Saturday, May 17, 2025
25.1 C
Odisha

    ଆଜିର ରାଶିଫଳ

    ଆଗକୁ ପଢନ୍ତୁ

    ମେଷ : ଆଜି ବହୁଦିନରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଘଟିବା ସୂଚନା ରହିଛି। ବୃହସ୍ପତିଙ୍କ ପ୍ରଭାବରୁ ନୂଆ ଯୋଜନାଟିଏ କରିବା ସକାଶେ ମନ ବଳାଇପାରନ୍ତି। ପୂର୍ବ ସ୍ଥିରୀକୃତ ପ୍ରତ୍ୟୁଷ ଯାତ୍ରା ଆଜି ଆକସ୍ମିକ ସମସ୍ୟା କାରଣରୁ ସ୍ଥଗିତ ରହିପାରେ। ନିକଟ ସମ୍ପର୍କୀୟମାନଙ୍କ ଉପରେ ଭରସାକରି କୌଣସି କାମ କରିପାରିବେ ନାହିଁ।

    ବୃଷ : ଆପଣ ଯାହା ପାଇଁ କଷ୍ଟ ସ୍ବୀକାରକରି ସାହାଯ୍ୟ କରିଥିଲେ ସେହି ବ୍ୟକ୍ତି ହିଁ ଆପଣଙ୍କ ଶତ୍ରୁ ସାଜିପାରେ। ବିନା କାରଣରେ ଘରର ସଦସ୍ୟମାନେ ଆପଣଙ୍କ ଉପରେ ବିରକ୍ତ ହୋଇପାରନ୍ତି। କର୍ମକ୍ଷେତ୍ରରେ ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ ହୋଇ କାମ କରିବେ। ସଙ୍କଟ ସ୍ଥିତିରେ ପଡ଼ୋଶୀ ସହାୟତା ଆଶା କରିପାରନ୍ତି।

    ମିଥୁନ : ଉଚ୍ଚସ୍ଥ ରବିଙ୍କ କାରଣରୁ ରାଜକୀୟ ସମ୍ମାନ, ପ୍ରଶାସନିକ ଅଧିକାର ସାଙ୍ଗକୁ ବୁଦ୍ଧିଜୀବୀଙ୍କ ସାନ୍ନିଧ୍ୟ ଲାଭକରିବେ। କର୍ମକ୍ଷେତ୍ରରେ ସହକର୍ମୀମାନେ ଅତିଷ୍ଠହୋଇ ବିଭିନ୍ନ ସମସ୍ୟା ସୃଷ୍ଟି କରିପାରନ୍ତି। ବ୍ୟବସାୟରେ ଟଙ୍କା ପଇସାକୁ କେନ୍ଦ୍ରକରି କଳହ ଆଶଙ୍କା ରହିଛି। ପାରିବାରିକ ସମର୍ଥନରେ ନୂତନ ଯୋଜନାରମ୍ଭ କରିପାରନ୍ତି।

    କର୍କଟ : ପାରିବାରିକ ଓ କର୍ମକ୍ଷେତ୍ରର ସମସ୍ୟା ବିଷୟ ଚିନ୍ତାକରି ମନରେ ଅସ୍ଥିରତା ସୃଷ୍ଟିହେବ। ନିଜେ ଅସୁବିଧାରେ ଚଳୁଥିଲେ ମଧ୍ୟ ବନ୍ଧୁଙ୍କ କାମରେ ଯଥାସାଧ୍ୟ ସାହାଯ୍ୟ କରିପାରନ୍ତି। ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବ। କୌଣସି ଜିନିଷ କିଣିବା ପାଇଁ ଆପଣଙ୍କ ଇଚ୍ଛା ନ ଥାଇ ମଧ୍ୟ ବାଧ୍ୟହୋଇପାରନ୍ତି।

    ସି˚ହ : ପରିସ୍ଥିତିରେ ପଡ଼ି ଖର୍ଚ୍ଚାନ୍ତ ହେବେ ଏବଂ ବନ୍ଧୁଙ୍କ ଡାକରା ପାଇ ଯାତ୍ରା କରିବାକୁ ପଡ଼ିପାରେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ଆଶ୍ୱସ୍ତି ସୂଚକ କଥା ଶୁଣି ମନ ହାଲୁକା ହୋଇଯିବ। ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜ କାମଟି ଅଟକି ରହିଯିବାରୁ ଘରୁ ଅଭିଯୋଗ ପାଇପାରନ୍ତି। ବାଣିଜ୍ୟ ସାଙ୍ଗକୁ କଚେରି ମାମଲା ଟେନ୍‍ସନଯୁକ୍ତ ରହିବ।

    କନ୍ୟା : ବନ୍ଧୁ କୌଣସି ଜିନିଷ ଦେବା ପାଇଁ ପ୍ରତିଶ୍ରୁତି ଦେଇ ଶେଷରେ ମନା କରିଦେଇପାରନ୍ତି। ମୂଲ୍ୟବାନ୍‍ ଜିନିଷ କିଣିବା ସକାଶେ ଯୋଜନାକରି ଶେଷରେ ନିରାଶ ହୋଇପାରନ୍ତି। ସମସ୍ୟା ଥିବା ଘଟଣାରେ ମୁଣ୍ଡ ନ ପୂରାଇବା ଭଲ। ବ୍ୟବସାୟ, ପରିବହନ, ମାଲି ମକଦ୍ଦମା, ରାଜନୀତି, ସଙ୍ଗଠନରେ କ୍ରମଶଃ ଉନ୍ନତି କରିବେ।

    ତୁଳା : ଆଜି କାମ ସହଜରେ ହାସଲ କରି ନ ପାରନ୍ତି। ଅନ୍ୟମାନଙ୍କ କାର୍ଯ୍ୟକଳାପ ମନକୁ ନ ପାଇଲେ ମଧ୍ୟ କିଛି କରିବାର ଉପାୟ ପାଇବେ ନାହିଁ। ଶିଳ୍ପ, ବାଣିଜ୍ୟ ଓ ପରିବହନରେ ସମସ୍ୟା ସମାଧାନ ହୋଇଯିବ। ସାମାଜିକ ସ୍ତରରେ ପରୋକ୍ଷ ଶତ୍ରୁତା କାମ ହାସଲ କରିବାରେ ସାମୟିକ ବାଧା ସୃଷ୍ଟି କରିପାରେ।

    ବିଛା : ବନ୍ଧୁଙ୍କୁ ଦେଇଥିବା ଅର୍ଥକୁ ନେଇ ବିବାଦ ଲାଗିପାରେ। କୌଣସି ମନ୍ତବ୍ୟକୁ କେନ୍ଦ୍ରକରି ଅଭିଯୋଗର ସମ୍ମୁଖୀନ ହୋଇପାରନ୍ତି। ବିଭିନ୍ନ କୌଶଳ ଅବଲମ୍ବନକରି ଆଶା ପୂରଣ ଲାଗି ଚେଷ୍ଟା କରିବେ। ସାହିତ୍ୟ, ସଂଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ରରେ ସୁନାମ ଅର୍ଜନ କରିବେ। ବିଶ୍ୱାସର ସହ କାମ କଲେ ବନ୍ଧୁମାନଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ।

    ଧନୁ : ଆପଣଙ୍କ କାର୍ଯ୍ୟଦକ୍ଷତା ଓ ସମୟାନୁବର୍ତ୍ତିତା ଯୋଗୁ କର୍ମକ୍ଷେତ୍ରରେ ପ୍ରଶଂସା ଓ ପ୍ରୋସହାନ ପାଇ ମନୋବଳ ବୃଦ୍ଧିପାଇବ। ଆନୁଷ୍ଠାନିକ କାମର ପ୍ରସ୍ତୁତିରେ ବ୍ୟତିକ୍ରମ ଜନିତ ବିଚଳିତ ରହିବା ଆଶଙ୍କା ରହିଛି। ବିବାଦୀୟ ଘଟଣାରେ ନୀରବ ରହିଯିବା ଏକ ପ୍ରକାର ଭଲ ହେବ। ଅତୀତ କଥାକୁ କେନ୍ଦ୍ରକରି ନିଜ ନିଜ ଭିତରେ ଟଣାଓଟରା ଲାଗିପାରନ୍ତି।

    ମକର : ସ୍ବାସ୍ଥ୍ୟ ଖରାପ ନ ଥିଲେ ମଧ୍ୟ ପୁରୁଣା ରୋଗ ଦୁଶ୍ଚିନ୍ତାର କାରଣ ହେବ। କୀଡ଼ା, ସଙ୍ଗୀତଚର୍ଚ୍ଚା, ସାହିତ୍ୟ, ସାମ୍ବାଦିକତା ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‍ ବୁଝି ଓଲଟି ଦୋଷାରୋପ କରିପାରନ୍ତି। ଭୁଲ୍‍ ବୁଝାମଣା ଯୋଗୁ ପରିବାର ଭିତରେ ଅଶାନ୍ତ ପରିସ୍ଥିତି ସୃଷ୍ଟିହେବ।

    କୁମ୍ଭ : ମନ ଭଲ ନ ଥିଲେ ମଧ୍ୟ ହାତରେ ଥିବା କାମ କରିବାକୁ ବାଧ୍ୟ ହେବେ। ପାରିବାରିକ ଶୃଙ୍ଖଳା ରକ୍ଷା କରିବାକୁ ଯାଇ ବହୁ କଷ୍ଟ ସ୍ବୀକାର କରିବାକୁ ପଡ଼ିପାରେ। ଆଲୋଚନା ପରିସରରେ କେତେକ କଥା ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହୋଇପାରନ୍ତି। ଯାତ୍ରା ସମୟରେ କୌଣସି ବ୍ୟକ୍ତିଙ୍କ ସହାୟତାରୁ ଉପକୃତହେବା ସୂଚନା ରହିଛି।

    ମୀନ : କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବୃଦ୍ଧି ପାଇବାରୁ ବ୍ୟସ୍ତତା ବୃଦ୍ଧିପାଇବ । ଅଧୈର୍ଯ୍ୟ ନ ହୋଇ ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିବା ପାଇଁ ପ୍ରଯନତ୍ କରିବା ଭଲ ହେବ। ପ୍ରତ୍ୟୁଷ ଯାତ୍ରା, ବାଣିଜ୍ୟ ଓ ବନ୍ଧୁ ସମ୍ପର୍କରେ ଆଶାଜନକ ଫଳ ପାଇବେ। ସାମାଜିକ ସ୍ତରରେ ବନ୍ଧୁମିଳନରୁ ଉପକୃତ ହୋଇପାରନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.1 ° C
    25.1 °
    25.1 °
    75 %
    5.4kmh
    100 %
    Sat
    25 °
    Sun
    38 °
    Mon
    40 °
    Tue
    39 °
    Wed
    37 °

    ସମ୍ବନ୍ଧିତ