Saturday, October 10, 2026
22.4 C
Odisha

    ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ ଅଭିଯୋଗ

    ଆଗକୁ ପଢନ୍ତୁ

    ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଂଚଳ ଥାନା ଅର୍ନ୍ତଗତ ଏକଡାଳି ଗ୍ରାମରେ ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ଗ୍ରାମାଂଚଳ ଥାନା ଅର୍ନ୍ତଗତ ଏକତାଳି ଗ୍ରାମର ସୁରାଇ ସୋରେନ(୩୦) ଗ୍ରାମ ପୋଖରୀକୁ ଗାଧେଇବାକୁ ଯାଇଥିଲେ। ତେବେ ବହୁ ସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। ପରେ ଜାଣିବାକୁ ପାଇଲେ ଯେ ପୋଖରୀରେ ତାଙ୍କ ଶବ ଭାସୁଛି। ଗ୍ରାମାଂଚଳ ଥାନାକୁ ଖବର ଦେବା ପରେ ପୁଲିସ ପହଂଚି ଶବକୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଏନେଇ ରାଇରଙ୍ଗପୁର ଗ୍ରାମାଂଚଳ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    81 %
    1.3kmh
    0 %
    Fri
    22 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ