Monday, October 27, 2025
22.5 C
Odisha

    ନଭେମ୍ବର ୧ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

    ଆଗକୁ ପଢନ୍ତୁ

    ପୁରୀ: ନୂଆ ଟେଣ୍ଡର ପାଇଥିବା କମ୍ପାନୀ ବିରୋଧରେ ପୁରୀ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ଅସନ୍ତୋଷ ପ୍ରକାଶ କରି ରବିବାର କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି। ନଭେମ୍ବର ୧ରୁ କାର୍ଯ୍ୟବନ୍ଦ କରିବାକୁ ମହାସଂଘ ପକ୍ଷରୁ ଗଣମାଧ୍ୟମକୁ ଅବଗତ କରାଯାଇଛି। ଏପରିକି ମହାସଂଘ ପକ୍ଷରୁ ୩୦ ତାରିଖରେ ଜିପିଏସ୍‌ ବନ୍ଦ କରି ଡ୍ୟୁଟି କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ୧ତାରିଖରୁ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ କରି ବଡ଼ ଧରଣର ଆନ୍ଦୋଳନ କରିବାକୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷେ କମ୍ପାନୀ ମନମାନୀ କାମ କରୁଥିବା ମହାସଂଘ ପକ୍ଷରୁ ଅଭିଯୋଗ ହୋଇଛି। କର୍ମଚାରୀଙ୍କୁ ୧୨ ଘଣ୍ଟା ଡ୍ୟୁଟି କରାଯାଉଥିବା ବେଳେ ୮ ଘଣ୍ଟାର ଦରମା ଦିଆଯାଉଛି। କର୍ମଚାରୀଙ୍କ ବୀମାରେ ମଧ୍ୟ ଅସ୍ପଷ୍ଟତା ଥିବା ମହାସଂଘ ପକ୍ଷରୁ ଅଭିଯୋଗ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    22.5 ° C
    22.5 °
    22.5 °
    95 %
    1kmh
    15 %
    Mon
    23 °
    Tue
    27 °
    Wed
    25 °
    Thu
    29 °
    Fri
    28 °

    ସମ୍ବନ୍ଧିତ