Saturday, July 27, 2024
24.8 C
Odisha

    ଅଣଓଡ଼ିଆ ନେତା ନିଜକୁ ବିକାଶର ସୂତ୍ରଧର କହିବା ଓଡ଼ିଶାର ସ୍ୱାଭିମାନ ପ୍ରତି ଉପହାସ – ଅନିଲ ବିଶ୍ୱାଲ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଗଣତନ୍ତ୍ରର ହତ୍ୟା କରିଥିବା ତଥା ଓଡ଼ିଶାକୁ ଜାଣିନଥିବା ଅଣ ଓଡ଼ିଆ ନେତା ନିଜକୁ ବିକାଶର ସୂତ୍ରଧର କହିବା ଓଡିଶାର ସ୍ୱାଭିମାନ ପ୍ରତି ଉପହାସ ବୋଲି ବିଜେଡିର ପ୍ରେସ ବିବୃତ୍ତି ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ବିଜେପି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଲ । ସେ ଏହା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଗଞ୍ଜାମ ସମେତ ଓଡ଼ିଶାର ୧ କୋଟି ଲୋକ ବାପା ମାଆ ଓ ଆତ୍ମୀୟ ମାନଙ୍କୁ ଛାଡି ରୋଜଗାର ଆଶାରେ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗୃହ ଜିଲ୍ଲା ଗଞ୍ଜାମରୁ ସର୍ବାଧିକ ଲୋକମାନେ ଓଡ଼ିଶାରୁ ଦାଦନ ଖଟିବାକୁ ଯାଉଉଥିବା ବେଳେ ଏହା କଣ ବିକାଶର ରୂପାନ୍ତରଣ କି ? ସେହିପରି ଓଡ଼ିଶାରେ ବର୍ଷକୁ ୧ ଲକ୍ଷ କୋଟି ଟଙ୍କା ଦୁର୍ନୀତି ହେବା କଣ ରାଜ୍ୟରେ ରୂପାନ୍ତରଣ କି ? ୩୫୦ କୋଟି ଟଙ୍କା ଦେଶୀମଦ ଭାଟିରୁ ବାହାରିବା ବିକାଶର ପ୍ରସଙ୍ଗ କି ? ୨୫ ବର୍ଷର ଲମ୍ବା ଶାସନରେ ବିକାଶକୁ ଆଖିଠାର କରିଛନ୍ତି ରାଜ୍ୟ ସରକାର । ଓଡ଼ିଆ ସ୍ୱାଭିମାନର ହତ୍ୟା କରି ପାଣ୍ଡିଆନ ଓଡ଼ିଶାର କଣ ରୂପାନ୍ତରଣ କରିବାକୁ ଯାଉଛନ୍ତି ବୋଲି ଶ୍ରୀ ବିଶ୍ୱାଲ ପ୍ରଶ୍ନ କରିଛନ୍ତି ।

    ରାଜ୍ୟରେ ଦିବାଲୋକରେ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ ହତ୍ୟା ହେଉଛି । କଳାହାଣ୍ଡି ଜିଲ୍ଲାର ଶିକ୍ଷୟିତ୍ରୀ ମମିତା ମେହେର ଭଳି ଝିଅର ନୃଶଂସ ହତ୍ୟା ହେଉଛି । ଏନସିଆରବି ରିପୋର୍ଟରେ ମହିଳା ନିର୍ଯ୍ୟାତନା ଆଜି ଓଡ଼ିଶାକୁ ସାରା ଦେଶରେ ଲଜ୍ଜିତ କରିଛି । ରାଜ୍ୟରେ ଶିଶୁଙ୍କ ଅପପୁଷ୍ଟି ଓ ମହିଳା ରକ୍ତହୀନତାର ସ୍ଥିତି କଣ ? ରାଜ୍ୟରେ ଦୁର୍ନୀତି କରିବା ପାଇଁ ୨୫ ବର୍ଷ ହେବ ଅବକାରୀ ନୀତି ବଦଳାଯାଇନାହିଁ ? ମୋଦି ସରକାର ଓଡ଼ିଶାକୁ ବିଗତ ବର୍ଷରେ ୧୮ ଲକ୍ଷ କୋଟି ଟଙ୍କା ଦେଉଥିବା ବେଳେ ଅର୍ଥସବୁ ବାଟମାରଣା ହୋଇ ବିଜେଡି ନେତାଙ୍କ ପକେଟ୍ ଗରମ ହେଉଥିବା ଖୋଦ୍ ଲୋକମାନେ ଅଭିଯୋଗ କରୁଛନ୍ତି । ଜନଜାତିଙ୍କ ଜମି ବିକ୍ରି କରିବା ପାଇଁ ଷଡଯନ୍ତ୍ର କରାଯାଇଥିବା ବେଳେ ଲୋକଙ୍କୁ ପାଣି ମୁନ୍ଦେ ଦେବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର । ଯାହା ଓଡ଼ିଶା ଇତିହାସରେ କେବେ ଘଟିନଥିଲା । ଏହା କ’ଣ ରୂପାନ୍ତରଣ କି? ଚିଟଫଣ୍ଡ ଭଳି ମହାଦୁର୍ନୀତିରେ ଓଡ଼ିଶାର ଗରିବ ଓ ନିମ୍ନ ମଧ୍ୟବିତ୍ତ ପରିବାରର ଲୋକମାନେ ତାଙ୍କର ବର୍ଷ ବର୍ଷର ସଞ୍ଚିତ ଅର୍ଥ ହରାଇଛନ୍ତି । ଖଣି ଦୁର୍ନୀତିରେ ୫୪, ୦୦୦ କୋଟି ଟଙ୍କାର ରାଜସ୍ୱ ଲୁଟ ହେଲା । କୋଟି ଓଡ଼ିଆଙ୍କ ଆରାଧ୍ୟ ମହାପ୍ରଭୁଙ୍କ ରତ୍ନଭଣ୍ଡାରର ଚାବି ହଜିଗଲା । ବ୍ରହ୍ମ ବିଭ୍ରାଟ ହେବା ସହ ଦିନରେ ବ୍ରହ୍ମ ପରିବର୍ତ୍ତନ କରାଗଲା । ଏ ସବୁ ଘଟଣା ଅତୀତ ଓଡ଼ିଶାରେ କେବେ ହୋଇନଥିଲା । ହଜାର ହଜାର ବର୍ଷର ମଠ ମନ୍ଦିରକୁ ଭାଙ୍ଗି ଦେଇ ବୋଲଡୋଜର ଚଢାଇ ଦିଆଗଲା । ଏ ସବୁ ଘଟଣା ଅତୀତ ଓଡ଼ିଶାରେ କେବେ ହୋଇନଥିଲା ବୋଲି ଶ୍ରୀ ବିଶ୍ୱାଲ ପ୍ରଶ୍ନ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    96 %
    1.2kmh
    100 %
    Sat
    26 °
    Sun
    27 °
    Mon
    30 °
    Tue
    30 °
    Wed
    25 °

    ସମ୍ବନ୍ଧିତ