Thursday, September 24, 2026
23.9 C
Odisha

    ଓଡ଼ିଶା ଛାଡିଲେ ଶୁଭ୍ରାଂଶୁ ସେନାପତି, ମଧ୍ୟପ୍ରଦେଶ ପକ୍ଷରୁ ଖେଳିବେ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଓଡ଼ିଶା କ୍ରିକେଟ ଛାଡିଲେ ଶୁଭ୍ରାଂଶୁ ସେନାପତି। ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଶୁଭ୍ରାଂଶୁ। OCA ରେ NOC ପାଇଁ ଆବେଦନ କରିଥିଲେ ଶୁଭ୍ରାଂଶୁ। OCA ଶୁଭ୍ରାଂଶୁଙ୍କ NOCକୁ ଗ୍ରହଣ କରିଛି। ଶୁଭ୍ରାଂଶୁ ଓଡ଼ିଶା କ୍ରିକେଟର ଜଣେ ଉଦିୟମାନ ଖେଳାଳି ଥିଲେ। ସେ ଓଡ଼ିଶା କ୍ରିକେଟ ଛାଡିବା ପରେ ମଧ୍ୟପ୍ରଦେଶ ପାଇଁ ଖେଳିବେ। NOC ପାଇବା ପରେ ଗଣମାଧ୍ୟମକୁ ପତିକ୍ରିୟାରେ ଶୁଭ୍ରାଂଶୁ କହିଛନ୍ତି। ଏହା ମୋର ବ୍ୟକ୍ତିଗତ ନିଷ୍ପତ୍ତି। ମୋ କ୍ୟାରିୟର ପାଇଁ ନିଷ୍ପତ୍ତି ନେଇଛି। ପୂର୍ବରୁ କିଛି ଖେଳାଳି ବାହାରକୁ ଯାଇ ସଫଳତା ପାଇଛନ୍ତି। ମୋର ବି ଆଶା ମୁଁ ସଫଳତା ପାଇବି। ମଧ୍ୟପ୍ରଦେଶ କ୍ରିକେଟର କୋଚ ଚନ୍ଦ୍ରକାନ୍ତ ପଣ୍ଡିତ ମୋତେ ଯୋଗାଯୋଗ କରିଥିଲେ। ଓସିଏର ସପୋର୍ଟ ରହିଛି। ଓସିଏକୁ ଧନ୍ୟବାଦ। ମୋର NOC କୁ ଗ୍ରହଣ କରିଛନ୍ତି। ମୋତେ ଗୋଟେ ସୁଯୋଗ ମିଳିଛି ତେଣୁ ମୁଁ ମୋ ଭବିଷ୍ୟତ ପାଇଁ ନିଷ୍ପତ୍ତି ନେଇଛି। ଭଲ ଟିମ୍ ଓ ଭଲ କୋଚଙ୍କ ପକ୍ଷରୁ ମୋତେ ସୁଯୋଗ ଦେବା ପାଇଁ ବିଶ୍ୱାସ ଦେଇଛନ୍ତି। ତେଣୁ ମୁଁ ଏହି ନିଷ୍ପତ୍ତି ନେଇଛି। ଓସିଏରେ କିଛି ଅଭାବ ତ୍ରୁଟି ନାହିଁ, ସମସ୍ତେ ଏଠି ଖେଳି ଆଗକୁ ଯାଇ ପାରିବେ। ମୋର ଏ ନିଷ୍ପତ୍ତି ବ୍ୟକ୍ତିଗତ ବୋଲି କହିଲେ ଶୁଭ୍ରାଂଶୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.9 ° C
    23.9 °
    23.9 °
    99 %
    1.6kmh
    100 %
    Thu
    25 °
    Fri
    28 °
    Sat
    29 °
    Sun
    26 °
    Mon
    30 °

    ସମ୍ବନ୍ଧିତ