Monday, June 9, 2025
33.7 C
Odisha

ଆଜି ଆସିପାରେ କଂଗ୍ରେସର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ଆଗକୁ ପଢନ୍ତୁ

ଆଜି ଆସିପାରେ କଂଗ୍ରେସର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ତୃତୀୟ ପର୍ଯ୍ୟାୟରେ ବିଧାନସଭା ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ ଦଳ । ପ୍ରଥମ ଦୁଇଟି ପର୍ଯ୍ୟାୟରେ ମୋଟ ୧୭ଟି ଲୋକସଭା ଓ ୪୭ଟି ବିଧାନସଭା ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି କଂଗ୍ରେସ । ତେବେ ବିଧାନସଭା ପ୍ରାର୍ଥୀ ଘୋଷଣାରେ କଂଗ୍ରେସ ବହୁ ପଛରେ ପଡ଼ିଯାଇଛି । ଯେଉଁଠି ବିଜେପି ଓ ବିଜେଡି ୧୦୦ରୁ ଅଧିକ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛନ୍ତି, ସେହି ଦୃଷ୍ଟିରେ ବହୁ ପଛରେ ପଡ଼ିଛି କଂଗ୍ରେସ ।ଗତକାଲି କଂଗ୍ରେସ ଆଉ ୯ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା କଂଗ୍ରେସ । ଏହାସହ ବର୍ତମାନ ସୁଦ୍ଧା କଂଗ୍ରେସ ୧୭ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି । ସମ୍ବଲପୁର ଓ କଟକ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ ଦଳ । ସେହିପରି ଇଣ୍ଡିଆ ମେଂଟର ଆସନ ବୁଝାମଣା ଅନୁସାରେ, ଆସ୍କା ଆସନରେ ବାମପନ୍ଥୀ ଓ ମୟୁରଭଞ୍ଜ ଆସନରେ ଜେଏମଏମ୍ ଲଢିବ । ତେଣୁ ବାକି ୪ଟି ଲୋକସଭା ସହ ୯୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିପାରେ କଂଗ୍ରେସ ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
broken clouds
33.7 ° C
33.7 °
33.7 °
31 %
1.4kmh
51 %
Mon
32 °
Tue
39 °
Wed
37 °
Thu
38 °
Fri
39 °

ସମ୍ବନ୍ଧିତ