Friday, May 1, 2026
27 C
Odisha

    କୋହଲିଙ୍କ ଖୁସି ଦେଖି ହାର୍ଦ୍ଦିକ-ରୋହିତ୍‌ ଦେଲେ ଏଭଳି ପ୍ରତିକ୍ରିୟା

    ଆଗକୁ ପଢନ୍ତୁ

    ମୁମ୍ବାଇ: ଘଡ଼ି ଘଡ଼ିକେ ମୋଡ଼ ବଦଳାଉଥିବା ଉତ୍କଣ୍ଠାପୂର୍ଣ୍ଣ ମୁକାବିଲାରେ ସୋମବାର ପାଞ୍ଚଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ୧୨ ରନ୍‌ରେ ପରାସ୍ତ କରିଥିଲା ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)। ୨୨୨ ରନ୍‌ର ବଡ଼ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ମୁମ୍ବାଇ, ଦୁଇ ଓପନର୍ ରୋହିତ ଶର୍ମା (୧୭) ଓ ରିୟାନ ରିକେଲଟନ (୧୭)ଙ୍କ ବିଫଳତା ସତ୍ତ୍ବେ ତିଳକ ବର୍ମା (୫୬) ଓ ହାର୍ଦ୍ଦିକ ପାଣ୍ଡ୍ୟା (୪୨)ଙ୍କ ପରାକ୍ରମୀ ବ୍ୟାଟିଂ ପାଇଁ ବିଜୟ ଦ୍ବାର ଦେଶରେ ପହଞ୍ଚି ଯାଇଥିଲା।ତେବେ ତିନିଟି ବଲ୍‌ ଭିତରେ ତିଳକ ଓ ପାଣ୍ଡ୍ୟାଙ୍କୁ ପ୍ୟାଭିଲିୟନ ଫେରାଇ ଆର୍‌ସିବି, ମ୍ୟାଚ୍‌ରେ ରୋମାଞ୍ଚ ଭରିଥିଲା। ପୁଣି ଶେଷ ୬ ବଲ୍‌ରୁ ୧୯ ରନ୍‌ ଦରକାର ଥିଲା ବେଳେ ସ୍ପିନର କ୍ରୁନାଲ ପାଣ୍ଡ୍ୟା ପ୍ରଥମ ଦୁଇ ବଲ୍‌ରେ ଦୁଇଟି ୱି‌କେଟ୍ ସହ ମୋଟ ତିନିଟି ୱିକେଟ୍ ନେଇଥିଲେ। ଫଳରେ ମ୍ୟାଚ୍ ପୂରା ଆର୍‌ସିବି ଆଡ଼କୁ ଢଳିଥିଲା। ମୁମ୍ବାଇ ଏହି ଓଭରରୁ କେବଳ ୬ ରନ୍ ସଂଗ୍ରହ କରି ପଞ୍ଚମ ମୁକବିଲାରୁ ଚତୁର୍ଥ ପରାଜୟ ବରଣ କରିଥିଲା। ଅନ୍ୟପକ୍ଷରେ ଆର୍‌ସିବି ଚତୁର୍ଥ ମ୍ୟାଚ୍‌ରୁ ତୃତୀୟ ବିଜୟ ପାଇଥିଲା।

    ଏହି ବିଜୟ ପରେ ପଡ଼ିଆରେ ଖୁସିରେ ଝୁମି ଉଠିଥିଲେ ବିରାଟ କୋହଲି। ତାଙ୍କୁ ଖୁସିରେ ଝୁମୁଥିବା ଦେଖି ପାଭିଲିଅନରେ ବସିଥିବା ହାର୍ଦ୍ଦିକ ଓ ରୋହିତ୍ କିଭଳି ପ୍ରତିକ୍ରିୟା ଦେଇଥିଲେ ତାହା ସାମ୍ନାକୁ ଆସିଛି। ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି, ଯେଉଁଥିରେ ଉଭୟ ବିରାଟଙ୍କୁ ଗମ୍ଭୀର ହୋଇ ଦେଖୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27 ° C
    27 °
    27 °
    67 %
    3kmh
    61 %
    Fri
    27 °
    Sat
    41 °
    Sun
    42 °
    Mon
    40 °
    Tue
    36 °

    ସମ୍ବନ୍ଧିତ