Sunday, March 8, 2026
28.4 C
Odisha

    ଦିଲ୍ଲୀରେ ‘ଗ୍ରାପ୍‌-୪’ କଟକଣା ଫେରିଲା: ଘନ ‘ଧୂମ କୁହୁଡ଼ି’ରେ ଜନଜୀବନ ଅସ୍ତବ୍ୟସ୍ତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଘନ ଧୂମ କୁହୁଡ଼ି ଦିଲ୍ଲୀକୁ ଘେରି ରହିଥିବା ବେଳେ ଆଜି ବାୟୁ ଗୁଣବତ୍ତା ସୂଚକାଙ୍କ ବିପଜ୍ଜନକ ଭାବେ ‘ଗମ୍ଭୀର’ ଶ୍ରେଣୀରେ ପହଞ୍ଚିଛି। ଏହାର ମୁକାବିଲା ପାଇଁ କେନ୍ଦ୍ରର ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ ଜିଆରଏପି-୪ (ଗମ୍ଭୀର ବାୟୁ ପ୍ରଦୂଷଣ ପାଇଁ କଠୋର କଟକଣା) ପୁଣି ଲାଗୁ କରିଛନ୍ତି। ଆଜି ସନ୍ଧ୍ୟା ୬ଟାରେ ଏକ୍ୟୁଆଇ ୪୦୦ ଅତିକ୍ରମ କରିବା ପରେ ଏଭଳି କଟକଣା ଲାଗୁ ହୋଇଛି। ପୂର୍ବରୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ ଯଦି ଏକ୍ୟୁଆଇ ୩୫୦ରୁ ଅଧିକ ହୁଏ ତେବେ ଜିଆରଏପି ତୃତୀୟ ପର୍ଯ୍ୟାୟ କାର୍ଯ୍ୟକାରୀ କରାଯିବା ଆବଶ୍ୟକ ଏବଂ ଯଦି ଏହା ୪୦୦ ଅତିକ୍ରମ କରେ ତେବେ ଚତୁର୍ଥ ପର୍ଯ୍ୟାୟ କଟକଣା ଲାଗୁ ପାଇଁ ତୁରନ୍ତ ପଦକ୍ଷେପ ନିଆଯାଇପାରିବ। ଅନ୍ୟପକ୍ଷରେ ‘ଘନ ଧୂମକୁହୁଡ଼ି’ ଯୋଗୁଁ ରାଜଧାନୀ ଦିଲ୍ଲୀର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଅଧିକାଂଶ ଅଂଚଳରେ ଦୃଶ୍ୟମାନତା ‘ଶୂନ’ ରହିଥିବା ବେଳେ ୨୫୦ଟି ବିମାନର ଉଡ଼ାଣ ପ୍ରଭାବିତ ହୋଇଛି। ଏହା ସହିତ ୨୬ଟି ଟ୍ରେନ୍‌ର ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି।
    ଆଜି ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରି ସେଲ୍‌ସିୟସ ରହିଥିବା ବେଳେ ସର୍ବାଧିକ ତାପମାତ୍ରା ୧୯ ଡିଗ୍ରି ରହିଥିଲା। ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନବନ୍ଦରରେ ଫ୍ଲାଇଟ୍‌ ରିଡର ଭିଜିବିଲିଟିର ମାତ୍ରା ଶୂନରୁ ୧୦୦ ରହିଥିଲା। ଫଳରେ ୨୫୦ଟି ବିମାନ ପ୍ରାୟ ୬୦ ମିନିଟ୍‌ ବିଳମ୍ବରେ ଉଡ଼ାଣ କରିଥିଲା। ତେବେ ଆଜିର ଧୂମକୁହୁଡ଼ି ଯୋଗୁଁ କୌଣସି ବିମାନର ଗତିପଥ ପରିବର୍ତ୍ତିତ କିମ୍ବା ଯାତ୍ରା ବାତିଲ ହୋଇନାହିଁ ବୋଲି ବିମାନବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସେହିଭଳି ଦିଲ୍ଲୀରୁ ବାହାରୁ ଥିବା ଓ ଦିଲ୍ଲୀ ଷ୍ଟେସନରେ ପହଞ୍ଚିବାକୁ ଥିବା ୨୬ଟି ଟ୍ରେନ୍‌ର ଯାତ୍ରା ପ୍ରଭାବିତ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.4 ° C
    28.4 °
    28.4 °
    52 %
    3.1kmh
    89 %
    Sun
    29 °
    Mon
    37 °
    Tue
    38 °
    Wed
    39 °
    Thu
    40 °

    ସମ୍ବନ୍ଧିତ