Sunday, May 31, 2026
26.9 C
Odisha

    ଆଇଆଇଟି ବାବା’ଙ୍କ ନିକଟରୁ ଗଞ୍ଜେଇ ମିଳିବାରୁ ମାମଲା ରୁଜୁ

    ଆଗକୁ ପଢନ୍ତୁ

    ଜୟପୁର: ପ୍ରୟାଗରାଜ ମହାକୁମ୍ଭରେ ରାତାରାତି ‘ଆଇଆଇଟି ବାବା’ ଭାବେ ଲୋକପ୍ରିୟ ହୋଇଥିବା ଅଭୟ ସିଂହ ଆଉ ଏକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ରାଜସ୍ଥାନର ଜୟପୁରରେ ବିଶୃଙ୍ଖଳା କରିବା ଓ ତାଙ୍କ ନିକଟରୁ ବେଆଇନ ଗଞ୍ଜେଇ ଜବତ ହେବା ନେଇ ମାମଲା ରୁଜୁ ହୋଇଛି। କେହିଜଣେ ଫୋନ୍‌ କରି ଅଭିଯୋଗ କରିଥିଲେ ଯେ ବାବା ରିଦ୍ଧିସିଦ୍ଧି ଅଞ୍ଚଳର ଏକ ହୋଟେଲ୍‌ରେ ରହୁଛନ୍ତି ଓ ସେଠାରେ ଗଡ଼ବଡ଼ ସୃଷ୍ଟି କରୁଛନ୍ତି। ଏପରିକି ବାବା ଆତ୍ମହତ୍ୟା ଉଦ୍ୟମ କରୁଥିବା ସୂଚନା ପୁଲିସକୁ ମିଳିଥିଲା। ପୁଲିସ ଏହି ସୂଚନା ପାଇବା ପରେ ‌ହୋଟେଲରେ ପହଞ୍ଚି ତାଙ୍କୁ ପଚରାଉଚରା କରିଥିଲା। ସେ ଗଞ୍ଜେଇ ନିଶାରେ ଥାଇ କ’ଣ କହିଛନ୍ତି ତାଙ୍କର ମନେ ନାହିଁ ବୋଲି କହିଥିଲେ। ସେହି ସମୟରେ ପୁଲିସ ତାଙ୍କ ନିକଟରୁ ଏକ ଗଞ୍ଜେଇ ପୁଡ଼ିଆ ଜବତ କରିଥିଲା। ଏନ୍‌ଡିପିଏସ୍‌ ଆଇନରେ ଏକ ମାମଲା ରୁଜୁ କରାଯାଇ ଛାଡ଼ି ଦିଆଯାଇଛି। ଥାନା ବାହାରେ ଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଏହାର ପ୍ରତିକ୍ରିୟା ଦେଇ ବାବା କହିଛନ୍ତି, ସେ ରହୁଥିବା ହୋଟେଲରେ ପୁଲିସ ପହଞ୍ଚି ତାଙ୍କୁ ଧରି ନେଇଥିଲା। ସେମାନେ ଅଭିଯୋଗ କରିଥିଲେ ଯେ ବିଶୃଙ୍ଖଳା କରୁଥିବାରୁ ତାଙ୍କୁ ଅଟକ ରଖାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.9 ° C
    26.9 °
    26.9 °
    76 %
    2kmh
    99 %
    Sat
    27 °
    Sun
    39 °
    Mon
    40 °
    Tue
    41 °
    Wed
    43 °

    ସମ୍ବନ୍ଧିତ