Tuesday, March 24, 2026
29.2 C
Odisha

    ଶେଖ ହସିନାଙ୍କୁ ହଟାଇବାକୁ ପାଇଁ ପୂର୍ବରୁ ଯୋଜନା କରାଯାଇଥିଲା : ମହମ୍ମଦ ୟୁନୁସ୍

    ଆଗକୁ ପଢନ୍ତୁ

    ନ୍ୟୁୟର୍କ: ବାଂଲାଦେଶର ଅନ୍ତରୀଣ ସରକାରର ପରାମର୍ଶଦାତା ମହମ୍ମଦ ୟୁନୁସ୍ କହିଛନ୍ତି ଯେ ଦେଶରେ ହୋଇଥିବା ଛାତ୍ର ଆନ୍ଦୋଳନ ପାଇଁ ବହୁ ପୂର୍ବରୁ ଯୋଜନା କରାଯାଇଥିଲା ଏବଂ ଏହା ଦ୍ୱାରା ଶେଖ୍ ହସିନାଙ୍କୁ କ୍ଷମତାରୁ ହଟାଇ ଦିଆଯାଇଥିଲା। ନୋବେଲ ବିଜେତା ୟୁନୁସ୍ କ୍ଲିଣ୍ଟନ ଗ୍ଲୋବାଲ ଇନିସିଏଟିଭର ବାର୍ଷିକ ବୈଠକରେ ଯୋଗଦେଇ କହିଥିଲେ ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଏବଂ ତାଙ୍କ ଦଳ ଆୱାମି ଲିଗକୁ କ୍ଷମତାରୁ ହଟାଇବାକୁ ଯୋଜନା କରାଯାଇଥିଲା। ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ୍ ଏହି ବୈଠକରେ ୟୁନୁସଙ୍କୁ ସ୍ୱାଗତ କରିଥିଲେ।

    ବାଂଲାଦେଶୀ ଛାତ୍ର ନେତାଙ୍କ ସଂପର୍କରେ ମହମ୍ମଦ ୟୁନୁସ୍ (୮୪) କହିଛନ୍ତି, ‘ସମଗ୍ର ବିପ୍ଳବ ପଛରେ ଏହି ଲୋକଙ୍କ ବୁଦ୍ଧି କାମକରୁଥିଲା। ସେମାନେ ଅନ୍ୟ ଯୁବକଙ୍କ ପରି ଦେଖାଯାଇପାରନ୍ତି, ଆପଣ ସେମାନଙ୍କୁ ଚିହ୍ନିପାରିବେ ନାହିଁ । କିନ୍ତୁ ଯେତେବେଳେ ଆପଣ ସେମାନଙ୍କୁ କାର୍ଯ୍ୟରେ ଦେଖିବେ, ଯେତେବେଳେ ଆପଣ ସେମାନଙ୍କ କଥା ଶୁଣିବେ, ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସେମାନେ ସମଗ୍ର ଦେଶକୁ ଦୋହଲାଇ ଦେଇଛନ୍ତି। ୟୁନୁସ୍ ବିଶେଷ କରି ଛାତ୍ର କର୍ମୀ ‘ମହଫୁଜ ଅବଦୁଲ୍ଲା’ଙ୍କ ଆଡ଼କୁ ଇଙ୍ଗିତ କରି କହିଛନ୍ତି ଯେ ଏହି ବିପ୍ଳବ ପଛରେ ତାଙ୍କର ରଣନୀତି ଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.2 ° C
    29.2 °
    29.2 °
    24 %
    0.5kmh
    0 %
    Tue
    31 °
    Wed
    38 °
    Thu
    38 °
    Fri
    41 °
    Sat
    40 °

    ସମ୍ବନ୍ଧିତ