Sunday, October 4, 2026
22.7 C
Odisha

    ବାଇକ୍‌ ଦୁର୍ଘଟଣାରେ ୨ମୃତ, ୨ଗୁରୁତର

    ଆଗକୁ ପଢନ୍ତୁ

    ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା କୋକସରା ଥାନା ଖପରାମାଲ-ବେହେରା ରାସ୍ତାରେ ବାଇକ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନ୍ୟ ୨ ଜଣ  ଗୁରୁତର ହୋଇଥିବା ଜଣାପଡିଛି। ମୃତକମାନେ ହେଲେ ମୂଷାପାଲି ଗ୍ରାମର ଜିତେନ୍ଦ୍ର ଦୁର୍ଗା (୨୪) ଓ ଡ଼ହଗାଁର ପବିତ୍ର (୪୦)। ସୂଚନା ଅନୁସାରେ ଆଜି ଅପରାହ୍ଣ ସମୟରେ ଖପରାମାଲ ଦେଇ ଗୋଟାଏ ବାଇକ ଯୋଗେ ୨ଜଣ ଆସୁଥିବା ବେଳେ ବେହେରା ରାସ୍ତାପଟୁ ଦୁଇଜଣ ଯାଉଥିଲେ। ଠିକ ଏହି ସମୟରେ ବେହେରା-ଖପରାମାଲ ରାସ୍ତା ମଝିରେ ମୁହାଁମୁହିଁ ଧକ୍କା ହୋଇଥିଲା। ୪ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପର୍ଲା ଡାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗେ ନେଇଥିଲେ।

    ତେବେ ସେଠାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ। ମୃତ ଦୁଇଜଣ ହେଲେ ମୂଷାପାଲି ଗ୍ରାମର ଜିତେନ୍ଦ୍ର ଦୁର୍ଗା ଓ ଡ଼ହଗାଁର ପବିତ୍ର ବୋଲି ଜଣାପଡିଛି। ଗୁରୁତର ମଧ୍ୟରେ ନୂଆଗାଁ ର ଗୁପ୍ତେଶ୍ଵର ବାଗ (୩୮) ଓ ଜିତେନ୍ଦ୍ର ସାଗର (୨୩)ରହିଥିବା ଜଣାପଡିଛି। ଦୁହିଁଙ୍କ ସ୍ୱାସ୍ଥ୍ୟବସ୍ଥା ଅତି ଗୁରୁତର ହେବାରୁ ପର୍ଲା ଡାକ୍ତର ଧର୍ମଗଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇବା ପରେ କୋକସରା ପୁଲିସ ପର୍ଲା ଡାକ୍ତରଖାନାକୁ ପହଞ୍ଚି ଶବ ଜବତ କରିବା ସହ ଶବ ବ୍ୟବଛେଦ ପାଇଁ ପଠାଇଛି। ଏନେଇ ପୁଲିସ ଏକ କେଶ ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.7 ° C
    22.7 °
    22.7 °
    74 %
    1.5kmh
    1 %
    Sat
    22 °
    Sun
    30 °
    Mon
    30 °
    Tue
    31 °
    Wed
    31 °

    ସମ୍ବନ୍ଧିତ