Tuesday, April 28, 2026
31.3 C
Odisha

    ଆଜି ଆସିପାରେ କଂଗ୍ରେସର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

    ଆଗକୁ ପଢନ୍ତୁ

    ଆଜି ଆସିପାରେ କଂଗ୍ରେସର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ତୃତୀୟ ପର୍ଯ୍ୟାୟରେ ବିଧାନସଭା ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ ଦଳ । ପ୍ରଥମ ଦୁଇଟି ପର୍ଯ୍ୟାୟରେ ମୋଟ ୧୭ଟି ଲୋକସଭା ଓ ୪୭ଟି ବିଧାନସଭା ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି କଂଗ୍ରେସ । ତେବେ ବିଧାନସଭା ପ୍ରାର୍ଥୀ ଘୋଷଣାରେ କଂଗ୍ରେସ ବହୁ ପଛରେ ପଡ଼ିଯାଇଛି । ଯେଉଁଠି ବିଜେପି ଓ ବିଜେଡି ୧୦୦ରୁ ଅଧିକ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛନ୍ତି, ସେହି ଦୃଷ୍ଟିରେ ବହୁ ପଛରେ ପଡ଼ିଛି କଂଗ୍ରେସ ।ଗତକାଲି କଂଗ୍ରେସ ଆଉ ୯ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା କଂଗ୍ରେସ । ଏହାସହ ବର୍ତମାନ ସୁଦ୍ଧା କଂଗ୍ରେସ ୧୭ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି । ସମ୍ବଲପୁର ଓ କଟକ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ ଦଳ । ସେହିପରି ଇଣ୍ଡିଆ ମେଂଟର ଆସନ ବୁଝାମଣା ଅନୁସାରେ, ଆସ୍କା ଆସନରେ ବାମପନ୍ଥୀ ଓ ମୟୁରଭଞ୍ଜ ଆସନରେ ଜେଏମଏମ୍ ଲଢିବ । ତେଣୁ ବାକି ୪ଟି ଲୋକସଭା ସହ ୯୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିପାରେ କଂଗ୍ରେସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31.3 ° C
    31.3 °
    31.3 °
    40 %
    6.3kmh
    60 %
    Tue
    40 °
    Wed
    43 °
    Thu
    43 °
    Fri
    42 °
    Sat
    41 °

    ସମ୍ବନ୍ଧିତ