Saturday, April 11, 2026
37.2 C
Odisha

    ପୁଣି ଧାରାବାହିକରେ ନଜର ଆସିବେ ସ୍ମୃତି ଇରାନି

    ଆଗକୁ ପଢନ୍ତୁ

    ମୁମ୍ବାଇ : ଏକ୍‌ତା କପୁରଙ୍କ ଦ୍ବାରା ନିର୍ମିତ ଲୋକପ୍ରିୟ ଟେଲିଭିଜନ ଧାରାବାହିକ ‘କ୍ୟୁକି ଶାର୍‌ ଭି କଭି ବୋହୂ ଥି’ ଆଉ ଥରେ ପରଦାରେ ଦେଖିବାକୁ ମିଳିବ ବୋଲି ଗତକିଛି ଦିନ ମଧ୍ୟରେ ଜୋର୍‌ଦାର୍‌ ଚର୍ଚ୍ଚା ହେଉଛି। ଏହି ଧାରାବାହିକକୁ ନେଇ ପ୍ରଶଂସକମାନେ ବି ଅଧିକ ଅପଡେଟ୍ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦର୍ଶକଙ୍କ ନିମନ୍ତେ ଆହୁରି ଏକ ଭଲ ଖବର ବି ରହିଛି। ଏକ ସାମ୍ପ୍ରତିକ କାର୍ଯ୍ୟକ୍ରମରେ, ଚଳଚ୍ଚିତ୍ର ନିର୍ମାତା ଏବଂ ନିର୍ମାତା ଏକତା ଆର କପୁର କେବଳ ଧାରାବାହିକଟଇ ପୁଣିଥରେ ଦେଖିବାକୁ ମିଳିବ ବୋଲି ନିଶ୍ଚିତ କରିନାହାନ୍ତିି,ବରଂ ସେଥିରେ ଦର୍ଶକଙ୍କ ପ୍ରିୟ ଅଭିନେତ୍ରୀ ତଥା ରାଜନେତ୍ରୀ ସ୍ମୃତି ଇରାନିଙ୍କୁ ବି ଦେଖିବାକୁ ମିଳିପା‌ରେ ବୋଲି ସଂକେତ ଦେଇଛନ୍ତି।

    ହିନ୍ଦୁସ୍ତାନ ଟାଇମ୍ସ ଦ୍ୱାରା ରିପୋର୍ଟ କରାଯାଇଥିବା ଅନୁସାରେ, ଏକ ସାମ୍ପ୍ରତିକ କାର୍ଯ୍ୟକ୍ରମରେ, ସୋ’ର ନିର୍ମାତା ଏକତା ଆର୍‌ କପୁର ପ୍ରକାଶ କରିଛନ୍ତି ଯେ ଆଉ କେବଳ ବାକି ୧୫୦ ଏପିସୋଡ୍‌ କରାଯିବ। କାରଣ ପୂର୍ବରୁ ଧାରାବାହିକଟି ୧୮୫୦ ଏପିସୋଡ୍‌ରେ ଅଟକିଥିଲା। ସେଥିରେ ତୁଳସୀ ଭୂମିକା ନିଭାଇଥିଲେ ସ୍ମୃତି ଇରାନୀ। ଆଉ ୧୫୦ ଏପିସୋଡ୍‌ କରି ୨୦୦୦ ଏପିସୋଡ୍‌ ପୂରା କରିବାକୁ ଚାହାନ୍ତି ନିର୍ମାତା।ତେବେ ଏନେଇ ଏକ ରୋମାଞ୍ଚକର ସୂଚନା ପ୍ରକାଶ କରି ଏକତା ଆହୁରି ମଧ୍ୟ କହିଛନ୍ତି କି “ଆମେ ମନୋରଞ୍ଜନରେ ରାଜନୀତିକୁ ଆଣୁଛୁ। କିମ୍ବା ଜଣେ ରାଜନେତାଙ୍କୁ ମନୋରଞ୍ଜନରେ ଆଣୁଛୁ’’। ଯାହାକି ସ୍ମୃତି ଇରାନିଙ୍କୁ ଇଙ୍ଗିତ କରାଯାଇଛି ବୋଲି ଚର୍ଚ୍ଚା ହେଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.2 ° C
    37.2 °
    37.2 °
    13 %
    4kmh
    0 %
    Sat
    38 °
    Sun
    41 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ