Thursday, October 15, 2026
21.4 C
Odisha

    ମୋ ବୟାନକୁ ଭୁଲ ଭାବେ ଉପସ୍ଥାପନ କରିଛି କଂଗ୍ରେସ : ଅମିତ ଶାହା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦ୍ବାରା ବାବା ସାହେବ ଆମ୍ବେଦକରଙ୍କ ଉପରେ ଦିଆଯାଇଥିବା ବୟାନକୁ ନେଇ ସମଗ୍ର ବିରୋଧୀ ଦଳମାନେ ବିଜେପି ଉପରେ ଆକ୍ରମଣ କରିବା ସହ ଅମିତ ଶାହାଙ୍କ ଇସ୍ତଫା ଦାବି କରୁଛନ୍ତି । ଏବେ ବିରୋଧୀ ଦଳଙ୍କ ଏହି ଦାବି ଉପରେ ନିଜର ପକ୍ଷ ରଖିଛନ୍ତି ଶାହା । ସେ କହିଛନ୍ତି ଯେ କଂଗ୍ରେସ ତାଙ୍କ ବୟାନକୁ କଟାକଟି କରି ଭୁଲଭାବେ ଉପସ୍ଥାପନ କରିଛି । ଅମିତ ଶାହ କହିଛନ୍ତି, ଗୌରବ ଯାତ୍ରାର ୭୫ ବର୍ଷ ପୂର୍ତ୍ତି ନେଇ ଗୃହରେ ସମ୍ବିଧାନ ସଂପର୍କରେ ଆଲୋଚନା ହୋଇଥିଲା। ତେବେ କଂଗ୍ରେସ ଯେଭଳି ତଥ୍ୟକୁ ବିକୃତ କରିଛି ତାହାକୁ ମୁଁ ନିନ୍ଦା କରୁଛି। ଅମିତ ଶାହା କହିଛନ୍ତି, କଂଗ୍ରେସ ଏକ ସମ୍ବିଧାନ ବିରୋଧୀ ଦଳ। ସାବରକରଙ୍କୁ ଅପମାନିତ କରିଥିଲା କଂଗ୍ରେସ । ଜରୁରୀକାଳୀନ ପରିସ୍ଥିତି ଆଣି କଂଗ୍ରେସ ସମ୍ବିଧାନକୁ ଉଲ୍ଲଂଘନ କରିଛି। ସେନାକୁ ଅପମାନିତ କରିଥିଲା। ଅନେକ ଥର ବାବାସାହେବଙ୍କୁ ଅପମାନିତ କରିଥିଲା ।
    ଅମିତ ଶାହା କହିଛନ୍ତି, ୧୯୫୧-୫୨ ନିର୍ବାଚନରେ କଂଗ୍ରେସ ବାବାସାହେବଙ୍କୁ ହରାଇବାକୁ ଚେଷ୍ଟା କରିଥିଲା। ବାବା ସାହେବଙ୍କୁ ଭାରତ ରତ୍ନ ଦେବାକୁ କଂଗ୍ରେସ ବିରୋଧ କରିଥିଲା। କଂଗ୍ରେସ ବାବା ସାହେବଙ୍କୁ ବିରୋଧ କରିବା ସହ ସମ୍ବିଧାନକୁ ବିରୋଧ ଜାରି ରଖିଛି। ଦେଶରେ ନେହେରୁ, ଇନ୍ଦିରା, ରାଜୀବଙ୍କ ଅନେକ ସ୍ମାରକୀ ନିର୍ମାଣ ହୋଇଥିଲେ ମଧ୍ୟ ଆମ୍ବେଦକରଙ୍କ ସ୍ମାରକୀ ନିର୍ମାଣ ହୋଇନଥିଲା। ଅମିତ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାର ବାବାସାହେବ ପଞ୍ଚତନ୍ତ୍ରର ବିକାଶ କରିଛନ୍ତି। ନାଗପୁରରେ ଦୀକ୍ଷା ଭୂମିର ବିକାଶ ହୋଇଥିଲା । ନଭେମ୍ବର ୧୯, ୨୦୧୫ରେ ପ୍ରଧାନମନ୍ତ୍ରୀ ସମ୍ବିଧାନ ଦିବସ ଘୋଷଣା କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    21.4 ° C
    21.4 °
    21.4 °
    96 %
    1kmh
    49 %
    Thu
    29 °
    Fri
    29 °
    Sat
    30 °
    Sun
    31 °
    Mon
    29 °

    ସମ୍ବନ୍ଧିତ