Tuesday, September 22, 2026
24.7 C
Odisha

    ଜ୍ୟୋତିଷ ଏମି ଟ୍ରିପ୍’ଙ୍କ ଗଣନା : ଟ୍ରମ୍ପ ହେବେ ଆମେରିକା ରାଷ୍ଟ୍ରପତି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆମେରିକୀୟ ବିବାହିତା ୪୦ ବର୍ଷୀୟା ମହିଳା ଜ୍ୟୋତିଷ ଏମି ଟ୍ରିପ୍ ଭବିଷ୍ୟବାଣୀ କରି ଚର୍ଚ୍ଚାରେ ଅଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ବିଜୟୀ ହେବେ। ଏଥିପୂର୍ବରୁ ଟ୍ରିପ ଜୁଲାଇ ୧୧ ରେ କହିଥିଲେ ଯେ ବାର୍ଦ୍ଧକ୍ୟଜନିତ ଦୁର୍ବଳ ସ୍ବାସ୍ଥ୍ୟାବସ୍ଥା କାରଣରୁ ରାଷ୍ଟ୍ରପତି ଜୋ ବାଇଡେନ ନିର୍ବାଚନରୁ ଓହରିଯିବେ। କେଉଁ ତାରିଖରେ ବା କେବେ ନିର୍ଦ୍ଦିଷ୍ଟ ଭାବେ ବାଇଡେନ ନିର୍ବାଚନରୁ ଓହରିବେ ପ୍ରଶ୍ନର ଉତ୍ତରରେ ଟ୍ରିପ୍ କହିଥିଲେ, ଜୁଲାଇ ୨୧ରେ ବାଇଡେନ୍ ନିର୍ବାଚନରୁ ଓହରିଥିବା ବିଷୟ ଘୋଷଣା କରିବେ। ସତକୁ ସତ ବାଇଡେନ ଗତ ୨୧ ରେ ନିର୍ବାଚନରୁ ଓହରୁଥିବା ଘୋଷଣା କରିଥିଲେ। ଏହା ପରେ ଆମେରିକାରେ ଓ ଇଣ୍ଟରନେଟ୍‌ରେ ଏମିଙ୍କ ଖ୍ୟାତି ଆକାଶଛୁଆଁ ହୋଇଛି। ନ୍ୟୁୟର୍କ ପୋଷ୍ଟରେ ଟ୍ରିପ୍’ଙ୍କ ଭବିଷ୍ୟବାଣୀ ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଟ୍ରିପ୍ କହିଛନ୍ତି, ଟ୍ରମ୍ପ୍‌ଙ୍କ ପାଇଁ ଗ୍ରହନକ୍ଷତ୍ରମାନେ ଏପରି ସୁଯୋଗ ରଖୁଛନ୍ତି ଯେ ସେ ଏବେ ତାଙ୍କ ପେସାଦାର ଜୀବନରେ ସଫଳତାର ଶିଖର ଛୁଇଁବେ। ଟ୍ରମ୍ପ୍ କିଛିଦିନ ତଳେ ଆତତାୟୀର ଗୁଳିରୁ ଅଳ୍ପକେ ବର୍ତ୍ତିଛନ୍ତି। ଏହା ପରେ ବି ଟ୍ରମ୍ପ୍‌’ଙ୍କୁ ନେଇ ନାନା ବିଚିତ୍ର ତଥା ଚାଞ୍ଚଲ୍ୟକର ଘଟଣା ଘଟିବ ବୋଲି ଟ୍ରିପ୍ ଭବିଷ୍ୟବାଣୀ କରିଛନ୍ତି। ଟ୍ରିପ୍ ପୁଣି ଭବିଷ୍ୟବାଣୀ କରିଥିଲେ, ୨୦୨୪ରେ ଉପରାଷ୍ଟ୍ରପତି କମଳା ହାରିସ୍ ରାଷ୍ଟ୍ରପତି ପ୍ରାର୍ଥୀ ହେବେ ଯାହା ସଠିକ୍ ପ୍ରମାଣିତ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.7 ° C
    24.7 °
    24.7 °
    94 %
    2.7kmh
    100 %
    Tue
    25 °
    Wed
    26 °
    Thu
    27 °
    Fri
    29 °
    Sat
    30 °

    ସମ୍ବନ୍ଧିତ