Thursday, April 30, 2026
42.1 C
Odisha

    କୋଚଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହେଲେ ହକି ଖେଳାଳି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ହରିଦ୍ବାରରେ ଜଣେ ନାବାଳିକା ହକି ଖେଳାଳିଙ୍କ ସହିତ ଦୁଷ୍କର୍ମର ଏକ  ଘଟଣା ସାମ୍ନାକୁ ଆସିଛି। ପୀଡ଼ିତା ନିଜ କୋଚଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିବା ପରେ ଚାଞ୍ଚଲ୍ୟ ଖେଳି ଯାଇଛି। ଦୁଷ୍କର୍ମକାରୀ କୋଚଙ୍କ ନାମ ଭାନୁ ଅଗ୍ରୱାଲ ବୋଲି ଜଣାପଡ଼ିଛି। ହରିଦ୍ବାରର ସିଡକୁଲ ଥାନା ଅଞ୍ଚଳରୁ ଏହି ଘଟଣା ସାମ୍ନାକୁ ଆସିଛି। ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରିଛି। ଦୁଷ୍କର୍ମକାରୀ ବିରୋଧରେ ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ଧାରା ୩୭୬ ଓ ପୋସ୍କୋ ଆକ୍ଟ ଆଧାରରେ ପୁଲିସ ମାମଲା ରୁଜୁ କରି ଗିରଫ କରି ତାଙ୍କୁ ପଦରୁ ନିଲମ୍ବନ କରିଛି।

    କିଛିଦିନ ପରେ  ଆରମ୍ଭ ହେବାକୁ ଯାଉଥିବା ଜାତୀୟ ଖେଳ ହକିର ଆୟୋଜନର ଉଦଘାଟନ ପାଇଁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି  ଦିଲ୍ଲୀରେ ପହଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ନିମନ୍ତ୍ରଣ କରି ଫେରିଛନ୍ତି। ହରିଦ୍ବାରରେ ଥିବା ହକି ଷ୍ଟାଡିୟମ ପ୍ରସିଦ୍ଧ ହକି ମହିଳା ହକି ଖେଳାଳି ବନ୍ଦନା କଟାରିୟାଙ୍କ ନାମରେ ନାମିତ। ଏଭଳି ସମୟରେ ହକି ଖେଳାଳିଙ୍କୁ ଦୁଷ୍କର୍ମ କରାଯିବା ଘଟଣା ସମସ୍ତଙ୍କୁ ନିରାଶ କରି ଦେଇଛି। ଏହି ଘଟଣା ମହିଳା ଖେଳାଳିଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    42.1 ° C
    42.1 °
    42.1 °
    12 %
    3.4kmh
    30 %
    Thu
    39 °
    Fri
    40 °
    Sat
    41 °
    Sun
    42 °
    Mon
    39 °

    ସମ୍ବନ୍ଧିତ