Wednesday, May 20, 2026
29.9 C
Odisha

    ପ୍ରଥମ ନାଭାଲ ଆଣ୍ଟି-ସିପ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା

    ଆଗକୁ ପଢନ୍ତୁ

    ବାଲେଶ୍ୱର : ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥାନ ଏବଂ ଭାରତୀୟ ନୌସେନା ପକ୍ଷରୁ ଚାନ୍ଦିପୁରସ୍ଥିତ ଏକୀକୃତ ପରୀକ୍ଷା କେନ୍ଦ୍ରରେ ଦେଶର ପ୍ରଥମ ନାଭାଲ ଆଣ୍ଟି-ସିପ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରାଯାଇଛି। ଶତ୍ରୁ ପକ୍ଷ ଜାହାଜକୁ ଲକ୍ଷ୍ୟଭେଦ କରିବାର ଦକ୍ଷତା ଥିବା ଏହି କ୍ଷେପଣାସ୍ତ୍ରର ଭାରତୀୟ ନୌସେନାର ସନ୍ଧାନୀ ହେଲିକପ୍ଟରରୁ ପରୀକ୍ଷା କରଯାଇଥିଲା। ଏହି କ୍ଷେପଣାସ୍ତ୍ର ସି-ସ୍କିମିଂ ମୋଡରେ ଏକ ଛୋଟ ଜାହାଜକୁ ସିଧାସଳଖ ଲକ୍ଷ୍ୟଭେଦ କରିପାରିବ। ଏଥିରେ ସ୍ୱଦେଶୀ ଇମେଜିଙ୍ଗ ଇନଫ୍ରା-ରେଡ୍ ସନ୍ଧାନକାରୀ ଜ୍ଞାନକୌଶଳ ବ୍ୟବହାର କରାଯାଇଛି। ପରୀକ୍ଷା ସମୟରେ ହେଲିକପ୍ଟର ପାଇଲଟ ନିକଟକୁ ଲାଇଭ ଇମେଜ ମାଧ୍ୟମରେ ଫ୍ଲାଇଟରୁ ପୁନଃ ଲକ୍ଷ୍ୟଭେଦ ପାଇଁ ଉଚ୍ଚ ବ୍ୟାଣ୍ଡୱିଡଥଯୁକ୍ତ ଦୁଇଟି ଡାଟା ଲିଙ୍କ ରହିଥିବା ଡିଆରଡିଓ ପକ୍ଷରୁ ସୂଚନା ଦିଆଯାଇଛି। ଇମରାଟସ୍ଥିତ ଗବେଷଣା କେନ୍ଦ୍ର, ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ଲାବରେଟୋରୀ, ହାଇ ଏନର୍ଜି ମ୍ୟାଟେରିଆଲ ରିସର୍ଚ୍ଚ ଲାବରେଟୋରୀ ଏବଂ ଟର୍ମିନାଲ ବାଲାଷ୍ଟିକ ରିସର୍ଚ୍ଚ ଲାବରେଟୋରୀ ପ୍ରଭୃତି ଦ୍ବାରା ଏହି କ୍ଷେପଣାସ୍ତ୍ର ବିକଶିତ କରାଯାଇଛି। ବିଭିନ୍ନ ପ୍ରତିରକ୍ଷା ସମ୍ବନ୍ଧୀୟ ଏମଏସଏମଇ, ଷ୍ଟାର୍ଟ ଅପ ଏବଂ ଅନ୍ୟାନ୍ୟ ଉତ୍ପାଦକ ସହଯୋଗୀଙ୍କ ସହାୟତାରେ ସମ୍ପ୍ରତି ଏହି କ୍ଷେପଣାସ୍ତ୍ରର ବିକାଶ ହେଉଛି। ଏହି ସଫଳ ପରୀକ୍ଷା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓ, ଭାରତୀୟ ନୌସେନା ସମେତ ଏଥିରେ ଜଡିତ ଅନ୍ୟାନ୍ୟ ସଂସ୍ଥାଙ୍କ ଅବଦାନକୁ ପ୍ରଶଂସା କରିଛନ୍ତି। ଏହା ଦ୍ୱାରା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତଥା ଅତ୍ୟାଧୁନିକ ସାମରିକ ଜ୍ଞାନକୌଶଳର ଅଧିକାରୀ ସମ୍ପନ୍ନ ଦେଶ ଭାବେ ଭାରତ ଅଗ୍ରଣୀ ଦେଶଙ୍କ ଗୋଷ୍ଠୀରେ ସାମିଲ ହୋଇପାରିଛି ବୋଲି ମନ୍ତ୍ରୀ ଶ୍ରୀ ସିଂହ ସୂଚନା ଦେଇଛନ୍ତି। ସେହିପରି ପ୍ରତିରକ୍ଷା ବିଭାଗର ସଚିବ ତଥା ଡିଆରଡିଓର ଅଧ୍ୟକ୍ଷ ଡ. ସମୀର ଭି କାମାତ ହାଇପରସୋନିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା ପାଇଁ ବୈଜ୍ଞାନିକ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29.9 ° C
    29.9 °
    29.9 °
    34 %
    1.5kmh
    58 %
    Wed
    45 °
    Thu
    45 °
    Fri
    45 °
    Sat
    45 °
    Sun
    43 °

    ସମ୍ବନ୍ଧିତ