Sunday, September 27, 2026
29 C
Odisha

    ସୁଟିଂ ସାରି ଘରକୁ ଫେରିବା ପରେ ଝଗଡ଼ା ହେବାରୁ ୭ମହଲା ତଳକୁ ଡେଇଁ ଜୀବନ ହାରିଲେ ପ୍ରେମୀଯୁଗଳ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସୁଟିଂ ସାରି ଘରକୁ ଫେରିବା ପରେ ଝଗଡ଼ା ହେବାରୁ ୭ମହଲା ତଳକୁ ଡେଇଁ ଜୀବନ ହାରିଲେ ପ୍ରେମୀଯୁଗଳ। ହରିୟାଣାର ବାହାଦୂରଗଡରେ ଘଟିଛି ଏଭଳି ଘଟଣା। ଏକ ଉଚ୍ଚ ମହଲା ବିଶିଷ୍ଟ ଆପାର୍ଟମେଣ୍ଟର ସପ୍ତମ ମହଲାରୁ ଡେଇଁ ପ୍ରେମୀଯୁଗଳ ଆତ୍ମହତ୍ୟା କରିଥିବା ସାମ୍ନାକୁ ଆସିଛି। ଏହି ସହର ଜାତୀୟ ରାଜଧାନୀ ନୂଆଦିଲ୍ଲୀଠାରୁ ମାତ୍ର ୨୦କିଲୋମିଟର ଦୂରରେ ଅବସ୍ଥିତ। ମୃତକମାନେ ହେଲେ ଗର୍ବିତ୍(୨୫) ଓ ନନ୍ଦିନୀ(୨୨)।

    ସୂଚନା ମୁତାବକ, ଉଭୟ କଣ୍ଟେଣ୍ଟ କ୍ରିଏଟର ଥିଲେ ଏବଂ ନିଜସ୍ୱ ଚ୍ୟାନେଲ ଚଳାଉଥିଲେ। ଏହା ସହ ୟୁଟ୍ୟୁବ୍ ଏବଂ ଫେସବୁକ୍ ପରି ପ୍ଲାଟଫର୍ମ ପାଇଁ କ୍ଷୁଦ୍ର ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରୁଥିଲେ। କିଛି ଦିନ ପୂର୍ବରୁ ଏହି ଦମ୍ପତି ନିଜ ଟିମ୍ ସହିତ ଡେରାଡୁନରୁ ବାହାଦୂରଗଡ ଆସିଥିଲେ। ପରେ ରୁହେଲା ରେସିଡେନ୍ସିର ସପ୍ତମ ମହଲାରେ ସେମାନେ ଏକ ଫ୍ଲାଟ ଭଡା ନେଇଥିଲେ, ଯେଉଁଠାରେ ସେମାନେ ସେମାନଙ୍କ ପାଞ୍ଚଜଣ ସାଥୀଙ୍କ ସହ ରହୁଥିଲେ।

    ପୁଲିସର ସୂଚନାନୁସାରେ, ଆଜି ସକାଳ ପ୍ରାୟ ୬ଟା ସମୟରେ ଏହି ଦମ୍ପତି ଆତ୍ମହତ୍ୟା କରି ମୃତ୍ୟୁବରଣ କରିଛନ୍ତି। ସୁଟିଂ ଶେଷ କରିବା ପରେ ସେମାନେ ବିଳମ୍ବରେ ଘରକୁ ଫେରିଥିଲେ। ପରେ କୌଣସି କାରଣକୁ ନେଇ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହା ପରେ ଦୁହେଁ ୭ମହଲା ତଳକୁ ଡେଇଁ ପଡ଼ିଥିଲେ। ଏବେ ଏଭଳି ପଦକ୍ଷେପ ନେବା ପଛର କାରଣ ଖୋଜା ଆରମ୍ଭ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29 ° C
    29 °
    29 °
    71 %
    3kmh
    21 %
    Sun
    28 °
    Mon
    30 °
    Tue
    29 °
    Wed
    30 °
    Thu
    30 °

    ସମ୍ବନ୍ଧିତ