Sunday, October 11, 2026
24.3 C
Odisha

    ଶପଥ ସମାରୋହ ପାଇଁ ଟ୍ରାଫିକ୍‌‌ କଟକଣା, ଜାଣନ୍ତୁ କେଉଁବାଟେ ଯିବେ…..

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଆଜି ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀ ଓ ନବ ନିର୍ବାଚିତ ମନ୍ତ୍ରିମଣ୍ଡଳ ଶପଥ ସମାରୋହ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱର ଆସୁଛନ୍ତି। ଶପଥ ଗ୍ରହଣ ସମାରୋହରେ ଜନତା ମଇଦାନରେ ପ୍ରାୟ ୩୦ ହଜାର ଲୋକଙ୍କ ସମାଗମ ହେବାର ସମ୍ଭାବନା ରହିଛି। ଏଥିନିମନ୍ତେ ଅପରାହ୍ଣ ୨ଟାରୁ ରାତି ୭ଟା କିମ୍ୱା ଶପଥ ଗ୍ରହଣ ସମାରୋହ ସରିବା ଯାଏ ଜୟଦେବ ବିହାରରୁ କଳିଙ୍ଗ ହସ୍ପିଟାଲ ଛକ ରାସ୍ତାର ଉଭୟ ପଟେ ଗାଡ଼ି ଚଳାଚଳ ଉପରେ ବାରଣ କରାଯାଇଛି। ଏହି ୫ ଘଣ୍ଟା ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏହାକୁ ସଂଯୋଗ କରୁଥିବା ଗଳି ରାସ୍ତାଦେଇ କୌଣସି ପ୍ରକାରର ଯାନବାହନ ଯାତାୟତ କରିପାରିବ ନାହିଁ।
    ସେହିପରି ଏୟାରପୋର୍ଟରୁ ରାଜଭବନ ଓ ଜନତା ମଇଦାନ ପର୍ଯ୍ୟନ୍ତ ଟ୍ରାଫିକ୍‌‌ ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି। ୪ଜଣ ହାବିଲ୍‌‌ଦାର, ୨୧ଜଣ କନଷ୍ଟେବଳ ସହ ଟ୍ରାଫିକ ଏଏସ୍‌‌ଆଇ, ଏସ୍‌‌ଆଇ, ଇନ୍ସପେକ୍ଟରଙ୍କ ଟ୍ରାଫିକ ନିୟନ୍ତ୍ରଣର ଦାୟିତ୍ୱ ଦିଆଯାଇଛି। ଅନୁଗୁଳ ଏସ୍‌‌ପି ତଥା ଡିଆଇଜି ଉମାଶଙ୍କର ଦାଶଙ୍କୁ ସମ୍ପୂର୍ଣ୍ଣ ଟ୍ରାଫିକର ତଦାରଖ ଦାୟିତ୍ୱ ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    76 %
    1.6kmh
    3 %
    Sun
    24 °
    Mon
    30 °
    Tue
    30 °
    Wed
    30 °
    Thu
    30 °

    ସମ୍ବନ୍ଧିତ