣ ଓ ସକ୍ଷମ ଅଙ୍ଗନବାଡୀ, ଜାତୀୟ ଗ୍ରାମୀଣ ଆଜିବୀକା ମିଶନ, ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନା, ଲକ୍ଷପତି ଦିଦି ଯୋଜନା ଜରିଆରେ ଓଡିଶା ନାଁ ଓ ଭଉଣୀମାନେ ଉପକୃତ ହୋଇଛନ୍ତି । ମହିଳା ସଶକ୍ତିକରଣକୁ ସର୍ବଦା ପ୍ରାଥମିକତା ଦେଇଆସୁଥିବା ପ୍ରଧାନମନ୍ତ୍ରୀ ମୋଦିଜୀ ଆଜି ଆର୍ନ୍ତଜାତୀୟ ମହିଳା ଦିବସ ଅବସରରେ ମାଁ ଓ ଭଉଣୀମାନଙ୍କୁ ବିଶେଷ ଭେଟି ସ୍ୱରୁପ ଗ୍ୟାସ ସିଲିଣ୍ଡର ପିଛା ୧୦୦ ଟଙ୍କା ହ୍ରାସ ଘୋଷଣା କରିଥିବାରୁ ଭାରତୀୟ ଜନତା ପାର୍ଟୀ ତରଫରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି ବୋଲି ଡ.ଲେଖାଶ୍ରୀ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25 ° C
    25 °
    25 °
    82 %
    1.6kmh
    7 %
    Thu
    38 °
    Fri
    39 °
    Sat
    41 °
    Sun
    40 °
    Mon
    39 °

    ସମ୍ବନ୍ଧିତ