Sunday, September 27, 2026
29.2 C
Odisha

    ପ୍ରୀତିସ୍ମିତାଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଓଡ଼ିଆ ଝିଅ ଭାରୋତ୍ତୋଳିକା ପ୍ରୀତିସ୍ମିତା ଭୋଇଙ୍କୁ ମିଳିଛି ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ସମେତ ୧୪ ରାଜ୍ୟର ୧୭ ଜଣ (୭ ବାଳକ ଓ ୧୦ ବାଳିକା)ଙ୍କୁ ମର୍ଯ୍ୟାଦାଜନକ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାରରେ ସମ୍ମାନିତ କରିଛନ୍ତି। ଗୁରୁବାର ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ଆୟୋଜିତ ପୁରସ୍କାର ବିତରଣ ସମାରୋହରେ କଳା ଓ ସଂସ୍କୃତି, ସୃଜନୀ, ବିଜ୍ଞାନ ଓ ପ୍ରଯୁକ୍ତି, ସମାଜସେବା, କ୍ରୀଡ଼ା ଓ ପରିବେଶ ଭଳି ୭ଟି ବର୍ଗରେ ଉଲ୍ଲେଖନୀୟ ଉପଲବ୍‌ଧି ପାଇଥିବା ୧୪ ଜଣଙ୍କୁ ପୁରସ୍କୁତ କରାଯାଇଛି।ଏହି କ୍ରମରେ ଭାରୋତ୍ତୋଳନ କ୍ଷେତ୍ରରେ ଉଚ୍ଚ ପ୍ରର୍ଦଶନ ପାଇଁ ଢେଙ୍କାନାଳର ୧୫ ବର୍ଷୀୟା ପ୍ରୀତିସ୍ମିତାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି। ଚଳିତ ବର୍ଷ ପେରୁର ଲିମାରେ ଆଇଡବ୍ୟୁଏଫ୍‌ ବିଶ୍ବ ଯୁବ ଭାରୋତ୍ତୋଳନ ପ୍ରତିଯୋଗିତାରେ ପ୍ରୀତିସ୍ମିତା ବାଳିକା ୪୦ କିଲୋଗ୍ରାମ ବର୍ଗରେ ନୂଆ ବିଶ୍ବ କୀର୍ତ୍ତିମାନ ସହ ସ୍ବର୍ଣ୍ଣ ଜିତିଥିଲେ। ପୁରସ୍କାର ସ୍ବରୂପ ପ୍ରତ୍ୟେକ ବିଜେତାଙ୍କୁ ପଦକ, ପ୍ରମାଣପତ୍ର ଓ ପୁସ୍ତିକା ପ୍ରଦାନ କରାଯାଇଛି। ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କରିବା ପରେ ବିଜେତାମାନେ ସ୍ଥାନୀୟ ଭାରତ ମଣ୍ଡପମ୍‌ରେ ତୃତୀୟ ବୀର ବାଲ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଭାରତ ମଣ୍ଡପମ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ୧୭ ପୁରସ୍କାର ବିଜେତାଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ସହିତ ଭାବ ବିନିମୟ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.2 ° C
    29.2 °
    29.2 °
    69 %
    3.8kmh
    30 %
    Sun
    29 °
    Mon
    30 °
    Tue
    29 °
    Wed
    30 °
    Thu
    30 °

    ସମ୍ବନ୍ଧିତ