Saturday, October 3, 2026
22.1 C
Odisha

    ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀଙ୍କୁ ଦିଲ୍ଲୀ ପୋଲିସ୍‌ର ସମନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ଉପରେ ଏକ ଜାଲିଆତି ଭିଡିଓ ସହ ସମ୍ପୃକ୍ତି ଅଭିଯୋଗରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେଭନ୍ଥ ରେଡ୍ଡୀଙ୍କୁ ଦିଲ୍ଲୀ ପୋଲିସ ସମନ ଜାରି କରିଛି। ତାଙ୍କ ସମେତ ତେଲଙ୍ଗାନାର ୪ ଜଣଙ୍କୁ ଏହି ମାମଲାରେ ନୋଟିସ ଜାରି କରାଯାଇ ତଦନ୍ତରେ ସାମିଲ ହେବାକୁ କୁହାଯାଇଛି।

    ତେଲଙ୍ଗାନା କଂଗ୍ରେସର ଏକ୍ସ ହ୍ୟାଣ୍ଡେଲରେ ଶାହାଙ୍କ ସମ୍ପର୍କିତ ଭିଡିଓ ଶେୟାର କରାଯାଇଥିବା ଅଭିଯୋଗ ହୋଇଛି। ପରେ ଦଳର କେତେଜଣ ନେତା ଉକ୍ତ ଭିଡିଓକୁ ରିପୋଷ୍ଟ କରିଥିଲେ। ଅନୁସୂଚିତ ଜାତି/ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗ ସଂରକ୍ଷଣ କୋଟା ହଟାଇବା ଭାଜପାର ଏଜେଣ୍ଡା ବୋଲି ଉକ୍ତ ଭିଡିଓରେ ଦର୍ଶାଯାଇଥିଲା।

    କୋଟା ଉଚ୍ଛେଦ ସପକ୍ଷରେ ଶାହା କହୁଥିବାର ଭିଡିଓରେ ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ଏଡିଟ୍‌ ହୋଇଥିବା ଉକ୍ତ ଭିଡିଓ ବ୍ୟାପକ ଭାବେ ପ୍ରସାରିତ ହେବା ପରେ ଭାଜପା ଏବଂ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଅଭିଯୋଗ ଆଧାରରେ ଦିଲ୍ଲୀ ପୋଲିସ ଆଇପିସିର ବିଭିନ୍ନ ଦଫା ସମେତ ସୂଚନା ପ୍ରଯୁକ୍ତି ଆଇନର ଧାରା ୬୬ସି ଆଧାରରେ ମାମଲା ରୁଜୁ କରିଛି। ସୋସିଆଲ ମିଡିଆ ଏକ୍ସ ଏବଂ ଫେସ୍‌ବୁକ୍‌କୁ ମଧ୍ୟ ଦିଲ୍ଲୀ ପୋଲିସ ନୋଟିସ୍‌ ପଠାଇ ଭିଡିଓ ଅପ୍‌ଲୋଡ଼ ଏବଂ ଶେୟାର ହୋଇଥିବା ଆକାଉଣ୍ଟଗୁଡ଼ିକ ଉପରେ ତଥ୍ୟ ମାଗିଛି। ଏକ ନିର୍ବାଚନୀ ରାଲିରେ ଶାହା ଦେଇଥିବା ମୂଳ ଭାଷଣକୁ ବିକୃତ କରିବା ପାଇଁ ହେରଫେର କରାଯାଇଥିବା ଭାଜପା ଅଭିଯୋଗ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.1 ° C
    22.1 °
    22.1 °
    84 %
    1.2kmh
    34 %
    Sat
    30 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ