Saturday, April 11, 2026
37.2 C
Odisha

    ଏଠାରେ ଖେଳାଯିବ ଆଇପିଏଲର ଫାଇନାଲ ମ୍ୟାଚ୍

    ଆଗକୁ ପଢନ୍ତୁ

    ମୁମ୍ବାଇ: ଭାରତ-ପାକିସ୍ତାନ ସାମରିକ ଛକା ପଞ୍ଝା ଭିତରେ ସପ୍ତାହକ ପାଇଁ ସ୍ଥଗିତ ରହିଥିବା ଆଇପିଏଲ୍‌ ପୁନର୍ବାର ଚଳିତ ମେ’ ୧୭ ତାରିଖରୁ ଆରମ୍ଭ ହେବ। ଲିଗ୍‌ର ଅବଶିଷ୍ଟ ୧୭ ମ୍ୟାଚ୍ ମଧ୍ୟରୁ ୧୩ ଲିଗ୍ ମ୍ୟାଚ୍ ୬ଟି ସହର ଯଥା ବେଙ୍ଗାଲୁରୁ, ଜୟପୁର, ଦିଲ୍ଲୀ, ଲକ୍ଷ୍ନୌ, ମୁମ୍ବାଇ ଓ ଅହମଦାବାଦରେ ଖେଳାଯିବ। ଦୁଇଟି ରବିବାରରେ ଦୁଇଟି ଯୁଗଳ ମୁକାବିଲା (ମେ ୧୮, ମେ ୨୫) ଆୟୋଜିତ ହେବ। ୧୭ ତାରିଖର ପ୍ରଥମ ମ୍ୟାଚ୍‌ରେ ବେଙ୍ଗାଲୁରୁଠାରେ ଆର୍‌ସିବି-କେକେଆର୍ ମୂହାଁମୁହିଁ ହେବେ। ଶେଷ ଲିଗ୍‌ ମ୍ୟାଚ୍ ୨୭ରେ ଖେଳାଯିବ।

    ଲିଗ୍ ପର୍ଯ୍ୟାୟର ୧୩ଟି ମ୍ୟାଚ୍ ପାଇଁ ତାରିଖ ଏବଂ ସ୍ଥାନ ବିସିସିଆଇ ଦ୍ବାରା ଘୋଷଣା କରାଯାଇଛି। କିନ୍ତୁ ପ୍ଲେଅଫ୍ ଏବଂ ଫାଇନାଲ୍ କେଉଁଠାରେ ଖେଳାଯିବ? ଏହି ସୂଚନା ଏପର୍ଯ୍ୟନ୍ତ ଦିଆଯାଇ ନାହିଁ। ଏମଧ୍ୟରେ ଏ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ପ୍ଲେ ଅଫ୍ ମଧ୍ୟରୁ ୨୯ରେ କ୍ବାଲିଫାୟର-୧, ୩୦ରେ ଏଲିମିନେଟର, ଜୁନ୍ ପହିଲାରେ କ୍ବାଲିଫାୟର ୨ ଏବଂ ଫାଇନାଲ୍ ଜୁନ୍ ୩ ତାରିଖରେ ଖେଳାଯିବ। ପ୍ଲେଅଫ୍‌ର ଭେନ୍ୟୁ ସ୍ଥିର ହୋଇନଥିବା ବେଳେ ଆଇପିଏଲର ଫାଇନାଲ ମ୍ୟାଚ୍ ଅହମଦାବାଦରେ ଖେଳାଯିବ ବୋଲି ଜଣାଯାଇଛି।

    ପୂର୍ବରୁ ଫାଇନାଲ ମ୍ୟାଚ୍ ମେ’ ୨୫ ରେ କୋଲକାତାର ଇଡେନ୍ ଗାର୍ଡେନ୍ସ ଷ୍ଟାଡିୟମରେ ଖେଳାଯିବାର ଥିଲା। ଏବେ ଫାଇନାଲ୍ ଜୁନ୍ ୩ତାରିଖରେ ଅନୁଷ୍ଠିତ ହେବ, ଯାହା ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯିବ ବୋଲି କୁହାଯାଉଛି। ପୂର୍ବରୁ ଧାର୍ଯ୍ୟ ଥିବା ଭେନ୍ୟୁରେ ପ୍ରବଳ ବର୍ଷା ହେବା ନେଇ ଆଶଙ୍କା ଥିବାରୁ ଭେନ୍ୟୁରେ ପରିବର୍ତ୍ତନ କରାଯାଇଥିବା ଜଣାଯାଇଛି।।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.2 ° C
    37.2 °
    37.2 °
    13 %
    4kmh
    0 %
    Sat
    38 °
    Sun
    41 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ