Thursday, May 9, 2024
34 C
Odisha

    ଆସନ୍ତା ୧୨ରୁ ୧୪ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ଜନତା ମଇଦାନଠାରେ ‘କୃଷି ଓଡ଼ିଶା’ ଉତ୍ସବ

    ଆଗକୁ ପଢନ୍ତୁ

    ଆସନ୍ତା ୧୨ରୁ ୧୪ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ଜନତା ମଇଦାନଠାରେ ‘କୃଷି ଓଡ଼ିଶା’ ଉତ୍ସବ ପାଳନ ହେବ । ଏଥିରେ ପ୍ରାୟ ୫ହଜାର ମହିଳା ଚାଷୀ, ୨ହଜାର ମହିଳା ଏସଏଚଜି ସଦସ୍ୟା ଓ କୃଷି ଉଦ୍ୟୋଗୀମାନେ ସାମିଲ ହେବେ । ଏଥିପାଇଁ ରାଜ୍ୟ ସରକାର ବ୍ୟାପକ ଆୟୋଜନ କରିଛନ୍ତି । ସାଧାରଣ ନିର୍ବାଚନୀ ବର୍ଷରେ ଗାଁ ଗହଳିରୁ ଚାଷୀ ଓ ମହିଳା ଏସଏଚଜିଙ୍କୁ ଭୁବନେଶ୍ୱର ଆଣି ନିଜର ପ୍ରଚାରପ୍ରସାର ଉପରେ ନବୀନ ପଟ୍ଟନାୟକ ସରକାର ଗୁରୁତ୍ୱ ଦେଇଛନ୍ତି ।
    ଆଜି ଏହି କୃଷି ଉତ୍ସବ ସମ୍ପର୍କରେ ସୂଚନା ଦେଇ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ, କୃଷି ଓଡ଼ିଶା ଉତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ ଓ ରାଜ୍ୟପାଳ ରଘୁବର ଦାସ ଉଦଯାପନୀ ସମାରୋହରେ ଯୋଗ ଦେବେ।

    ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ, କେନ୍ଦ୍ର ସରକାର, ଆଇସିଏଆର ଇନଷ୍ଟିଚ୍ୟୁଟ୍‌, ସିଜିଆଇଏଆର ଇନଷ୍ଟିଚ୍ୟୁଟ, ବେସରକାରୀ ସଂଗଠନ ସହଯୋଗରେ ୧୭ଟି ଟେକନିକାଲ ଅଧିବେଶନ, କୃଷି ବୈଜ୍ଞାନିକ ଆଲୋଚନା ଓ ସେମିନାର ଆଦି ହେବ । ସେହିପରି ଚାଷୀଙ୍କ ମଧ୍ୟରେ ସ୍ଥାନୀୟ ସଙ୍ଗୀତ, କାହାଣୀ, କ୍ୱିଜ୍ ଓ ବକ୍ତୃତାର ଆୟୋଜନ  ମଧ୍ୟ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    34 ° C
    34 °
    34 °
    41 %
    0.7kmh
    63 %
    Thu
    38 °
    Fri
    38 °
    Sat
    39 °
    Sun
    40 °
    Mon
    40 °

    ସମ୍ବନ୍ଧିତ