Saturday, March 28, 2026
28 C
Odisha

    ପ୍ରସବ ପରବର୍ତ୍ତୀ ସୌନ୍ଦର୍ଯ୍ୟ ବଜାୟ ରଖିବା ପାଇଁ କରନ୍ତୁ ଏହି କାମ

    ଆଗକୁ ପଢନ୍ତୁ

    ଚୁଟି ପରି ସୌନ୍ଦର୍ଯ୍ୟ ହେଉଛି ମହିଳାଙ୍କ ଭୂଷଣ।ସବୁ ମହିଳା ଚାହାଁନ୍ତି ସୁନ୍ଦର ଦିଶିବାକୁ। କିନ୍ତୁ ଆମ ଦେଶ ଭାରତରେ ମହିଳା ମାନେ ଅତ୍ୟଧିକ ଭାବେ ଘର କାମରେ ବ୍ୟସ୍ତ ରହି ଶାରୀରିକ ପରିଶ୍ରମ କରନ୍ତି, ଯାହା ଫଳରେ ସେମାନେ ନିଜ ସୌନ୍ଦର୍ଯ୍ୟର ଯତ୍ନ ନେବା ବିଷୟ ଭୁଲିଯାନ୍ତି।ଏପରି ଅନେକ ମହିଳା ଅଛନ୍ତି ଯେଉଁମାନେ ସୌନ୍ଦର୍ଯ୍ୟକୁ ଆଦୌ ଗୁରୁତ୍ୱ ଦିଅନ୍ତି ନାହିଁ। ବିବାହିତ ମହିଳା ମାନେ ନିଜ ସ୍ୱାମୀ, ପିଲା ଓ ଘରଲୋକଙ୍କ ଆବଶ୍ୟକତା ପୂରଣ କରିବାକୁ ଯାଇ ନିଜ ସୌନ୍ଦର୍ଯ୍ୟକୁ ଅଣଦେଖା କରିଥାନ୍ତି। ସାଧାରଣତଃ ଆମ ଦେଶରେ ଶିଶୁ ଜନ୍ମ ପରେ ମହିଳାମାନଙ୍କ ସୌନ୍ଦର୍ଯ୍ୟ ହାନି ହୋଇଥାଏ। ଅନେକ ଜଣ ଏହା ମଧ୍ୟ ଭାବି ଦିଅନ୍ତି ଯେ ଏହା ଏକ ପ୍ରାକୃତିକ ପ୍ରଭାବ ତେଣୁ କିଛି କରିହେବ ନାହିଁ। ଯଦିଓ ପିଲା ଜନ୍ମ ହେବା ପରେ ଜଣେ ମହିଳା ପ୍ରାକୃତିକ ପ୍ରଭାବର ଶିକାର ହୋଇଥାନ୍ତି, କିନ୍ତୁ ଏହା ମଧ୍ୟ ଜାଣି ରଖିବା ଆବଶ୍ୟକ ଯେ ଏହାକୁ ଦୂର କରିବା ଲାଗି ଉପାୟ ମଧ୍ୟ ରହିଛି।ଯଦି ଆପଣ ଏଭଳି ସମସ୍ୟା ଭୋଗୁଛନ୍ତି, ତାହେଲେ ଆଜି ହିଁ ଏହି ସବୁ ଉପାୟ ଆପଣାନ୍ତୁ –

    ୧: ପର୍ଯ୍ୟାପ୍ତ ବିଶ୍ରାମ ନେବା: ଆପଣଙ୍କ ଶିଶୁ ଶୋଇବା ସମୟରେ ଯଥେଷ୍ଟ ବିଶ୍ରାମ ନିଅନ୍ତୁ ଏବଂ ଘରକୁ ଅଧିକ ସଂଖ୍ୟାରେ ଅତିଥିମାନଙ୍କୁ ଆସିବାକୁ ଦିଅନ୍ତୁ ନାହିଁ।
    ୨: ଭଲ ଖାଦ୍ୟ: ଶସ୍ୟ, ଫଳ, ପନିପରିବା ଏବଂ ପ୍ରୋଟିନ୍ ସହିତ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ। ଯଦି ଆପଣ ସ୍ତନ୍ୟପାନ କରାଉଛନ୍ତି, ତେବେ ଆପଣଙ୍କୁ ଅଧିକ ଖାଇବା ଏବଂ ପ୍ରଚୁର ପରିମାଣରେ ପାଣି ପିଇବା ଆବଶ୍ୟକ।
    ୩: ଶୁଷ୍କତା ଦୂର କରିବା: ଅଧିକ ମାତ୍ରାରେ ପାଣି ପିଅନ୍ତୁ, ଯଦି ଆପଣ ସ୍ତନ୍ୟପାନ କରାଉଛନ୍ତି ସେ କ୍ଷେତ୍ରରେ ଅଧିକ ପରିମାଣର ପାଣି ପିଇବା ଜରୁରୀ।
    ୪: ଭିଟାମିନ ଖାଆନ୍ତୁ: ପ୍ରସବ ପରେ ତିନି ମାସ ପର୍ଯ୍ୟନ୍ତ ଆଇରନ୍ ଏବଂ ଫୋଲିକ୍ ଏସିଡ୍ ସପ୍ଲିମେଣ୍ଟ୍ ଖାଇବା ଜାରି ରଖନ୍ତୁ।
    ୫: ଚା ଓ କଫି ପିଅନ୍ତୁ ନାହିଁ। ଗବେଷଣାରୁ ଜଣାପଡିଛି ଯେ ଯେଉଁ ପର୍ଯ୍ୟନ୍ତ ଶିଶୁକୁ ସ୍ତନ୍ୟପାନ କରାଉଛନ୍ତି ସେ ପର୍ଯ୍ୟନ୍ତ ଚା, କଫି କିମ୍ବା କ୍ୟାଫିନ୍ ଯୁକ୍ତ ଖାଦ୍ୟ ପଦାର୍ଥ ଠାରୁ ଦୂରେଇ ରୁହନ୍ତୁ, କାରଣ ଏହା ଆପଣଙ୍କ ଶିଶୁ ଉପରେ କୁପ୍ରଭାବ ପକାଇପାରେ ଓ ପରିସ୍ରା ମାଧ୍ୟମରେ ଦେହରୁ ଅନବରତ ତରଳ ପଦାର୍ଥ ନିର୍ଗତ ହୋଇପାରେ। ଏହା ଫଳରେ ଦେହ ଶୁଷ୍କ ହେବା ସହ ସୌନ୍ଦର୍ଯ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ।
    ୬: ପୋଷଣ ନିୟନ୍ତ୍ରଣ: ଆପଣ ସମୟ ସମୟରେ ସାମାନ୍ୟ ଉଷୁମ ପାଣିରେ ସ୍ନାନ କରିବା ଆବଶ୍ୟକ ଓ ଅତ୍ୟଧିକ ଢିଲା କିମ୍ବା ଅତ୍ୟଧିକ ଟାଇଟ ପୋଷାକ ଅର୍ଥାତ ଯେଉଁ ପୋଷାକ ପିନ୍ଧିବାକୁ କମ୍ଫର୍ଟେବଲ ସେହି ପୋଷାକ ପିନ୍ଧନ୍ତୁ।
    ୭: କୋଷ୍ଠକାଠିନ୍ୟ: ଫାଇବର ଯୁକ୍ତ ଖାଦ୍ୟ ଯଥା ଫଳ, ପନିପରିବା ଏବଂ ଶସ୍ୟ ଖାଆନ୍ତୁ। ଯଦି କୋଷ୍ଠକାଠିନ୍ୟ ସମସ୍ୟା ହେଉଛି, ଡାକ୍ତରଙ୍କୁ ଦେଖାନ୍ତୁ।
    ୮: ପ୍ରସବ ପରବର୍ତ୍ତୀ ସମସ୍ୟା: ପ୍ରସବ ପରବର୍ତ୍ତୀ ମାନସିକ ସମସ୍ୟା ସାଧାରଣତଃ ପିଲା ହେବାର ଦୁଇ ସପ୍ତାହ ମଧ୍ୟରେ ଆପେ ସମାଧାନ ହୋଇଯାଏ। ଯଦି ଆପଣଙ୍କର ଦୁଇ ସପ୍ତାହରୁ ଅଧିକ ସମୟ ଧରି ଏଭଳି ଅବସାଦଜନିତ ଲକ୍ଷଣ ଅଛି, କିମ୍ବା ଯଦି ଆପଣଙ୍କର ନିଜକୁ କିମ୍ବା ଆପଣଙ୍କ ଶିଶୁକୁ କ୍ଷତି ନ ପହଞ୍ଚାଇବାର ଚିନ୍ତା କରୁଛନ୍ତି ତେବେ ଡାକ୍ତରୀ ସହାୟତା ନିଅନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    28 ° C
    28 °
    28 °
    32 %
    2.2kmh
    23 %
    Sat
    28 °
    Sun
    40 °
    Mon
    41 °
    Tue
    39 °
    Wed
    41 °

    ସମ୍ବନ୍ଧିତ