Saturday, May 2, 2026
41.6 C
Odisha

    ଚେକ୍ ଗଣତନ୍ତ୍ର ସପିଂ ସେଣ୍ଟରରେ ଛୁରିମାଡ଼, ୨ ମହିଳା ମୃତ

    ଆଗକୁ ପଢନ୍ତୁ

    ପ୍ରାଗ: ୟୁରୋପୀୟ ଦେଶ ଚେକ୍ ରିପବ୍ଲିକର ଏକ ସପିଂ ସେଣ୍ଟରରେ ଗୁରୁବାର ଛୁରି ଆକ୍ରମଣରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ଫଳରେ ସମଗ୍ର ସପିଂ ସେଣ୍ଟରରେ ଆତଙ୍କ ଖେଳିଯାଇଥିଲା। ପୁଲିସ ସୂଚନା ଅନୁଯାୟୀ, ପ୍ରାଗଠାରୁ ପ୍ରାୟ ୧୦୦ କିଲୋମିଟର ପୂର୍ବରେ ଥିବା ହରାଡେକ୍ କ୍ରାଲୋଭେରେ ଥିବା ଏକ ଷ୍ଟୋରରେ ହଠାତ୍ ଦୁଇ ଜଣ ମହିଳାଙ୍କ ଉପରେ ଆକ୍ରମଣ ହୋଇଥିଲା। ଛୁରୀ ଆକ୍ରମଣ ଘଟଣାରେ ଜଣେ ନାବାଳକ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ତେବେ ଉଭୟ ମହିଳା ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବା ପୁଲିସ କହିଛି। ପରେ ପୁଲିସ ସ୍ପଷ୍ଟ କରିଥିଲା ଯେ ଉଭୟ ମହିଳାଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ପରିଚୟ ପ୍ରକାଶ କରାଯାଇନାହିଁ। ଏହି ଘଟଣା ପରେ ପୁଲିସ ଘଟଣାସ୍ଥଳଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ଜଣେ ୧୬ ବର୍ଷୀୟ ବାଳକକୁ ଅଟକ ରଖିଛି। ନିକଟରୁ ଏକ ଛୁରୀ ମିଳିଥିଲା।

    ଏହି ଆକ୍ରମଣରେ ପ୍ରାଣ ହରାଇଥିବା ମହିଳାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ଚେକ୍ ପ୍ରଧାନମନ୍ତ୍ରୀ ପେଟର ଫିଆଲା। ସେ ‘ଏକ୍ସ’ରେ ଲେଖିଛନ୍ତି, ‘ଆଜି ହରାଡେକ୍ କ୍ରାଲୋଭରେ ଯାହା ଘଟିଛି ତାହା ସମ୍ପୂର୍ଣ୍ଣ ଅଜ୍ଞାତ ଏବଂ ଏକ ଭୟଙ୍କର କାର୍ଯ୍ୟ। ପରିସ୍ଥିତି ନିୟନ୍ତ୍ରଣରେ ରହିଛି ଏବଂ ଜନସାଧାରଣଙ୍କ ପ୍ରତି କୌଣସି ବିପଦ ନାହିଁ ବୋଲି ପୁଲିସ କହିଛି। ଅନ୍ୟ କୌଣସି ବିବରଣୀ ବର୍ତ୍ତମାନ ଉପଲବ୍ଧ ନାହିଁ। ଅନ୍ୟପକ୍ଷରେ ପୁଲିସ ନାବାଳକକୁ ଅଟକ ରଖି ପଚରାଉଚରା କରୁଛି। ସେମାନଙ୍କ ହତ୍ୟା କାଣ୍ଡ ପାଇଁ ନାବାଳିକା ଜଣକ ପ୍ରକୃତରେ ଦାୟୀ କି ନାହିଁ, ତାହାର କାରଣ ଜାଣିବାକୁ ପୁଲିସ ଚେଷ୍ଟା ଚଳାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    41.6 ° C
    41.6 °
    41.6 °
    13 %
    6kmh
    25 %
    Sat
    41 °
    Sun
    42 °
    Mon
    41 °
    Tue
    33 °
    Wed
    38 °

    ସମ୍ବନ୍ଧିତ