Thursday, October 15, 2026
23.8 C
Odisha

    ଜାଲ ଜାତିଗତ ଓ ଆୟ ପ୍ରମାଣପତ୍ର ମାମଲା: ଖୋର୍ଦ୍ଧାରୁ ଜଣେ ଗିରଫ, ମାଷ୍ଟର ମାଇଣ୍ଡ ଫେରାର

    ଆଗକୁ ପଢନ୍ତୁ

    କୋରାପୁଟ ସାଇବର ଥାନା ପୁଲିସ ଦ୍ୱାରା ଜାଲ ଜାତିଗତ ଓ ଆୟ ପ୍ରମାଣ ପତ୍ର ଦେବାକୁ କହୁଥିବା ଜଣେ ଠକକୁ ଗିରଫ କରାଯାଇଛି। ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଅଭିଯୁକ୍ତ ଗଣେଶ ପ୍ରସାଦ ବେହେରାକୁ ଖୋର୍ଦ୍ଧା ଜିଲ୍ଲାର ଟଙ୍ଗୀ ଥାନା ଅର୍ନ୍ତଗତ ଶରଣରୁ ଗିରଫ କରିଥିବା କହିଛନ୍ତି ସାଇବର ଥାନା ଅଧିକାରୀ ଭବାନୀ ପ୍ରଧାନ। ତା ସହ ଏହି ମାମଲାରେ ଜଡିତ ଥିବା ୩ଟି ମୋବାଇଲ୍ ଫୋନ, ଗୋଟିଏ ଲ୍ୟାପଟପ,୨ଟି କମ୍ପୁଟର ମନିଟର, ଗୋଟିଏ ସିପିୟୁ, ୨୦ଟି ଏୟାରଟେଲ୍ ସିମ୍, ୨୬ଟି ଆଧାର କାର୍ଡ କାଗଜପତ୍ର, ୨ଟି ପ୍ୟାନ୍ କାର୍ଡ, ୩ଟି ଜାଲ୍ ପ୍ୟାନ୍ କାର୍ଡ, ୬ଟି ଭୋଟର ପରିଚୟପତ୍ର, ଗୋଟିଏ ସିଏସସି ରେଜିଷ୍ଟ୍ରର, ଗୋଟିଏ ଜାଲ୍ ରାସନ୍ କାର୍ଡ, ଅଭିଯୁକ୍ତଙ୍କ ୪ଟି ଜାଲ୍ ଆଧାର କାର୍ଡ, ଅଭିଯୁକ୍ତଙ୍କ ଗୋାଟିଏ ପାସ୍ ବୁକ ସହ ୫ଟି ଗ୍ରାହକଙ୍କ ପାସବୁକ୍ ଜବତ କରିଛି ପୁଲିସ।

    ତେବେ ପୁଲିସ ଚଢ଼ାଡ଼ ବେଳେ ମାମଲାର ମାଷ୍ଟର ମାଇଣ୍ଡ ଥିବା ଅଭିଯୁକ୍ତ ମନୋଜ ବେହେରା ଫେରାର ହୋଇଯାଇଥିଲା। କୋରାପୁଟ ତହସିଲ ସହ ରାଜ୍ୟର ଅନ୍ୟ ତହସିଲରେ ବି ଏହି ଅଭିଯୁକ୍ତ ମାନେ କାୟା ବିସ୍ତାର କରି ଠକେଇ କରିଥିବା ପୁଲିସ ତଦନ୍ତ ବେଳେ ଜାଣି ପାରିଛି।

    ମିଳିଥିବା ସୂଚନା ମୁତାବକ, କୋରାପୁଟ ତହସିଲଦାର ସୟଦ ସବିର ସାହା ଗତ ୨୦୨୪ମସିହା ଅଗଷ୍ଠ୨୨ତାରିଖ ଦିନ କୋରାପୁଟ ତହସିଲର ଆଇଡି ଓ ପାସୱାର୍ଡକୁ ହ୍ୟାକ୍ କରି ଏହି ନାଁରେ ଜାଲ୍ ଜାତିଗତ ଓ ଆୟ ପ୍ରମାଣପତ୍ର ପ୍ରଦାନ କରାଯାଉଥିବା ଅଭିଯୋଗ କରିଥିଲେ।

    ସେ ଦର୍ଶାଇଥିଲେ ଯେ ସୁନାବେଡା ଚଉଗାଁର ସମୀର କୂଳଦୀପଙ୍କ ଠାରୁ ଲିଗାଲ ହେୟର ଓ କୋରାପୁଟ ଟିକିରା ସାହିର ସସ୍ମିତା ପ୍ରଧାନ ଜାତିଗତ ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ। ଉଭୟଙ୍କୁ ଏକ ଫୋନନମ୍ବରରୁ ଫୋନ ଆସିଥିଲା। ଫୋନ କରିଥିବା ବ୍ୟକ୍ତି ଜଣକ ସମୀରଙ୍କୁ ୧୧୨୫ଟଙ୍କା ଓ ସସ୍ମିତାଙ୍କୁ ୧୧୫୦ଟଙ୍କା ଜମା କରିବାକୁ କହିଥିଲେ। ଟଙ୍କା ଜମା କଲେ ପ୍ରମାଣପତ୍ର ତୁରନ୍ତ ଦିଆଯିବ ବୋଲି କହିଥିଲେ।
    ଅଭିଯୁକ୍ତର ଫୋନକୁ ଟ୍ରାକ କରି ଖୋର୍ଦ୍ଧା ଜିଲ୍ଲାର ଟଙ୍ଗୀ ଥାନା ଅର୍ନ୍ତଗତ ଶରଣରୁ ଅଭିଯୁକ୍ତ ଗଣେଷ ପ୍ରସାଦ ବେହେରାଙ୍କୁ ସାଇବର ପୁଲିସ ଗିରଫ କରିଛି। ଅଭିଯୁକ୍ତ ଜଣକ ଭୁଲ ସ୍ବୀକାର କରିଛି। ଏହି ମାମଲାର ମାଷ୍ଟର ମାଇଣ୍ଡ ଥିବା ଅଭିଯୁକ୍ତ ମନୋଜ କୁମାର ବେହେରା ସିଏସସି ସେଣ୍ଟର କରିଛି। ସେଠାରେ ସମ୍ପର୍କୀୟ ଭାଇ ଗଣେଷ ସହଯୋଗୀ ଭାବେ ରହୁଛି। ଉଭୟ କୋରାପୁଟ ତହସିଲର ସାଇଟକୁ ହ୍ୟାକ କରି ଆବେଦନକାରୀଙ୍କ ସମ୍ପର୍କରେ ଜାଣି ପାରୁଥିଲେ।

    ସେହିପରି ଆଇଡି ଓପାସୱାର୍ଡକୁ ହ୍ୟାକ୍ କରି ଆବେଦନକାରୀଙ୍କୁ ଫୋନ କରି ଟଙ୍କା ଜମା କରିବାକୁ କହୁଥିଲେ। ନଚେତ ନାକଚ ହୋଇଯିବ କହୁଥିଲେ। ଟଙ୍କା ୟୁପିଆଇ ଆଇଡିରେ ଜମା କଲେ ଜାଲ୍ ପ୍ରମାଣପତ୍ର ପଠାଉଥିଲେ। ଏପରିକି ଅଭିଯୁକ୍ତ ମାନେ କୋରାପୁଟ ତହସିଲର କୋରାପୁଟ ଓ ସୁନାବେଡାର ୨୦ରୁ ଉର୍ଦ୍ଧ୍ବ ଆବେଦନକାରୀଙ୍କ ଏଭଳି ଜାଲ୍ ପ୍ରମାଣପତ୍ର ଦେଇଥିବା ପୁଲିସ ଲାପଟପ୍ ଯାଂଚ ବେଳେ ଜାଣି ପାରିଥିବା କହିଛନ୍ତି ଥାନାଅଧିକାରୀ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.8 ° C
    23.8 °
    23.8 °
    90 %
    1kmh
    99 %
    Thu
    29 °
    Fri
    29 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ